ଆଣ୍ଡରସନ-ତେନ୍ଦୁଲକର ଟ୍ରଫି: ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିବାକୁ ନିଷ୍ପତି ନେଲା ଇଂଲଣ୍ଡ

ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ଶେଷ ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିବାକୁ ନିଷ୍ପତି ନେଇଛି ଇଂଲଣ୍ଡ ।

ସିରିଜ୍ ବଞ୍ଚାଇବା ଲକ୍ଷ୍ୟରେ ଗିଲ୍ ବାହିନୀ । ଓଭାଲରେ ଆଜି ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ଶେଷ ଟେଷ୍ଟ ମ୍ୟାଚରେ ସାମ୍ନାସାମ୍ନି ହେବେ ଭାରତ-ଇଂଲଣ୍ଡ । କେନିଂଟନ ଓଭାଲ ଗ୍ରାଉଣ୍ଡରେ ଏହି ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ । ସିରିଜ୍ ବଞ୍ଚାଇବା ଲକ୍ଷ୍ୟରେ ଗିଲ୍ ବାହିନୀ ।

Anderson-Tendulkar Trophy

୨-୧ରେ ପଛୁଆ ରହିଥିବା ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ସିରିଜ ଡ୍ର ରଖି ସମ୍ମାନର ସହ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିଛି । ଇଂଲଣ୍ଡ ମଧ୍ୟ ମ୍ୟାଚକୁ ଡ୍ର ରଖି ସିରିଜ ଜିତିବା ଲକ୍ଷ୍ୟରେ ରହିଛି । ତେଣୁ ସିରିଜର ନିର୍ଣ୍ଣାୟକ ମୁକାବିଲା ବେଶ୍ ରୋମାଞ୍ଚକର ହେବ । ଶୁବମନ ଗିଲଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଚଳିତ ଟେଷ୍ଟ ଶୃଙ୍ଖଳାରେ ଆଶାନୁଯାୟୀ ପ୍ରଦର୍ଶନ କରିଛି । ଦଳ ପ୍ରଥମ ଟେଷ୍ଟରେ ୫ ୱିକେଟରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ଟେଷ୍ଟକୁ ୩୩୬ ରନରେ ଜିତି ଶୃଙ୍ଖଳାକୁ ୧-୧ ବରାବର କରିଥିଲା । ତୃତୀୟ ଟେଷ୍ଟରେ ବୋଲରମାନେ ସୁଯୋଗ ଦେଇଥିଲେ ମଧ୍ୟ ବ୍ୟାଟିଂ ବିଫଳତା ପାଇଁ ଦଳ ୨୨ ରନରେ ପରାଜିତ ହୋଇଥିଲା । ଚତୁର୍ଥ ଟେଷ୍ଟରେ ଭାରତ ବୋଲିଂରେ ବିଫଳ ହୋଇଥିବାବେଳେ ବ୍ୟାଟିଂ ପାଇଁ ମ୍ୟାଚକୁ ଡ୍ର ରଖିବାରେ ସଫଳ ହୋଇଥିଲା ।

ଭାରତ (ଚୁଡାନ୍ତ ଏକାଦଶ):
ଯଶସ୍ୱୀ ଜୟସୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଶୁବମାନ ଗିଲ (ଅଧିନାୟକ), କରୁଣ ନାୟାର, ରବିନ୍ଦ୍ର ଜାଡେଜା, ଧ୍ରୁଭ ଜୁରେଲ (ୱିକେଟ କିପର), ୱାଶିଂଟନ୍ ସୁନ୍ଦର, ଆକାଶ ଦୀପ, ପ୍ରସାଦ କୃଷ୍ଣ, ମହମ୍ମଦ ସିରାଜ

ଇଂଲଣ୍ଡ (ଚୁଡାନ୍ତ ଏକାଦଶ): ଜାକ କ୍ରାଉଲି, ବେନ୍ ଡକେଟ୍, ଓଲି ପୋପ୍ (ଅଧିନାୟକ), ଜୋ ରୁଟ୍, ହ୍ୟାରି ବ୍ରୁକ୍, ଯାଦବ ବେଥେଲ, ଜାମି ସ୍ମିଥ୍ (ୱିକେଟ କିପର), କ୍ରିସ୍ ୱୁକସ୍, ଗୁସ୍ ଆଟକିନ୍ସନ୍, ଜାମି ଓଭରଟନ୍, ଜୋସ୍ ଟୁଙ୍ଗ୍

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+