ଇତିହାସ ରିଚଲେ ଅର୍ଜୁନ ତେନ୍ଦୁଲକର, ବାପାଙ୍କ ଏହି ରେକର୍ଡର ହେଲେ ସମକକ୍ଷ
: ବାପାଙ୍କ ରାସ୍ତାରେ ପୁଅ । ବାପା ସଚିନଙ୍କ ରେକର୍ଡ ସମକକ୍ଷ ହେଲେ ଜୁନିୟର ତେନ୍ଦୁଲକର । ମାଷ୍ଟର ବ୍ଲାଷ୍ଟରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଆଜି ଇତିହାସ ରଚିଛନ୍ତି।
ମୁମ୍ବାଇ: ବାପାଙ୍କ ରାସ୍ତାରେ ପୁଅ । ବାପା ସଚିନଙ୍କ ରେକର୍ଡ ସମକକ୍ଷ ହେଲେ ଜୁନିୟର ତେନ୍ଦୁଲକର । ମାଷ୍ଟର ବ୍ଲାଷ୍ଟରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଆଜି ଇତିହାସ ରଚିଛନ୍ତି ।

ସେ ରଣଜୀ ଡେବ୍ୟୁରେ ଗୋଆ ପକ୍ଷରୁ ଶତକ କରିଛନ୍ତି। ରାଜସ୍ଥାନ ବିପକ୍ଷ ଡେବ୍ୟୁ ମ୍ୟାଚରେ ଅର୍ଜୁନ ଏହି ଚମତ୍କାର ଶତକ ହାସଲ କରିଛନ୍ତି । ୭ ନମ୍ବରରେ ବ୍ୟାଟିଂ କରି ସେ ଏହି ସଫଳତା ନିଜ ନାମରେ କରିଛନ୍ତି । ତାଙ୍କ ଶତକ ବଳରେ ଗୋଆର ସ୍କୋର ୪୦୦ ଉପରକୁ ଯାଇପାରିଛି ।
ତେବେ ୧୯୮୮ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପଦାର୍ପଣ ରଣଜୀ ମ୍ୟାଚରେ ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାର ୩୪ ବର୍ଷ ପରେ ତାଙ୍କ ପୁଅ ଅର୍ଜୁନ ସମାନ ଶୈଳୀରେ କ୍ୟାରିୟରକୁ ଦିଗ ପ୍ରଦାନ କରିଛି । ୧୧ ଡିସେମ୍ବର ୧୯୮୮ରେ ସଚିନ ମୁମ୍ବାଇ ତରଫରୁ ଖେଳି ଗୁଜରାଟ ବିପକ୍ଷରେ ଶତକ ହାସଲ କରିଥିଲେ । ସେ ସମୟରେ ସଚିନଙ୍କୁ ମାତ୍ର ୧୫ ବର୍ଷ ବୟସ ହୋଇଥିଲା । ଏହା ପରେ ସେ ଦିଲୀପ ଟ୍ରଫି ଓ ଇରାନୀ ଟ୍ରଫି ପଦାର୍ପଣରେ ମଧ୍ୟ ଶତକ ହାସଲ କରିଥିଲେ ।
ଅର୍ଜୁନ ଦଳରେ ବୋଲିଂ ଅଲରାଉଣ୍ଡର ଭାବେ ଖେଳୁଥିବା ଜଣାପଡ଼ିଛି। ଏତଦ ବ୍ୟତୀତ ସେ ବାମହାତୀ ଦ୍ରୁତ ବୋଲର ଭାବେ ମଧ୍ୟ ଜଣାଶୁଣା। ଅର୍ଜୁନଙ୍କୁ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିଲା। ତେବେ ସେ କୌଣସି ମ୍ୟାଚ ଖେଳିବାର ସୁଯୋଗ ପାଇ ନାହାଁନ୍ତି। ସେ ଚଳିତ ରଣଜୀ ସିଜିନରେ ଭଲ ପ୍ରଦର୍ଶନ କରି ଆସନ୍ତା ବର୍ଷର ଆଇପିଏଲ ପାଇଁ ଖେଳିବାକୁ ଯୋଜନା ରଖିଥିବା କୁହାଯାଉଛି।
ଖେଳରେ ଡେବ୍ୟୁ କରିଥିବା ଅର୍ଜୁନ ଏଯାବତ ୧୯୫ ବଲରେ ୧୧୨ ରନ କରି ଖେଳୁଛନ୍ତି । ଏଥିରେ ୧୫ ଚୌକା ଓ ୨ ଛକା କରିଛନ୍ତି । ଅର୍ଜୁନ ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ୭ଟି ତାଲିକା-ଏ ଏବଂ ୯ଟି ଟି-୨୦ ମ୍ୟାଚ ଖେଳିଛନ୍ତି ।












Click it and Unblock the Notifications