For Quick Alerts
Turn On Notification  
For Daily Alerts
Oneindia App Download

ଫିଫା ବିଶ୍ୱକପରେ ପୁଣି ଏକ ବିପର୍ଜୟ: ପୂର୍ବତନ ଚାମ୍ପିଅନ ଜର୍ମାନୀକୁ ମାତ୍ ଦେଲା ଜାପାନ

ଫିଫା ବିଶ୍ୱକପରେ ପୁଣି ଏକ ବିପର୍ଜୟ । ପୂର୍ବତନ ଚାମ୍ପିଅନ ଜର୍ମାନୀକୁ ମାତ୍ ଦେଲା ଜାପାନ । ଆଜି ଦିନର ପ୍ରଥମ ମ୍ୟାଚରେ ଚାରିଥର ଚାମ୍ପିଅନ୍ ଜର୍ମାନୀକୁ 2-1ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଜାପାନ ।

|

GER vs JPN: ଫିଫା ବିଶ୍ୱକପରେ ପୁଣି ଏକ ବିପର୍ଜୟ । ପୂର୍ବତନ ଚାମ୍ପିଅନ ଜର୍ମାନୀକୁ ମାତ୍ ଦେଲା ଜାପାନ । ଆଜି ଦିନର ପ୍ରଥମ ମ୍ୟାଚରେ ଚାରିଥର ଚାମ୍ପିଅନ୍ ଜର୍ମାନୀକୁ 2-1ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଜାପାନ ।

FIFA World Cup

କତାରର ରାଜଧାନୀ ଦୋହାରେ ଥିବା ଖଲିଫା ଆନ୍ତର୍ଜାତୀୟ ଷ୍ଟାଡିୟମ୍ ଖେଳାଯାଇଥିବା ମ୍ୟାଚରେ ଚାରିଥର ଚାମ୍ପିଅନ ଜର୍ମାନୀ ମାତ୍ର ଗୋଟିଏ ଗୋଲ୍ ସ୍କୋର କରି ପାରିଥିଲା। ପ୍ରଥମାର୍ଦ୍ଧରେ ଜର୍ମାନୀ 1-0 ଗୋଲରେ ଆଗୁଆ ରହିଥିଲେ। ମାତ୍ର ଦ୍ୱିତୀୟାର୍ଦ୍ଧରେ ଜାପାନ ଖେଳକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲା।

75 ତମ ମିନିଟରେ ରିଟୁ ଡୋନ୍ ଏବଂ 83 ତମ ମିନିଟରେ ଟାକୁମା ଆସାନୋ ଜାପାନ ପାଇଁ ଗୋଲ ସ୍କୋର କରିଥିଲେ । ଏହାପୂର୍ବରୁ 33 ମିନିଟରେ ପେନାଲ୍ଟି କର୍ନର ପାଇ ଏଲକାଇ ଗୁଣ୍ଡୋନ୍ ପ୍ରଥମ ଗୋଲ୍ ସ୍କୋର କରିଥିଲେ । ବିଶ୍ୱକପ୍‌ରେ ଦୁଇ ଏସୀୟ ଦଳ ଦୁଇ ଦିନ ମଧ୍ୟରେ
ବଡ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ଗତକାଲି (ମଙ୍ଗଳବାର) ସାଉଦି ଆରବ ଆର୍ଜେଣ୍ଟିନା ବିପକ୍ଷରେ 2-1 ଗୋଲରେ ବିଜୟ ହାସଲ କରିଥିଲା । ସେହି ମ୍ୟାଚରେ ମଧ୍ୟ ଆର୍ଜେଣ୍ଟିନା ଦଳ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ 1-0 ଗୋଲରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ସାଉଦି ଆରବ ମ୍ୟାଚକୁ ଓଲଟାଇ ଦେଇଥିଲା। ଏଠାରେ ମଧ୍ୟ ଜାପାନ ଦ୍ୱିତୀୟାର୍ଦ୍ଧ ମ୍ୟାଚକୁ ଓଲଟାଇ ଦେଇଛି।

ଜର୍ମାନ ଦଳ ବର୍ତ୍ତମାନ ବିଶ୍ୱକପ୍‌ର ପ୍ରଥମ ରାଉଣ୍ଡରୁ ବାଦ୍ ପଡ଼ିବା ବିପଦରେ । ଗତ ଥର 2018 ରେ ମଧ୍ୟ ସେ ପ୍ରଥମ ରାଉଣ୍ଡରେ ଆଉଟ୍ ହୋଇଥିଲେ । ତା'ପରେ ପ୍ରଥମ ମ୍ୟାଚରେ ମେକ୍ସିକୋ ଏବଂ ତୃତୀୟ ମ୍ୟାଚରେ ଏସୀୟ ଦଳ ଦକ୍ଷିଣ କୋରିଆ ଦ୍ୱାରା ପରାସ୍ତ ହୋଇଥିଲା। ସେ କେବଳ ସ୍ୱିଡେନ ବିପକ୍ଷରେ ବିଜୟ ଲାଭ କରିଥିଲେ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Another surprised in FIFA World Cup: Japan beat former champions Germany
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X