ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମ୍ସ ୨୦୨୩ ଲୋଗୋ ଏବଂ ମାସ୍କଟ ଉନ୍ମୋଚନ

ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମ୍ସ ୨୦୨୩ ଲୋଗୋ ଏବଂ ମାସ୍କଟ ଉଜ୍ଜ୍ୱଳାକୁ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ବହୁ ବିଶିଷ୍ଟ ଆଥଲେଟ୍ ଏବଂ ପାରା ଆଥଲେଟ୍ ଉନ୍ମୋଚନ କରିଛନ୍ତି ।

ଖେଲୋ ଇଣ୍ଡିଆ- ପାରା ଗେମ୍ସ ୨୦୨୩ର ଅଫିସିଆଲ୍ ମାସ୍କଟ୍ ଭାବେ ଘର ଚଟିଆ- 'ଉଜ୍ଜ୍ୱଳା'କୁ ଉନ୍ମୋଚନ କରାଯାଇଛି। ଛୋଟ ଘର ଚଟିଆ ଦିଲ୍ଲୀର ଗୌରବର ପ୍ରତୀକ ଏବଂ ଏହାର ଭିନ୍ନତା ସଂକଳ୍ପ ଏବଂ ସହାନୁଭୂତିକୁ ଦର୍ଶାଏ। ଖେଲୋ ଇଣ୍ଡିଆ - ପାରା ଗେମ୍ସ ୨୦୨୩ର ମାସ୍କଟ୍ ଭାବରେ ଉଜ୍ଜ୍ୱଳା ସ୍ମରଣ କରାଇ ଦେଉଛି ଯେ ଶକ୍ତି ଅନେକ ରୂପରେ ଆସିଥାଏ ଏବଂ ମାନବିକ ଭାବନା ଅତୁଟ ରହିଥାଏ ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ରାଣୀ ରାମପାଲ, ଭାରତୀୟ ଫ୍ରିଷ୍ଟାଇଲ କୁସ୍ତିଯୋଦ୍ଧା ତଥା ଅଲିମ୍ପିଆନ୍ ବ୍ରୋଞ୍ଜ ପଦକ ବିଜେତା ଯୋଗେଶ୍ୱର ଦତ୍ତ, ଭାରତୀୟ ପେସାଦାର କୁସ୍ତିଯୋଦ୍ଧା ସରିତା ମୋର, ଭାରତୀୟ ପେସାଦାର ବକ୍ସର ଅଖିଳ କୁମାର ଉପସ୍ଥିତ ଥିଲେ।

ପ୍ରମୋଦ ଭଗତ, ଭାବିନା ପଟେଲ, ଅବନୀ ଲେଖରା, ସୁମିତ ଆଣ୍ଟିଲଙ୍କ ଭଳି ଷ୍ଟାର ପାରା ଆଥଲେଟଙ୍କ ଉପସ୍ଥିତି ଏହି ସ୍ୱତନ୍ତ୍ର ଉତ୍ସବକୁ ଭବ୍ୟ କରିଥିଲା।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ସମାବେଶୀ କ୍ରୀଡ଼ା ଇକୋସିଷ୍ଟମର ସ୍ୱପ୍ନ ବିଷୟରେ ସୂଚନା ଦେଇ ଶ୍ରୀ ଅନୁରାଗ ଠାକୁର କହିଛନ୍ତି, "ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମ୍ସର ଉଦଘାଟନୀ ସଂସ୍କରଣର ଶୁଭାରମ୍ଭ ଅବସରରେ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଯୋଗୁଁ ଖେଲୋ ଇଣ୍ଡିଆ ଘରେ ଘରେ ପରିଚିତ ହୋଇପାରିଛି । ଏହା ଏକ ଆନ୍ଦୋଳନରେ ପରିଣତ ହୋଇଛି ଏବଂ ଖେଲୋ ଇଣ୍ଡିଆ ଗତ କିଛି ବର୍ଷ ଧରି ପାରା ଗେମ୍ସରୁ ବଞ୍ଚିତ ହେଉଥିଲା। ୨୦୧୮ରୁ ଆଜି ପର୍ଯ୍ୟନ୍ତ ଆମେ ୧୧ଟି ଖେଲୋ ଇଣ୍ଡିଆ ଗେମ୍ସ ଆୟୋଜନ କରିଛୁ, ଚଳିତ ବର୍ଷ ପାରା ଗେମ୍ସ ଯୋଡ଼ି ଥିବାରୁ ଆମେ ଆନନ୍ଦିତ।''

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଗତ ୪ ବର୍ଷ ଧରି ଖେଲୋ ଇଣ୍ଡିଆ ପାଇଁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୩,୦୦୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥାକରାଯାଇଥିଲା ଏବଂ ଆଜି ମୁଁ ଖୁସିର ସହ ଘୋଷଣା କରୁଛି ଯେ ଆଗାମୀ ପାଞ୍ଚ ବର୍ଷ ପାଇଁ ଏହାକୁ ୩୩୦୦ କୋଟି ଟଙ୍କାରୁ ଅଧିକ କୁ ବୃଦ୍ଧି କରାଯାଇଛି ।

 Khelo IndiaParaGames2023

୨୦୧୮ ପରଠାରୁ ମୋଟ ୧୧ଟି ଖେଲୋ ଇଣ୍ଡିଆ ଗେମ୍ସ ସଫଳତାର ସହ ଆୟୋଜନ କରାଯାଇଛି। ଏଥିରେ ୫ଟି ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ, ୩ଟି ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଓ ୩ଟି ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା ଅନ୍ତର୍ଭୁକ୍ତ। ଶ୍ରୀ ଠାକୁର କହିଛନ୍ତି ଯେ ଏହି କ୍ରୀଡ଼ାଗୁଡ଼ିକ ସମଗ୍ର ଦେଶରେ ପ୍ରତିଭାଙ୍କୁ ଚିହ୍ନଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ସମ୍ମାନଜନକ ବହୁ-ଶୃଙ୍ଖଳା ଇଭେଣ୍ଟରେ ଭାରତର ପ୍ରଦର୍ଶନରେ ସହାୟକ ହୋଇଛି। ଏବେ ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମ୍ସ ମାଧ୍ୟମରେ ପାରା କ୍ରୀଡ଼ାରେ କ୍ୟାରିୟର କରିବାକୁ ଚାହୁଁଥିବା ପ୍ରତିଭାବାନ ପାରା ଆଥଲେଟ୍‌ମାନଙ୍କୁ ଚିହ୍ନଟ କରାଯାଇ ଦେଶ ପାଇଁ ଆଶାନୁରୂପ ଫଳାଫଳ ଆଣିବାରେ ସହାୟକ ହୋଇପାରିବ।

ଏହି ଅବସରରେ ଭାରତୀୟ ଫ୍ରିଷ୍ଟାଇଲ କୁସ୍ତିଯୋଦ୍ଧା ତଥା ଅଲିମ୍ପିଆନ୍ ବ୍ରୋଞ୍ଜ ପଦକ ବିଜେତା ଯୋଗେଶ୍ୱର ଦତ୍ତ କହିଥିଲେ, ଭାରତ ସରକାର ଏଭଳି ଏକ ଚମତ୍କାର ପଦକ୍ଷେପ ନେଇଥିବା ଦେଖି ବହୁତ ଖୁସି ଲାଗୁଛି। ମୁଁ ଏହି ସମସ୍ତ ଆଥଲେଟଙ୍କୁ ଖେଳୁଥିବା ଦେଖିବାକୁ ଚାହୁଁଛି । ଖେଲୋ ଇଣ୍ଡିଆ ପାରା ଗେମ୍ସରେ ଭାଗ ନେଉଥିବା ସମସ୍ତ ଖେଳାଳିଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି।

ଖେଲୋ ଇଣ୍ଡିଆ ପାରା ଗେମ୍ସର ଉନ୍ମୋଚନ ପରେ ନିଜର ଉତ୍ସାହ ପ୍ରକାଶ କରି ପାରା ବ୍ୟାଡମିଣ୍ଟନରେ ୨୦୨୦ ଗ୍ରୀଷ୍ମକାଳୀନ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ପାରା ଆଥଲେଟ୍ ପ୍ରମୋଦ ଭଗତ କହିଛନ୍ତି, ''ମୁଁ ବିଶ୍ୱାସ କରେ ଯେ ପାରା ଗେମ୍ସର ବର୍ତ୍ତମାନ ବହୁତ ଆଶାଜନକ ଭବିଷ୍ୟତ ରହିଛି।ବିଶେଷକରି ଯୁବଗୋଷ୍ଠୀ ଏବଂ ପାରା ଆଥଲେଟ୍‌ମାନଙ୍କ ପାଇଁଅଧିକ ସୁଯୋଗ ରହିଛି। ଏଥିସହ ପ୍ରଶିକ୍ଷକମାନେ ନିଜ ପ୍ରଶିକ୍ଷଣକୁ ବ୍ୟବହାର କରି ଆଥଲେଟିକ ପ୍ରତିଭା ବୃଦ୍ଧି ଦିଗରେ ପ୍ରୟାସକୁ ପ୍ରୋତ୍ସାହିତ କରିପାରିବେ। ଖେଲୋ ପାରା ଗେମ୍ସରୁ ଆରମ୍ଭ ହେଉଥିବା ପ୍ରସ୍ତୁତି ସହ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାରତ ପକ୍ଷରୁ ଭାଗ ନେବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବେ। ଖେଲୋ ଇଣ୍ଡିଆ ଦ୍ୱାରା ଆରମ୍ଭ କରାଯାଇଥିବା ଏହା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମ୍ସରେ ସର୍ଭିସେସ୍‌ ସ୍ପୋର୍ଟସ କଣ୍ଟ୍ରୋଲ ବୋର୍ଡ ସମେତ ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୪୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ, ଯେଉଁଥିରେ ପାରା ଆଥଲେଟିକ୍ସ, ପାରା ସୁଟିଂ, ପାରା ତୀରଚାଳନା, ପାରା ଫୁଟବଲ, ପାରା ବ୍ୟାଡମିଣ୍ଟନ, ପାରା ଟେବୁଲ ଟେନିସ ଏବଂ ପାରା ଭାରୋତ୍ତୋଳନ ସମେତ ୭ଟି ବିଭାଗରେ ପାରା ଆଥଲେଟ୍‌ମାନେ ପଦକ ଓ ସଫଳତା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଆଇଜି ଷ୍ଟାଡିୟମ, ତୁଘଲକାବାଦର ସୁଟିଂ ରେଞ୍ଜ ଏବଂ ଜେଏଲଏନ ଷ୍ଟାଡିୟମ ଭଳି ୩ଟି ସାଇ ଷ୍ଟାଡିୟମରେ ଏହି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+