ତେନ୍ଦୁଲକରଙ୍କ ଝିଅ ସାରାଙ୍କୁ ଡେଟ୍ କରୁଛନ୍ତି କି ଶୁଭମାନ ଗିଲ୍, ଏପରି ଫଟୋ ହେଲା ଭାଇରାଲ
Sara Tendulkar Shubman Gill: ଭାରତୀୟ କ୍ରିକେଟର ଶୁଭମାନ ଗିଲ ଏବଂ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ନିଜ ସମ୍ପର୍କକୁ ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ରହି ଆସୁଛନ୍ତି । ଯଦିଓ ଏହି ଗୁଜବକୁ ନେଇ ଉଭୟ କେବେ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି । ହେଲେ ଉଭୟଙ୍କ ବିଷୟରେ ଚର୍ଚ୍ଚା ଲାଗି ରହିଥାଏ ।
2023 ମସିହାରେ ଅନୁଷ୍ଠିତ ବିଶ୍ୱକପ୍ ସମୟରେ ସାରା ଏବଂ ଶୁବମାନ ଗିଲଙ୍କୁ ଚର୍ଚ୍ଚା ଜୋର ଧରିଥିଲା । ସାରାଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଶୁଭମନଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଉଭୟଙ୍କର ଏକ ଫଟୋ ଭାଇରାଲ ହେଉଛି । ଯେଉଁ ଫଟୋ ଦେଖି ଫ୍ୟାନ୍ସ ବର୍ତ୍ତମାନ ସନ୍ଦେହ କରୁଛନ୍ତି ଉଭୟଙ୍କ ମଧ୍ୟରେ କିଛି ସମ୍ପର୍କ ରହିଛି । ତେବେ ଚାଲନ୍ତୁ ଜାଣିବା କେଉଁ ଫଟୋକୁ ନେଇ ଚର୍ଚ୍ଚା ।
ବାସ୍ତବରେ, ସାରା ତେନ୍ଦୁଲକର ତାଙ୍କ ପରିବାର ସହିତ ରାଧିକା ମର୍ଚାଣ୍ଟ ଏବଂ ଅନନ୍ତ ଅମ୍ବାନୀଙ୍କ ପ୍ରି-ୱେଡିଂ ଇଭେଣ୍ଟରେ ଯୋଗ ଦେଇଥିଲେ । ଏହି ସମୟରେ ସାରା ଏକ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବାର ନଜର ଆସିଥିଲେ । ଯେଉଁଥି ଫଟୋରେ ତାଙ୍କ ସହ ଏକ କୁକୁର ମଧ୍ୟ ଦେଖିବା ପାଇଁ ମିଳୁଛି । ଯାହା ପରେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଫ୍ୟାନ୍ସ ଦାବି କରିଛନ୍ତି ଯେ, ଏହି କୁକୁର କ୍ରିକେଟର ଶୁଭମାନ ଗିଲଙ୍କର ବୋଲି ।

କାରଣ କିଛି ଦିନ ପୂର୍ବରୁ ଶୁଭମାନ ଗିଲ ସୋସିଆଲ ମିଡିଆରେ ତାଙ୍କ ପୋଷା କୁକୁର ସହିତ ଏକ ଫଟୋ ସେୟାର କରିଥିଲେ। ଏହା ସେହି ସମାନ ପୋଷା କୁକୁର ଯାହା ସହିତ ସାରାଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଛି । ତେବେ ଉଭୟଙ୍କ ଫ୍ୟାନ୍ସ ଦାବି କରୁଛନ୍ତି ଯେ, ଏହା ସମାନ କୁକୁର ବୋଲି । ଏହି ଫଟୋ ଭାଇରାଲ ହେବା ପରେ ପୁଣି ସାରା-ଶୁଭମାନଙ୍କ ସମ୍ପର୍କକୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି । ସମୟ ସମୟରେ ସେ ଏପରି ଅନେକ ଫଟୋ ସେୟାର କରନ୍ତି । ସେହିପରି ଶୁବମାନ ଗିଲ ଜଣେ ଭାରତୀୟ କ୍ରିକେଟର। ଉଭୟଙ୍କୁ ଅନେକ ଥର ଏକାଠି ମଧ୍ୟ ଦେଖିବାକୁ ମିଳିଥାଏ । ହେଲେ ବର୍ତ୍ତମାନ ସେମାନଙ୍କ ସମ୍ପର୍କର ଖବରରେ କେତେ ସତ କେତେ ମିଛ ତାହା ତ ସମୟ ହିଁ କହିବ ।












Click it and Unblock the Notifications