ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ....

କିମ୍ବଦନ୍ତୀ ବ୍ୟାଟର କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ଉଦ୍ୟୋଗୀ ସାନିୟା ଚଣ୍ଡୋକଙ୍କୁ ନିଜ ଜୀବନସାଥୀ ବାଛିଛନ୍ତି । ଗତ ବର୍ଷ ଅଗଷ୍ଟ ମାସରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଥିଲା । ଗୁରୁବାର ମୁମ୍ବାଇରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଉଭୟ ପରିବାରର ସଦସ୍ୟଙ୍କ ସମେତ ବହୁ ପୂର୍ବତନ କ୍ରିକେଟର ଯୋଗଦେବା ସହ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ । ଘରକୁ ବୋହୂ ଆଣିଛନ୍ତି ସଚିନ୍ ତେନ୍ଦୁଲକର ।

ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଠାରୁ ଆରମ୍ଭ କରି ସୁରେଶ ରାଇନା, ଯୁବରାଜ ସିଂହ, ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର, ପୂର୍ବତନ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼, ରବି ଶାସ୍ତ୍ରୀ ଏବଂ ଆଇସିସି ଅଧ୍ୟକ୍ଷ ଜୟ ଶାହ, ଶାହରୁଖ ଖାନ, ଆମିର ଖାନ ଓ ଫରହାନ ଅଖତର, ଅମିତାଭ ବଚ୍ଚନ, ଜୟା ବଚ୍ଚନଙ୍କ ସହ ବହୁ ମହାରଥୀ ନିଜ ପରିବାର ସଦସ୍ୟଙ୍କ ସହ ବିବାହ ଉତ୍ସବରେ ଯୋଗ ଦେଇଥିଲେ । ସାନିୟା- ଅର୍ଜୁନଙ୍କ ଗ୍ରାଣ୍ଡ ୱେଡିଂର ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଯେଉଁଥିରେ ନବଦମ୍ପତ୍ତି ବେଶ୍ ସୁନ୍ଦର ଲାଗୁଛନ୍ତି । ଅର୍ଜୁନ ରେଡ୍‌ ରଙ୍ଗର ସେରୱାନୀ ପିନ୍ଧିଛନ୍ତି । ସେହିପରି ସାନିୟା ମଧ୍ୟ ନାଲି-ସୁନେଲୀ ରଙ୍ଗର ଲେହେଙ୍ଗାରେ ଖୁବ୍ ସୁନ୍ଦର ଲାଗୁଥିଲେ ।

Arjun-Sania
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+