For Quick Alerts
Turn On Notification  
For Daily Alerts
Oneindia App Download

ଜୁନିଅର ହକି ବିଶ୍ୱକପର ଚାମ୍ପିଅନ ବନିଲା ଆର୍ଜେଣ୍ଟିନା

ଆର୍ଜେଣ୍ଟିନା FIH ଜୁନିୟର ହକି ବିଶ୍ୱକପର ନୂତନ ଚାମ୍ପିଅନ୍ ହୋଇଛି । ରବିବାର ଖେଳାଯାଇଥିବା ଫାଇନାଲରେ ସେ ଜର୍ମାନୀକୁ ପରାସ୍ତ କରିଛି । ଦ୍ୱିତୀୟ ଥର ପାଇଁ ଆର୍ଜେଣ୍ଟିନା ଏହି ଟ୍ରଫି ଜିତିଛି।

|

ଭୁବନେଶ୍ୱର: ଆର୍ଜେଣ୍ଟିନା FIH ଜୁନିୟର ହକି ବିଶ୍ୱକପର ନୂତନ ଚାମ୍ପିଅନ୍ ହୋଇଛି । ରବିବାର ଖେଳାଯାଇଥିବା ଫାଇନାଲରେ ସେ ଜର୍ମାନୀକୁ ପରାସ୍ତ କରିଛି । ଦ୍ୱିତୀୟ ଥର ପାଇଁ ଆର୍ଜେଣ୍ଟିନା ଏହି ଟ୍ରଫି ଜିତିଛି। 2005ରେ ଆର୍ଜେଣ୍ଟିନା ଜୁନିୟର ହକି ବିଶ୍ୱକପ ଟାଇଟଲ ଜିତିଥିଲା ​​। ଜର୍ମାନୀ ଦଳ 6 ଥର ଏହି ଟାଇଟଲ ଜିତିଛି । ଆର୍ଜେଣ୍ଟିନାର ଚମତ୍କାର ପ୍ରଦର୍ଶନ ସେମାନଙ୍କର ସପ୍ତମ ଟାଇଟଲ୍ ଆଶାକୁ ନଷ୍ଟ କରିଦେଲା ।

Argentina

ଫାଇନାଲରେ ଜର୍ମାନୀକୁ 4-2 ଗୋଲରେ ପରାସ୍ତ କରି ବିଶ୍ୱକପ ଟ୍ରଫି ଆର୍ଜେଣ୍ଟିନା ନେଇଛି । ଏହାସହ ବିଶ୍ଵକପର 6 ଥର ବିଜେତା ଜର୍ମାନୀ ଉପବିଜେତା ହୋଇ ବିଶ୍ୱକପ ଅଭିଯାନ ଶେଷ କରିଛି । ଖେଳର ପ୍ରଥମ କ୍ୱାଟର୍ ଓ ଦ୍ଵିତୀୟ କ୍ୱାଟରରେ ଗୋଟିଏ ଲେଖାଏଁ ଗୋଲ କରି ଜର୍ମାନୀକୁ ପ୍ରେସରରେ ପକେଇଥିଲା, କିନ୍ତୁ ଜର୍ମାନୀ ଦ୍ଵିତୀୟ ହାଫରେ ଜବରଦସ୍ତ କମ୍ ବ୍ୟାକ୍ କରିଥିଲା। ଉଭୟ ଥାର୍ଡ ଓ ଫୋର୍ଥ କ୍ୱାଟର୍ ରେ ଗୋଟିଏଁ ଲେଖାଏଁ ଗୋଲ କରି ସ୍କୋର ବରାବର କରିଥିଲା। ପରବର୍ତ୍ତୀ ସମୟରେ ଆର୍ଜେଣ୍ଟିନା ଆଉ ଏକ ଗୋଲ ସ୍କୋର କରି 3-2ରେ ଲିଡ଼ କରିଥିଲା। ଆର୍ଜେଣ୍ଟିନା ତରଫରୁ ହାଟ୍ରିକ ଗୋଲ କରିଥିଲେ ଲୋଟାରୋ ଡୋମେନ । ଜର୍ମାନୀ ତରଫରୁ ହେନର ଜୁଲିଅସ ଏବଂ ଫାନ୍ଦଟ ମେସି ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ।

ଏଥିସହିତ ଶେଷ ହୋଇଛି ଜୁନିୟର ହକି ମହାକୁମ୍ଭ । ନଭେମ୍ବର 24 ତାରିଖରୁ ଆରମ୍ଭ ହେଇଥିବା ଏହି ମହାକୁମ୍ଭର ଆଜି ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Argentina Become Junior Hockey World Cup Champion
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X