Arrest Virat Kohli: ଏକ୍ସରେ ଟ୍ରେଣ୍ଡ କରୁଛି ଆରେଷ୍ଟ କୋହଲି, ଜାଣନ୍ତୁ କାହିଁକି
କ୍ରିକେଟର ବିରାଟ କୋହଲିଙ୍କ କୋଟି କୋଟି ଫ୍ୟାନ। ଏପରିକି ଭାରତରେ ସୋସିଆଲ ମିଡିଆରେ ସର୍ବାଧିକ ଫ୍ୟାନ ରହିଥିବା ସେଲିବ୍ରିଟିଙ୍କ ମଧ୍ୟରେ ବିରାଟ କୋହଲି ପ୍ରଥମ ସ୍ଥାନରେ ରହିଛନ୍ତି।
ତେବେ ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଆରେଷ୍ଟ କୋହଲି ହ୍ୟାସ ଟ୍ୟାଗ ଟ୍ରେଣ୍ଡ । ନିକଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ଚାମ୍ପିୟନ ହୋଇଥିଲା। ମାତ୍ର ଭିକ୍ଟ୍ରି ପରେଡ ସମୟରେ ଘଟି ଯାଇଥିଲା ଅଘଟଣ। ଦଳା ଚକଟା କାରଣରୁ ୧୧ ଜଣ ନୀରିହ ଫ୍ୟାନ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଥିଲେ।
ଦେଶବ୍ୟାପୀ ଏହି ଘଟଣାକୁ ନିନ୍ଦା କରାଯାଇଥିଲା। ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଘଟିଥିବା ଏହି ଘଟଣାକୁ ନେଇ ପୋଳିସ ପକ୍ଷରୁ ଏତଲା ଦାୟର କରାଯାଇଥିଲା।

କ୍ୟୁବନ ପାର୍କ ପୋଲିସ ପକ୍ଷରୁ କେସ୍ ରୁଜୁ କରାଯାଇଥିବା ନେଇ ସେଣ୍ଟ୍ରାଲ ଡିସିପି ଶେଖର ଏଚ୍ ଟେକନ୍ନାବର ଏହି ସୂଚନା ଦେଇଛନ୍ତି । ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୫, ୧୨୫(୧୨), ୧୪୨, ୧୨୧ ଓ ୧୯୦ରେ ଏହି ଅପରାଧିକ ମାମଲା ରୁଜୁ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଏହି ଉତ୍ସବ ରବିବାର ଦିନ କରିବା ପାଇଁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଛୁଟି ଦିନରେ ଭିଡ଼ କମ୍ ରହିବ ବୋଲି କୁହାଯାଇଥିଲା । ରବିବାର ଦିନ କରାଗଲେ, ପୋଲିସକୁ ଆୟୋଜନ କରିବାରେ ସମୟ ମିଳିବ ବୋଲି ମଧ୍ୟ କୁହାଯାଇଥିଲା ।
ତେବେ ସରକାର ଏହାକୁ ବିଜୟ ପରଦିନ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହାର ପରିଣାମ ଭୟଙ୍କର ଥିଲା । ଭିଡକୁ ନିୟନ୍ତ୍ରଣ କରିବାରେ ପୋଲିସ ସକ୍ଷମ ହୋଇପାରିନଥିଲା ।
କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ବିଜୟ ଉତ୍ସବ ପାଇଁ ନିର୍ଦ୍ଦେଶ ମିଳିଥିଲେ ମଧ୍ୟ ଦୁର୍ଘଟଣା ପରେ ସରକାର ଏହି ଘଟଣାରୁ ନିଜକୁ ଦୂରେଇ ଦେଇଛନ୍ତି। ସରକାରଙ୍କ ପକ୍ଷରୁ କ୍ରିକେଟ ଆସୋସିଏସନ ଓ ଆରସିବି ଫ୍ରାଞ୍ଚାଇଜକୁ ସମ୍ପୂର୍ଣ୍ଣ ଭାବେ ଦୋଷ ଦିଆଯାଇଛି। ଏପରିକି ଶନିବାର ସକାଳେ ବିମାନ ବନ୍ଦରରୁ ଆରସିବି ମ୍ୟାନେଜମେଣ୍ଟର ଟପ ଅଫିସିଆଲ ନିଖିଲ ସୋସାଲେ ଓ ଡିଏନଏ ଏଣ୍ଟରଟେନମେଣ୍ଟର ୩ ଜଣଙ୍କୁ ଗିରଫ କରିଥିଲା। ଏପରିକି ପୋଲିସ କମିଶନର ବି. ଦୟାନନ୍ଦଙ୍କୁ ସସପେଣ୍ଡ ମଧ୍ୟ କରାଯାଇଥିଲା।












Click it and Unblock the Notifications