Amiya Kumar Mallick: ଭାରତର ଦ୍ରୁତତମ ଧାବକ ଓଡିଆ ପୁଅ ଅମୀୟ ମଲ୍ଲିକଙ୍କ ସହ ସ୍ଵତନ୍ତ୍ର ସାକ୍ଷାତକାର
ଅମୀୟ କୁମାର ମଲ୍ଲିକ ଭାରତର ଦୃତତମ ଧାବକ । ଏକଦା ତାଙ୍କୁ ଭାରତର ସବୁଠୁ ବଡ ସ୍ପ୍ରିଣ୍ଟିଂଗ ଆଶା ବୋଲି ବିବେଚନା କରାଯାଉଥିଲା ୨୦୧୬ ଏପ୍ରିଲ ୨୮ ତାରିଖରେ ଓଡ଼ିଆ ପୁଅ ଅମିତ୍ ଅମୀୟ ୧୦୦ ମିଟର ଇଭେଣ୍ଟରେ ୧୦.୨୬ ସେକେଣ୍ଡରେ ପୂରଣ କରି ଜାତୀୟ ରେକର୍ଡ଼ କରିଥିଲେ ।
ନିକଟରେ ଅମୀୟ ମଲ୍ଲିକ ବାଙ୍ଗାଲୋରରେ ହେଉଥିବା ରିଲେ ରେସରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ସାକ୍ଷାତକାର ଏହି ପଦକ ହାସଲ ପରେ ହୋଇଛି। ତେବେ ଚାଲନ୍ତୁ ଜାଣିବା ବର୍ତ୍ତମାନର ଅମୀୟ କଣ କହୁଛନ୍ତି।
ଆପଣ ରିଲେରେ ଭଲ ପ୍ରଦର୍ଶନ କରିଛନ୍ତି। ଚମ୍ପିୟାନ ହୋଇଛନ୍ତି ଏଇଟା କଣ କମବ୍ୟାକ ?
ଅମିୟ ମଲ୍ଲିକ: ଆପଣ ଜାଣନ୍ତି ୨୧-୨୩ ବର୍ଷ ହେବ ମୁଁ ଆଥଲେଟରେ ଅଛି । ଯାହା ବି ପ୍ରଦର୍ଶନ ହୁଏ ଆପଣ ସବୁବେଳେ ପଚାରନ୍ତି କଣ ହେଲା, କେମିତି ହେଲା, ଏହା ମୋତେ ବହୁତ ପ୍ରେରଣା ଦିଏ। ତେବେ ଏହା କମବ୍ୟାକ ନଥିଲା, ଗତ ବର୍ଷ ରାଞ୍ଚିରେ ସୁନା ପଦକ ପାଇଥିଲି , ୧୦.୩୧ ଥିଲା । ତେବେ ଏ ବର୍ଷ ଏତେ ଭଲ ଭାବରେ ଯୋଜନା ହୋଇନି। ମୁଁ ଭଲ କରିବ ପାଇଁ ଚେଷ୍ଟା କରୁଛି । ତେବେ ଭଲ ହୋଇଛି ରିଲେ ରେ ଆମ ଟିମ ଗୋଲ୍ଡ ଜିତିଛି । ୩୯.୬୫ ଥିଲା। ଏହା ରିଲେ ପାଇଁ ଠିକ୍ ଅଛି । ମୁଁ ଏଥିରେ ଖୁସି ଅଛି ବୋଲି ସେ କହିଥିଲେ ।

ଅମିୟ ଏବେ କଣ କରିବେ
ସେ କହିଥିଲେ ଯେ ଆଗାମୀ ୩ରୁ ୫ ବର୍ଷ ଯାଏଁ ସେ ଆଥଲେଟିକରେ ଅଛନ୍ତି । ପଛରେ ଯାହା ହେବ ।
ତେବେ ଏବେ ଚ୍ୟାଲେଞ୍ଜ କେମିତି ନେବେ ଅମିୟ ୫ ବର୍ଷ ଯାଏଁ
ଏହି ସିଜିନରେ ଏତେ ଭଲ ହୋଇନଥିଲା । ଆମେ ଆଗାମୀ ସିଜିନରେ ଭଲ କରିବୁ । ଯୋଜନା ହେଉଛି ।
ବର୍ତ୍ତମାନ କଣ ଟାର୍ଗେଟ ଅଛି ?
ଟାର୍ଗେଟ ତ ଅନେକ ଅଛି । ମୁଁ ସେ ବିଷୟରେ କହିବାକୁ ଚାହେଁନି । ଏହା ପ୍ରଦର୍ଶନ କହିବ । ଭଗବାନ କଣ ଭାବୁଥିବେ । ମୁଁ ପରିଶ୍ରମ କରିବି ଦେଖିବା କଣ ହେଉଛି ।
ବହୁତ୍ ଆଥଲେଟ୍ ଭାବନ୍ତି ବାହାରକୁ ଯିବାକୁ, ଆପଣ ଯେଉଁ ରାଜ୍ୟରୁ ଆସନ୍ତି କଣ କହିବେ
ଦେଖନ୍ତୁ ମୁଁ ଯେଉଁ ରାଜ୍ୟରୁ ଆସେ , ମୁଁ ଜଣେ ମାତ୍ର ସ୍ପ୍ରିଣ୍ଟିଂଗ ଆଥଲେଟ ଥିଲି, ଆଉ କେହି ନଥିଲେ । ହେଲେ ମୁଁ ବହୁତ ଖୁସି ଏବେ ପୁରା ଟିମ୍ ଆସୁଛି, ମେଲ ଆଥଲେଟ ବହୁତ୍ ଅଛନ୍ତି । ଆମ ରାଜ୍ୟରେ ଖେଳ ବହୁତ୍ ଆଗକୁ ଯାଇଛି । ଅନେକ ସୁବିଧା ମିଳୁଛି । ତେବେ ଆପଣ ଯେମିତି କହିଲେ, ଆଥଲେଟ ବାହାରକୁ ଯିବାକୁ ଚାହୁଁଛନ୍ତି । ହଁ ମୁଁ ଏଥରେ ପୁରା ରାଜି, ହେଲେ ଭାରତରେ ଅନେକ ସୁଯୋଗ ମିଳୁଚି । ଭଲ ଭଲ ଟ୍ରାକ ହେଲାଣି । ଭୁବନେଶ୍ଵରରେ ସାଉଥ୍ ଏସିଆନ ପ୍ରଥମ୍ ଇଣ୍ଡୋର୍ ଟ୍ରାକ ଅଛି । ସମସ୍ତେ ଓଡ଼ିଶା ଯାଇକି ସେ ସୁବିଧା ପାଇବାକୁ ଚାହାଁନ୍ତି । ଭାରତରେ ସବୁ ପ୍ରକାରର ପାଣିପାଗ ଅଛି । ହାଇ ଆଲ୍ଟିଚ୍ୟୁଡ ଟ୍ରେନିଂ ପାଇଁ ଉତ୍ତର ଆଡେ ଯାଇ ପାରିବେ , । ଆପଣ ଉପକୂଳ ଯିବାକୁ ଚାହାନ୍ତି ଯେମିତି, ଜାମାଇକା , ୱେଷ୍ଟଇଣ୍ଡିଜ, ତେବେ ଓଡ଼ିଶା, କେରଳ ଏବଂ ସର୍ଦନ ପାର୍ଟ ଯାଇପାରିବେ । ଆପଣଙ୍କୁ କେବଳ ଭଲ ରହିବାର ଅଛି ।
ବର୍ତ୍ତମାନର ହରଜିତ୍, ଅମ୍ଳାନ ପ୍ରେରଣା ଦିଅନ୍ତି କି ?
ମୁଁ ମୋ ସିନିଅରଙ୍କ ଠାରୁ ସଦାବେଳେ ଶିଖିଚି, ବର୍ତ୍ତମାନର ଯୁବକ ମାନେ ଭଲ କରୁଛନ୍ତି । ମୁଁ ଏକା ରହି ଯାଇଛି, ଆଉ ସବୁ ନୂଆ । ଏହି ସବୁ ଯୁବକ ଆଥଲେଟ ମାନେ ପ୍ରେରଣା ଦିଅନ୍ତି । ପଚାରନ୍ତି ଭାଇ ଆସିଲ, ଆପଣ ଫିଟ୍ ଅଛନ୍ତି। ମୁଁ କୁହେ ହଁ । ସେମାନେ କୁହନ୍ତି , ଆପଣ ଏଥର ଆଗକୁ ପଳାଇବେ । ଏହା ମୋତେ ପ୍ରେରଣା ଯୋଗାଏ। ସେମାନେ ମୋତେ ସମ୍ମାନ ଦିଅନ୍ତି।
ବହୁ ବର୍ଷ ହେଲା ଆପଣ ଦ୍ରୁତତମ ଭାରତୀୟ ହୋଇଛନ୍ତି
ମୁଁ ଦ୍ରୁତତମ ଭାରତୀୟ ହେବାକୁ ଚାହୁଁନି, କିନ୍ତୁ ଇତିହାସ ରଚିବାକୁ ଚାହୁଁଛି କାହାପାଇଁ ଯେଉଁ ମାନେ ଭାରତରେ ୧୦୦ ମିଟର ରେସରେ ଭାଗ ନେବାକୁ ଚାହାନ୍ତି । ସମସ୍ତେ ଭାବୁଛନ୍ତି, ଏଥିରେ ଭବିଷ୍ୟତ ନାହିଁ, ୧୦ ସେକେଣ୍ଡ ଭିତରେ ହେଉନି ତ କିଛି ହେଉନି। ୧୦.୨-୧୦.୩ ରେ କଣ ହେବ । ୨୦୧୦ ରେ ଅବଦୁଲ ୧୦.୩୩ ରେସ ପୁରା କରି ଅନିଲ କୁମାରଙ୍କ ରେକର୍ଡ଼ ସମକକ୍ଷ କରିଥିଲେ। ତେବେ ୨୦୧୬ ରେ ମୁଁ ୧୦.୨୬ କୁ ଆଣିଲି ।ତେବେ ମୁଁ ଆଉ କିଏ ଆହୁରି କମ ସେକେଣ୍ଡରେ ପୁରା କଲେ ଭାରତ ପାଇଁ ଇତିହାସ ହେବ। ଆମେ ଆଗକୁ ଭାବିପାରିବା । କିଏବି କରି ପାରିବ । ଏହା ଚ୍ୟାଲେଞ୍ଜ, ହେଲେ ନିଶ୍ଚିତ କିଏ ଏହି ରେକର୍ଡ଼ କରିପାରିବ । ପରେ ଅମିୟ ଧନ୍ୟବାଦ୍ ଦେଇଥିଲେ ।












Click it and Unblock the Notifications