ଓଡିଆ ହକି ତାରକା ଦୀପଗ୍ରେସ ଏକ୍କାଙ୍କୁ ଅର୍ଜୁନ ପୁରସ୍କାର
ଓଡିଆ ମହିଳା ହକି ତାରକା ଦୀପଗ୍ରେସ ଏକ୍କାଙ୍କ ନାମ ଅର୍ଜୁନ ପୁରସ୍କାରରେ ସାମିଲ କରଯାଇଛି ।
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଖେଳ ପୁରସ୍କାର ପାଇଁ ଆଜି ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ଅବଦାନ ପାଇଁ ଖେଳାଳି ଓ କୋଚଙ୍କ ନାଁ ଘୋଷଣା କରାଯାଇଛି। ଦେଶର ଷ୍ଟାର ତଥା ଭେଟରାନ ଟେବୁଲ ଟେନିସ ଖେଳାଳି ଶରତ କମଲ ଅଚନ୍ତାଙ୍କୁ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ତେବେ ଓଡିଆ ମହିଳା ହକି ତାରକା ଦୀପଗ୍ରେସ ଏକ୍କାଙ୍କ ନାମ ଅର୍ଜୁନ ପୁରସ୍କାରରେ ସାମିଲ କରଯାଇଛି ।

ନଭେମ୍ବର ୩୦ ତାରିଖରେ ଏହି ରାଷ୍ଟ୍ରିୟ ଖେଳ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ । ମୋଟ ୨୫ ଜଣଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ । ତେବେ ଶରତ କମଲ ଏକମାତ୍ର ଖେଳାଳି ଭାବେ ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଅର୍ଜୁନ ପୁରସ୍କାର ସହ ଦ୍ରୋଣାଚାର୍ଯ୍ୟ ପୁରସ୍କାର, ଧ୍ୟାନଚାନ୍ଦ ପୁରସ୍କାର ପାଇଁ ଖେଳାଳିଙ୍କ ନାଁ ଘୋଷଣା ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ଖେଳାଳିଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିବେ ।
ଦେଖନ୍ତୁ ତାଲିକା:
ଅର୍ଜୁନ ପୁରସ୍କାର-
ସୀମା ପୁନିଆ, ଏଲ୍ଡୋସ ପଲ, ଅବିନାଶ ମୁକୁନ୍ଦ ସାବଲେ, ଲକ୍ଷ୍ୟ ସେନ୍, ଏଚଏମ ପ୍ରଣୟ, ଅମିତ, ନିକହତ ଜରିନ, ଭକ୍ତି ପ୍ରଦିପ କୁଲକର୍ଣ୍ଣି, ଆର ପ୍ରଜ୍ଞାନାନନ୍ଦ, ଦୀପଗ୍ରେସ ଏକ୍କା, ଶୁସିଲା ଦେବୀ, ସାକ୍ଷୀ କୁମାରୀ, ନୟନ ମୋନୀ ସୌକୟା, ସାଗର କୈଳାସ ଓବଲେକର, ଇଲାବେନିଲ ବ୍ଲାରିବିନ, ଓମପ୍ରକାଶ ମିଥରବାଲା, ଶ୍ରୀଜା ଅକୁଲା, ବିକାଶ ଠାକୁର, ଅଂଶୁ, ସରିତା, ପରବିନ, ମାନସି ଗିରିଶଚନ୍ଦ୍ର ଜୋଶି, ତରୁଣ ଢିଲ୍ଲନ, ସ୍ୱପ୍ନିନ ସଞ୍ଜୟ ପାଟିଲ ଜେରଲିନ ଅନିକା ଜେ ।
ମେଜର ଧ୍ୟାନଚାନ୍ଦ ପୁରସ୍କାର-
ଅଶ୍ୱିନୀ ଅଙ୍କୁଜୀ ସି, ଧର୍ମବୀର ସିଂ, ବିସି ସୁରେଶ, ନୀର ବାହାଦୂର ଗୁରଙ୍ଗ ।
ଜୀବନବ୍ୟାପୀ କ୍ୟାଟାଗୋରୀ: ଦୀନେଶ ଜବାହର ଲାଡ (କ୍ରିକେଟ୍), ବିମଲ ପ୍ରଫୁଲ୍ଲ ଘୋଷ (ଫୁଟବଲ) ଓ ରାଜ ସିଂହ(କୁସ୍ତି)।
ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର: ଟ୍ରାନ୍ସଷ୍ଟାଡିଆ ଏଣ୍ଟରପ୍ରାଇଜେସ୍ ପ୍ରାଇଭେଟ ଲିମିଟେଡ୍, କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି, ଲଦାଖ ସ୍କି ଓ ସ୍ନୋବୋର୍ଡ ଆସୋସିଏସନ୍।
ମୌଲାନା ଅବୁଲ କଲାମ ଆଜାଦ (MAKA) ଟ୍ରଫି: ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ, ଅମୃତସର।












Click it and Unblock the Notifications