Get Updates
Get notified of breaking news, exclusive insights, and must-see stories!

ଆଶେସ 2023: ବୃଥା ଗଲା ବେନ ଷ୍ଟୋକ୍ସଙ୍କ ଶତକ, ଇଂଲଣ୍ଡକୁ ପରାସ୍ତ କରି ସିରିଜରେ ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ

Ashes 2023, ENG vs AUS: ଆଶେସ ସିରିଜରେ ଅଷ୍ଟ୍ରେଲିଆ ପୁଣି ଥରେ ଏକ ବଡ଼ ଓଲଟପାଲଟ କରି ଇଂଲଣ୍ଡକୁ ପରାସ୍ତ କରିଛି । ଲଗାତାର ଦ୍ୱିତୀୟ ମ୍ୟାଚ୍ ଜିତିବା ପରେ ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି ।

ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ୪୩ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ବେନ ଷ୍ଟୋକ୍ସଙ୍କ ଲଢ଼ୁଆ ଶତକ ସତ୍ୱେ ଇଂଲଣ୍ଡ ୩୭୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୩୨୭ ରନ କରିବାକୁ ସକ୍ଷମ ହୋଇଥିଲା । ଷ୍ଟୋକ୍ସ ୧୫୫ ଓ ବେନ ଡକେଟ ୮୩ ରନର ଇନିଂସ ଖେଳିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ, ପ୍ୟାଟ କୁମିନ୍ସ ଓ ଜୋଶ ହାଜେଲଉଡ ୩ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

Ashes 2023

ପୂର୍ବରୁ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୧୬ ରନ ଜବାବରେ ଇଂଲଣ୍ଡ ୩୨୫ ରନ କରିବାକୁ ସକ୍ଷମ ହୋଇଥିଲା । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୭୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଫଳରେ ଇଂଲଣ୍ଡ ସମ୍ମୁଖରେ ୩୭୧ ରନର ଟାର୍ଗେଟ ରହିଥିଲା ।

ଆଜି ମଧ୍ୟାହ୍ନ ଭୋଜନ ପରେ ଦ୍ୱିତୀୟ ଅଧିବେଶନରେ ପ୍ରଥମ ଘଣ୍ଟାରେ ବେନ୍ ଷ୍ଟୋକ୍ସ ଚମତ୍କାର ପାଳି ଖେଳିଥିଲେ । ସେ 155 ସ୍କୋରରେ ହାଜଲେଡଙ୍କ ଶିକାର ହୋଇଥିଲେ । ସେତେବେଳକୁ ଇଂଲଣ୍ଡ 300 ମାର୍କ ଅତିକ୍ରମ କରି ଅଷ୍ଟ୍ରେଲିଆ ଉପରେ ଚାପ ବଢାଇ ଚାଲୁଥିଲା । ଟୋକ୍ସ ବାହାରକୁ ଯିବା ମାତ୍ରେ ଅଷ୍ଟ୍ରେଲିଆ ମଧ୍ୟ ରବିନ୍ସନ୍ ଏବଂ ବ୍ରଡଙ୍କୁ ସଅଳ ପାଭିଲିଅନ ପଠାଇଥିଲେ । ଏହାପୂର୍ବରୁ ବେନ୍ ଡୁକେଟ୍ 83 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ ।

ତେବେ ଶେଷ ଭାଗରେ ଜୋଶ ଟଙ୍ଗ ଓ ଜେମ୍ସ ଆଣ୍ଡରସନ ଲଢ଼ୁଆ ବ୍ୟାଟିଂ ପ୍ରଦର୍ଶନ କରି ମ୍ୟାଚକୁ ଅଧିକ ରୋମାଂଚକର କରିଥିଲେ । ଗୁରୁତ୍ୱପୂର୍ଣ୍ଣ ସମୟରେ ଜନୀ ବେୟାରଷ୍ଟୋଙ୍କୁ ଅଣ ଖେଳୁଆଡ ଢ଼ଙ୍ଗରେ ଆଉଟ କରି ଅଷ୍ଟ୍ରେଲିଆ ମ୍ୟାଚକୁ ହାତମୁଠାକୁ ଆଣିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+