IPL 2025: ଆଇପିଏଲକୁ ଫେରିବେ ଯୁବରାଜ ସିଂ ! ଭାରତକୁ ଜିତାଇଛନ୍ତି ଦୁଇଟି ବିଶ୍ଵକପ
ଆଇପିଏଲକୁ ଫେରିବେ ଯୁବରାଜ ସିଂ ! ଟିମ୍ ଇଣ୍ଡିଆକୁ ୨ଟି ବିଶ୍ୱକପ୍ ଜିତାଇଥିବା ଯୁବରାଜ ସିଂ ବର୍ତ୍ତମାନ ଆଇପିଏଲକୁ ଫେରିବାକୁ ଯାଉଛନ୍ତି । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ , ଯୁବରାଜ ସିଂ ଗୁଜରାଟ ଟାଇଟନ୍ସର ମୁଖ୍ୟ କୋଚ୍ ହୋଇପାରିବେ ବୋଲି ଚର୍ଚ୍ଚା ହେଉଛି । ସେହିପରି ଗୁଜୁରାଟ ଟାଇଟାନ୍ସର କୋଚ୍ ଆଶିଷ ନେହେରା ଏବଂ ନିର୍ଦ୍ଦେଶକ ବିକ୍ରମ ସୋଲାଙ୍କି ଦଳ ଛାଡିପାରନ୍ତି । ଆଇପିଏଲ୍ ୨୦୨୫ ମେଗା ନିଲାମ ପୂର୍ବରୁ ହୋଇପାରେ ଏହି ବଡ ଫଇସଲା ଯୁବରାଜ ନେଇପାରନ୍ତି ।
ସୁଚନା ଅନୁଯାୟୀ, ବର୍ତ୍ତମାନ ଗୁଜୁରାଟ ଟାଇଟନ୍ସ ମ୍ୟାନେଜମେଣ୍ଟ ଯୁବରାଜ ସିଂଙ୍କ ସହ ଯୋଗାଯୋଗ କରିଛି । ସମ୍ପ୍ରତି ଯୁବରାଜ ସିଂ ସମଗ୍ର ବିଶ୍ୱରେ ଅବସରପ୍ରାପ୍ତ ଖେଳାଳିଙ୍କ ଲିଗରେ ଭାଗ ନେଉଛନ୍ତି । କିନ୍ତୁ ବର୍ତ୍ତମାନ ବିଶ୍ୱାସ କରାଯାଉଛି ଯେ ତାଙ୍କୁ ଜଣେ ପ୍ରଶିକ୍ଷକ ଭୂମିକାରେ ଦେଖିବାକୁ ମିଳିବ ।
ତେବେ ଆଇପିଏଲରେ ଯୁବରାଜ ସିଂଙ୍କର ମଧ୍ୟ ଭଲ ଅଭିଜ୍ଞତା ରହିଛି। ଯୁବରାଜ ୧୩୨ ଆଇପିଏଲ୍ ମ୍ୟାଚରେ ୨୭୫୦ ରନ୍ ସଂଗ୍ରହ କରିଛନ୍ତି । ଏହାରି ଭିତରେ ୟୁଭିଙ୍କ ବ୍ୟାଟରୁ ୧୩ ଅର୍ଦ୍ଧ ଶତକ ମଧ୍ୟ ଆସିଥିଲା । ଯୁବରାଜ ପଞ୍ଜାବ, ହାଇଦ୍ରାବାଦ, ପୁଣେ ୱାରିୟର୍ସ, ଆରସିବି, ମୁମ୍ବାଇ ଇଣ୍ଡିଆନ୍ସ ଭଳି ଦଳ ପାଇଁ ମଧ୍ୟ ଖେଳିଛନ୍ତି ।

ଯଦି ଯୁବରାଜ ସିଂ ଗୁଜୁରାଟ ଟାଇଟନ୍ସର ମୁଖ୍ୟ କୋଚ୍ ହୁଅନ୍ତି, ତେବେ ସେ ବିପୁଳ ପରିମାଣର ଅର୍ଥ ପାଇବେ । ଗୁଜୁରାଟ ଟାଇଟନ୍ସ ଆଶିଷ ନେହେରାଙ୍କୁ ପ୍ରତି ସିଜନରେ ୩.୫କୋଟି ଟଙ୍କା ଦେଉଥିଲା। ଯୁବରାଜଙ୍କ ପାଇଁ ଏହି ପରିମାଣ ବୃଦ୍ଧି ହୋଇପାରେ ବୋଲି ଆଲୋଚନା ହେଉଛି ।
ଜିଟିର ବର୍ତ୍ତମାନର କୋଚିଂ ଷ୍ଟାଫ୍ ରେ ଆଶିଷ କପୁର, ନଇମ୍ ଅମିନ, ନରେନ୍ଦ୍ର ନେଗି ଏବଂ ମିଥୁନ ମନହାସ ମଧ୍ୟ ଅଛନ୍ତି, କିନ୍ତୁ ରିପୋର୍ଟ ଅନୁଯାୟୀ, ସେମାନେ ସମସ୍ତେ ନୂତନ ସୁଯୋଗ ଖୋଜିବା ଆରମ୍ଭ କରିଛନ୍ତି। ଏହାବ୍ୟତୀତ ଆଇପିଏଲ୍ ୨୦୨୫ ଆରମ୍ଭ ହେବା ପୂର୍ବରୁ ଆଦାନୀ ଗ୍ରୁପ୍ ଗୁଜରାଟ ଟାଇଟାନ୍ସର ସେୟାର୍ କିଣିପାରେ ବୋଲି ଚର୍ଚ୍ଚା ହେଉଛି।












Click it and Unblock the Notifications