ବିରାଟଙ୍କୁ ଟେକି କଚାଡି ଦେଲେ ଅନୁଷ୍କା! ; ବିରାଟ କହିଲେ ବିଶ୍ବାସ ହେଉନି, ପୁଣି ଥରେ...

ଅନୁଷ୍କା ଶର୍ମା ବିରାଟ କୋହଲିଙ୍କୁ ଏକ ସୁଟିଂ ସମୟରେ ଟେକି ଉଠାଇଛନ୍ତି । ଯେଉଁଥିରେ କୋହଲି ନିଜେ ବିଶ୍ୱାସ କରି ପାରୁ ନାହାନ୍ତି ଯେ, ଅନୁଷ୍କା ତାଙ୍କୁ ଟେକି ଉଠାଇ ଦେଇଛନ୍ତି ।

Anushka lifted Virat: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି । ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ ଭଲ ପାଇବା ଦେଖିବାକୁ ମିଳେ। ଦୁହେଁ ସୋସିଆଲ ମିଡିଆରେ ପରସ୍ପର ବିଷୟରେ ସେୟାର କରନ୍ତି । ଯଦିଓ ଉଭୟେ ସେମାନଙ୍କର ଗୋପନୀୟତା ବଜାୟ ରଖିବାରେ ବିଶ୍ବାସ କରନ୍ତି, କିନ୍ତୁ ଉଭୟ ସେମାନଙ୍କର ଲକ୍ଷ ଲକ୍ଷ ଫଲୋର୍ସଙ୍କ ସହିତ କିଛି ସୁନ୍ଦର ମୁହୂର୍ତ୍ତ ବାଣ୍ଟିବାକୁ ଦ୍ୱିଧା କରନ୍ତି ନାହିଁ ।

Anushka lifted Virat

ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯାହା ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ସେୟାର କରିଥିବା ଭିଡିଓରେ ବିରାଟ କୋହଲି ସମ୍ପୂର୍ଣ୍ଣ ଚକିତ ହୋଇଯାଇଛନ୍ତି। ବାସ୍ତବରେ ଅନୁଷ୍କା ଶର୍ମା ବିରାଟ କୋହଲିଙ୍କୁ ଏକ ସୁଟିଂ ସମୟରେ ଟେକି ଉଠାଇଛନ୍ତି । ଯେଉଁଥିରେ କୋହଲି ନିଜେ ବିଶ୍ୱାସ କରି ପାରୁ ନାହାନ୍ତି ଯେ, ଅନୁଷ୍କା ତାଙ୍କୁ ଟେକି ଉଠାଇ ଦେଇଛନ୍ତି । ପରେ ବିରାଟ କୋହଲିଙ୍କୁ ବିଶ୍ବାସ କରାଇବା ପାଇଁ ଅନୁଷ୍କା ପୁଣି ଥରେ ବିରାଟଙ୍କୁ ଉଠାଇ ନେଇଛନ୍ତି।

ତେବେ ପ୍ରଥମ ଥର ଅନୁଷ୍କା ବିରାଟଙ୍କୁ ଉଠାଇବା ପରେ 2ୟ ଥର ଉଠାଇବା ପାଇଁ ବିରାଟ କହିଥିଲେ । ବିରାଟ କହିଥିଲେ, ମୋର ବିଶ୍ବସ ହେଉନି ଯେ ତୁମେ ମୋତେ ଟେକି ଉଠାଇ ପାରୁଛ । ତେବେ ଆଉ ଥରେ ଏପରି କରିବାକୁ ବିରାଟ ଅନୁଷ୍କାଙ୍କୁ ଅନୁରୋଧ କରିଛନ୍ତି ।

ନିକଟରେ ବିରାଟ ଏବଂ ଅନୁଷ୍କା ପିତା-ମାତା ହୋଇଛନ୍ତି। ଦୁହିଁଙ୍କ ଝିଅର ନାମ ଭମିକା ରଖାଯାଇଛି । ଅନୁଷ୍କା ଏବଂ ବିରାଟ 2017 ରେ ବିବାହ କରିଥିଲେ ଏବଂ ଅନୁଷ୍କା 11 ଜାନୁଆରୀରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ।

ବିରାଟ କୋହଲି ବର୍ତ୍ତମାନ ଆଇପିଏଲରେ ବ୍ୟସ୍ତ ଅଛନ୍ତି ଏବଂ ସେ ଆଗାମୀ ସିଜନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଇପିଏଲର ଏହି ଋତୁ 9 ଏପ୍ରିଲରୁ ଆରମ୍ଭ ହେବ । ବିରାଟ କୋହଲିଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 9 ଏପ୍ରିଲରେ ପ୍ରଥମ ମ୍ୟାଚ୍ ଖେଳିବ। କୋହଲି ଆଇପିଏଲର ଏହି ସିଜନରେ ପ୍ରଥମ ଥର ପାଇଁ ଟାଇଟଲ୍ ହାତେଇବାକୁ ଚେଷ୍ଟା କରିବେ । ଗତ ସିଜନରେ ପ୍ଲେ ଅଫରେ ପହଞ୍ଚିବାରେ ଆରସିବି ଦଳ ସଫଳ ହୋଇଥିଲା । ତେଣୁ ଏହି ସିଜନରେ ଦଳ ଫାଇନାଲରେ ଟାଇଟଲ ଜିତିବାକୁ ଚେଷ୍ଟା କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+