ଫିଫା ବିଶ୍ୱକପରେ ପୁଣି ଏକ ବିପର୍ଜୟ: ପୂର୍ବତନ ଚାମ୍ପିଅନ ଜର୍ମାନୀକୁ ମାତ୍ ଦେଲା ଜାପାନ
ଫିଫା ବିଶ୍ୱକପରେ ପୁଣି ଏକ ବିପର୍ଜୟ । ପୂର୍ବତନ ଚାମ୍ପିଅନ ଜର୍ମାନୀକୁ ମାତ୍ ଦେଲା ଜାପାନ । ଆଜି ଦିନର ପ୍ରଥମ ମ୍ୟାଚରେ ଚାରିଥର ଚାମ୍ପିଅନ୍ ଜର୍ମାନୀକୁ 2-1ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଜାପାନ ।
GER vs JPN: ଫିଫା ବିଶ୍ୱକପରେ ପୁଣି ଏକ ବିପର୍ଜୟ । ପୂର୍ବତନ ଚାମ୍ପିଅନ ଜର୍ମାନୀକୁ ମାତ୍ ଦେଲା ଜାପାନ । ଆଜି ଦିନର ପ୍ରଥମ ମ୍ୟାଚରେ ଚାରିଥର ଚାମ୍ପିଅନ୍ ଜର୍ମାନୀକୁ 2-1ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଜାପାନ ।

କତାରର ରାଜଧାନୀ ଦୋହାରେ ଥିବା ଖଲିଫା ଆନ୍ତର୍ଜାତୀୟ ଷ୍ଟାଡିୟମ୍ ଖେଳାଯାଇଥିବା ମ୍ୟାଚରେ ଚାରିଥର ଚାମ୍ପିଅନ ଜର୍ମାନୀ ମାତ୍ର ଗୋଟିଏ ଗୋଲ୍ ସ୍କୋର କରି ପାରିଥିଲା। ପ୍ରଥମାର୍ଦ୍ଧରେ ଜର୍ମାନୀ 1-0 ଗୋଲରେ ଆଗୁଆ ରହିଥିଲେ। ମାତ୍ର ଦ୍ୱିତୀୟାର୍ଦ୍ଧରେ ଜାପାନ ଖେଳକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲା।
75 ତମ ମିନିଟରେ ରିଟୁ ଡୋନ୍ ଏବଂ 83 ତମ ମିନିଟରେ ଟାକୁମା ଆସାନୋ ଜାପାନ ପାଇଁ ଗୋଲ ସ୍କୋର କରିଥିଲେ । ଏହାପୂର୍ବରୁ 33 ମିନିଟରେ ପେନାଲ୍ଟି କର୍ନର ପାଇ ଏଲକାଇ ଗୁଣ୍ଡୋନ୍ ପ୍ରଥମ ଗୋଲ୍ ସ୍କୋର କରିଥିଲେ । ବିଶ୍ୱକପ୍ରେ ଦୁଇ ଏସୀୟ ଦଳ ଦୁଇ ଦିନ ମଧ୍ୟରେ
ବଡ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ଗତକାଲି (ମଙ୍ଗଳବାର) ସାଉଦି ଆରବ ଆର୍ଜେଣ୍ଟିନା ବିପକ୍ଷରେ 2-1 ଗୋଲରେ ବିଜୟ ହାସଲ କରିଥିଲା । ସେହି ମ୍ୟାଚରେ ମଧ୍ୟ ଆର୍ଜେଣ୍ଟିନା ଦଳ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ 1-0 ଗୋଲରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ସାଉଦି ଆରବ ମ୍ୟାଚକୁ ଓଲଟାଇ ଦେଇଥିଲା। ଏଠାରେ ମଧ୍ୟ ଜାପାନ ଦ୍ୱିତୀୟାର୍ଦ୍ଧ ମ୍ୟାଚକୁ ଓଲଟାଇ ଦେଇଛି।
ଜର୍ମାନ ଦଳ ବର୍ତ୍ତମାନ ବିଶ୍ୱକପ୍ର ପ୍ରଥମ ରାଉଣ୍ଡରୁ ବାଦ୍ ପଡ଼ିବା ବିପଦରେ । ଗତ ଥର 2018 ରେ ମଧ୍ୟ ସେ ପ୍ରଥମ ରାଉଣ୍ଡରେ ଆଉଟ୍ ହୋଇଥିଲେ । ତା'ପରେ ପ୍ରଥମ ମ୍ୟାଚରେ ମେକ୍ସିକୋ ଏବଂ ତୃତୀୟ ମ୍ୟାଚରେ ଏସୀୟ ଦଳ ଦକ୍ଷିଣ କୋରିଆ ଦ୍ୱାରା ପରାସ୍ତ ହୋଇଥିଲା। ସେ କେବଳ ସ୍ୱିଡେନ ବିପକ୍ଷରେ ବିଜୟ ଲାଭ କରିଥିଲେ।












Click it and Unblock the Notifications