ସବୁଦିନ ଗ୍ୟାସ୍ ଟାବଲେଟ୍ ଖାଉଛନ୍ତି କି? ହୋଇପାରେ ସାଙ୍ଘାତିକ...
ଯେତେବେଳେ ଖାଦ୍ୟ ଆମ ଅନ୍ତନଳୀରେ ପ୍ରବେଶ କରେ, ଏହାକୁ ହଜମ କରିବା ପାଇଁ ଅନେକ ରାସାୟନିକ ପଦାର୍ଥ, ଏନଜାଇମ୍, ହରମୋନ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଆବଶ୍ୟକ ହୁଏ। ଆମର ଶରୀର ନିରନ୍ତର ଏଗୁଡ଼ିକ ଉତ୍ପାଦନ କରେ। ଏହା ସହିତ, ଏହି ଖାଦ୍ୟକୁ ହଜମ କରିବା ପାଇଁ କୋଟି କୋଟି ଅଣୁଜୀବ ଆମ ଶରୀର ମଧ୍ୟରେ ଥାଏ। ତେଣୁ, ଆମର ପେଟରେ ସବୁବେଳେ ପ୍ରାୟ 100 ମିଲି ଏସିଡ୍ ସହିତ ବିଭିନ୍ନ ଗ୍ୟାସ୍ ରହିଥାଏ। ପ୍ରତ୍ୟେକ ମଣିଷ ଶରୀର ଗ୍ୟାସ୍ ନିର୍ଗତ କରେ, କିନ୍ତୁ ଯେତେବେଳେ ପାଚନ ପ୍ରଣାଳୀ ଠିକ୍ ଭାବରେ କାର୍ଯ୍ୟ କରେ ନାହିଁ, ଗ୍ୟାସ୍ ଜମା ହୁଏ, ଯାହା ଅସ୍ୱସ୍ତି ସୃଷ୍ଟି କରେ।

ଗ୍ୟାସ୍ ଶାରୀରିକ ଅସ୍ୱସ୍ତି ଏବଂ ମାନସିକ ବିରକ୍ତିର କାରଣ ହୁଏ। ଏପରି ପରିସ୍ଥିତିରେ, କିଛି ଲୋକଙ୍କୁ ଔଷଧ ନେବାକୁ ପଡ଼ିଥାଏ। ଗୋଟିଏ କିମ୍ବା ଦୁଇ ଦିନ ପରେ, ପାଚନ ପ୍ରକ୍ରିୟା ଫେରି ଆସେ, ଏବଂ ସେମାନେ ଔଷଧ ନେବା ବନ୍ଦ କରିପାରନ୍ତି। ତଥାପି, କିଛି ଲୋକ ପ୍ରତିଦିନ ଗ୍ୟାସ୍ ଔଷଧ ଖାଇବା ଜାରି ରଖନ୍ତି। ଏହି ବ୍ୟକ୍ତିମାନଙ୍କ ପାଇଁ ଏହା ଏକ ଅଭ୍ୟାସ ହୋଇଯାଏ। ଯଦି ଆପଣ ମଧ୍ୟ ଗ୍ୟାସ୍ ଔଷଧ ଖାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ତେବେ ଚାଲନ୍ତୁ ଜାଣିବା ଏହା ଅନ୍ତନଳୀ ଉପରେ କ'ଣ ପ୍ରଭାବ ପକାଏ?
ସମ୍ପ୍ରତି ଏକ ଗବେଷଣାରୁ ଜଣାପଡିଛି ଯେ ଏହି ଅଭ୍ୟାସ ପେଟରେ ବ୍ୟାକ୍ଟେରିଆ ଦ୍ୱାରା ହେଉଥିବା ସଂକ୍ରମଣକୁ ଅନେକ ଗୁଣ ବଢ଼ାଇପାରେ ।
ରିପୋର୍ଟ ଅନୁଯାୟୀ, ଏହି ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁଁ କ୍ରମାଗତ ଭାବେ ଡାଇରିଆ ଏବଂ ବୃହଦନ୍ତ୍ରରେ ସଂକ୍ରମଣ ହୋଇପାରେ । ଏହା ବୃହଦନ୍ତ୍ରରେ 'କ୍ଲୋଷ୍ଟ୍ରିଡିୟମ୍ ଡିଫିସାଇଲ୍ କୋଲାଇଟିସ୍' ସଂକ୍ରମଣ ବଢ଼ାଇଥାଏ, ଯାହାକୁ 'ସି-ଡିଫ୍' ନାମରେ ମଧ୍ୟ ଜଣାଯାଏ । ଯଦିଓ କିଛି କ୍ଷେତ୍ରରେ ଅଧିକ ଆଣ୍ଟିବାୟୋଟିକ୍ ଖାଇବା ଦ୍ୱାରା ମଧ୍ୟ ଏହି ସମସ୍ୟା ହୋଇଥାଏ । ଏହି ଗବେଷଣାରେ ସମୁଦାୟ ୭,୭୦୩ ରୋଗୀଙ୍କ ସି-ଡିଫ୍ ସମ୍ବନ୍ଧୀୟ ୧୬ଟି ରିସର୍ଚ୍ଚକୁ ଅଧ୍ୟୟନ କରାଯାଇଥିଲା। ଯେଉଁଥିରେ ନିୟମିତ ଭାବେ ନିଆଯାଉଥିବା ଓପେରାଜୋଲ୍, ହିଷ୍ଟାମାଇନ୍ ୨ ରାନିଟିଡାଇନ୍ ଭଳି ଔଷଧଗୁଡ଼ିକର ବିଶ୍ଳେଷଣ କରାଯାଇଥିଲା ।
ଗ୍ୟାସ୍-ଏସିଡିଟି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ହେଉଛି ଡାଇରିଆ, ଫ୍ଲୁ, ପାଟି ଶୁଖିଯିବା, ପେଟ ଫାମ୍ପିବା, ଗ୍ୟାସ୍ ହେବା, ପିଠି ଯନ୍ତ୍ରଣା, ଦୁର୍ବଳ ଲାଗିବା । ତେଣୁ ଯେତେ ସମ୍ଭବ ଏଥିପାଇଁ ଘରୋଇ ଉପାୟ ଅବଲମ୍ୱନ କରିବା ଦରକାର । ସେଗୁଡ଼ିକ ହେଲା....
ପ୍ରତିଦିନ ଖାଲି ପେଟରେ ଜୁଆଣି ସେବନ କରନ୍ତୁ ।
ଜୁଆଣିକୁ ତରକାରୀ କିମ୍ବା ରୁଟିରେ ମିଶାଇ ମଧ୍ୟ ଖାଇପାରିବେ ।
ବାହାର ଖାଦ୍ୟ ଖାଇବା ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ ।
ନଡ଼ିଆ ପାଣି, ଦହି, ଘୋଳ ଦହି, ଲସି ବ୍ୟବହାର କରନ୍ତୁ ।
ଫଳ ଏବଂ ସବୁଜ ପନିପରିବା ଅଧିକ ଖାଆନ୍ତୁ ।
ଖାଇବା ପରେ ତୁରନ୍ତ ଶୋଇବା ପରିବର୍ତ୍ତେ କିଛି ସମୟ ଚାଲନ୍ତୁ ।
ଯେତେ ସମ୍ଭବ ଅଧିକ ପାଣି ପିଅନ୍ତୁ ।
ଚିନ୍ତାମୁକ୍ତ ରୁହନ୍ତୁ ଏବଂ ୭-୮ ଘଣ୍ଟାର ସମ୍ପୂର୍ଣ୍ଣ ନିଦ ଶୁଅନ୍ତୁ ।












Click it and Unblock the Notifications