Get Updates
Get notified of breaking news, exclusive insights, and must-see stories!

ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ଶେଷ ମ୍ୟାଚ୍, ସିରିଜ୍ ବଞ୍ଚାଇବା ଲକ୍ଷ୍ୟରେ ଗିଲ୍ ବାହିନୀ

ଆଜିଠୁ ଓଭାଲ ଟେଷ୍ଟ । ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ଶେଷ ଟେଷ୍ଟ ମ୍ୟାଚରେ ସାମ୍ନାସାମ୍ନି ହେବେ ଭାରତ-ଇଂଲଣ୍ଡ । କେନିଂଟନ ଓଭାଲ ଗ୍ରାଉଣ୍ଡରେ ଏହି ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ ।

ସିରିଜ୍ ବଞ୍ଚାଇବା ଲକ୍ଷ୍ୟରେ ଗିଲ୍ ବାହିନୀ । ୨-୧ରେ ପଛୁଆ ରହିଥିବା ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ସିରିଜ ଡ୍ର ରଖି ସମ୍ମାନର ସହ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଇଂଲଣ୍ଡ ମଧ୍ୟ ମ୍ୟାଚକୁ ଡ୍ର ରଖି ସିରିଜ ଜିତିବା ଲକ୍ଷ୍ୟରେ ରହିଛି । ତେଣୁ ସିରିଜର ନିର୍ଣ୍ଣାୟକ ମୁକାବିଲା ବେଶ ରୋମାଞ୍ଚକର ହେବାକୁ ଯାଉଛି ।

Anderson-Tendulkar Trophy i

ଆହତ ସମସ୍ୟା ସହ ଜୁଝୁଛି ଭାରତ। ଯଶପ୍ରୀତ ବୁମରାଙ୍କ ଖେଳିବା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ମିଳିନାହିଁ । ବୁମରା ବିଶ୍ରାମ ପାଇଲେ ତାଙ୍କ ସ୍ଥାନରେ ଆକାଶ ଦୀପ ଏକାଦଶକୁ ଫେରିବେ । ସେହିପରି ଅଂଶୁଲ କାମ୍ବୋଜଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣା ଖେଳିବା ସମ୍ଭାବନା ରହିଛି । ପେସ୍ ବୋଲର ଅର୍ଶଦୀପ ମଧ୍ୟ ପଦାର୍ପଣ କରିବା ଆଶା କରାଯାଉଛି ।

ଶୁବମନ ଗିଲଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଚଳିତ ଟେଷ୍ଟ ଶୃଙ୍ଖଳାରେ ଆଶାନୁଯାୟୀ ପ୍ରଦର୍ଶନ କରିଛି । ଦଳ ପ୍ରଥମ ଟେଷ୍ଟରେ ୫ ୱିକେଟରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ଟେଷ୍ଟକୁ ୩୩୬ରନରେ ଜିତି ଶୃଙ୍ଖଳାକୁ ୧-୧ ବରାବର କରିଥିଲା । ତୃତୀୟ ଟେଷ୍ଟରେ ବୋଲରମାନେ ସୁଯୋଗ ଦେଇଥିଲେ ମଧ୍ୟ ବ୍ୟାଟିଂ ବିଫଳତା ପାଇଁ ଦଳ ୨୨ ରନରେ ପରାଜିତ ହୋଇଥିଲା । ଚତୁର୍ଥ ଟେଷ୍ଟରେ ଭାରତ ବୋଲିଂରେ ବିଫଳ ହୋଇଥିବାବେଳେ ବ୍ୟାଟିଂ ପାଇଁ ମ୍ୟାଚକୁ ଡ୍ର ରଖିବାରେ ସପଳ ହୋଇଥିଲା ।

ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ପୋପ ନେତୃତ୍ବ ନେବେ । କାରଣ ଷ୍ଟୋକ୍ସ ସିରିଜରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରୁଥିଲେ । ଷ୍ଟୋକ୍ସଙ୍କ ସହ ସ୍ପିନର ଲିୟାମ ଡାସନ, ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଓ ବ୍ରାଇଡନ କାର୍ସଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇଛି । ଭାରତ ଓଭାଲରେ ୧୫ଟି ଟେଷ୍ଟ ମ୍ୟାଚ ଖେଳିଛି, ଯେଉଁଥିରୁ ମାତ୍ର ୨ଟି ଜିତିଛି । ଶେଷ ଥର ପାଇଁ ୨୦୨୩ରେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲରେ ଭାରତ ୨୦୯ ରନରେ ହାରିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+