Get Updates
Get notified of breaking news, exclusive insights, and must-see stories!

ଅଲିମ୍ପିକ୍ସରେ ପଦକ ଜିତି ଭୁବନେଶ୍ୱରରେ ପହଞ୍ଚିଲେ ଅମିତ ରୋହିଦାସ; ବିମାନ ବନ୍ଦରରେ ଜୋରଦାର ସ୍ବାଗତ

ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଘରକୁ ଫେରିଛନ୍ତି ହକି ତାରକା ଅମିତ ରୋହିଦାସ। ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି। ଭାଜପା ବିଧାୟକ ବାବୁ ସିଂ, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କିଙ୍କୁ ସ୍ତ୍ରୀ, କିସ୍‌-କିଟ୍‌ର ଛାତ୍ରୀଛାତ୍ରୀ ଉପସ୍ଥିତ ରହି ତାଙ୍କୁ ବିମାନବନ୍ଦରକୁ ପାଛୋଟି ଆଣିଥିଲେ।

Amit Rohidas

ସୂଚନାଯୋଗ୍ୟ, ଭାରତୀୟ ପୁରୁଷ ହକି ଦଳ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଏହାର ସମୃଦ୍ଧ ଇତିହାସ ପୃଷ୍ଠାରେ ଏକ ନୂଆ ଫର୍ଦ୍ଦ ସଂଯୋଗ କରିଛି। ଟୋକିଓ ପରେ ପ୍ୟାରିସରେ ଅର୍ଥାତ୍‌ କ୍ରମାଗତ ୨ଟି ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତି ଭାରତୀୟ ଦଳ ୫୨ ବର୍ଷର ପୁରୁଣା ସ୍ମୃତିକୁ ତାଜା କରିଛି। ୮ ଥର ସ୍ବର୍ଣ୍ଣ ପଦକ ବିଜେତା ଭାରତ ଏହା ପୂର୍ବରୁ ଶେଷଥର ପାଇଁ ୧୯୬୮ ଓ ୧୯୭୨ କ୍ରମାଗତ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲା। ଏହାପରେ ଥରେ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଛି ଟିମ ଇଣ୍ଡିଆ। ଭାରତୀୟ ହକି ଦଳର ଡବଲ ବ୍ରୋଞ୍ଜ ମେଡାଲିଷ୍ଟ ପଦକ ବିଜେତାଙ୍କ ବିରଳ କ୍ଲବରେ ସାମିଲ ହୋଇଛନ୍ତି ଓଡ଼ିଶାର ତାରକା ଡିଫେଣ୍ଡର ଅମିତ ରୋହିଦାସ। ସେ ଟୋକିଓ ଅଲିମ୍ପିକ୍ସରେ ଖେଳିଥିଲେ ଏବଂ ପ୍ୟାରିସରେ ନିଜ ଦକ୍ଷତା ପ୍ରତିପାଦନ କରିଥିଲେ। କ୍ରମାଗତ ୨ ଥର ଦେଶପାଇଁ ବ୍ରୋଞ୍ଜ ପଦକ ଜିତିଥିବାରୁ ସେ ଅତ୍ୟନ୍ତ ଗର୍ବିତ ବୋଲି ସମ୍ପ୍ରତି ପ୍ୟାରିସରେ ଥିବା ଅମିତ ପ୍ରକାଶ କରିଛନ୍ତି। ସେ ଯେଉଁ କ୍ରୀଡ଼ାକୁ କ୍ୟାରିୟର କରିଛନ୍ତି ସେଥିରେ ଦେଶବାସୀଙ୍କ ମୁହଁରେ ହସ ଫୁଟାଇଥିବାରୁ ଅତ୍ୟନ୍ତ ଆନନ୍ଦିତ। ଏହା କେବଳ ଦେଶବାସୀଙ୍କ ଭଲପାଇବା ଏବଂ ଆଶୀର୍ବାଦ ଯୋଗୁ ସମ୍ଭବ ହୋଇପାରିଲା ବୋଲି ସେ କହିଛନ୍ତି। ଏପରି ସମର୍ଥନ ଏବଂ ଭଲପାଇବା ଜାରି ରହିଲେ ଆଗାମୀ ଦିନରେ ଭାରତୀୟ ହକି ଦଳ ଆହୁରି ଅଧିକ ସଫଳତା ପାଇପାରିବ। ଭାରତ ପଦକ ଜିତିଥିବାରୁ ତାଙ୍କ ପରିବାରଠାରୁ ଆରମ୍ଭ କରି ଓଡ଼ିଶା ଏବଂ ଦେଶବାସୀ ଗର୍ବ ଅନୁଭବ କରୁଛନ୍ତି। ଏହା ତାଙ୍କୁ ବହୁ ପରିମାଣରେ ଗର୍ବିତ କରିଛି ବୋଲି ଅମିତ କହିଛନ୍ତି।
ପ୍ରକାଶଯୋଗ୍ୟ ଯେ, ଗ୍ରେଟ ବ୍ରିଟେନ ବିପକ୍ଷ କ୍ୱାର୍ଟର ଫାଇନାଲରେ ପ୍ରତିପକ୍ଷ ଖେଳାଳିଙ୍କୁ ଆଘାତ ଅଭିଯୋଗରେ ଅମିତଙ୍କୁ ରେଡ କାର୍ଡ ହୋଇଥିଲା। ଫଳରେ ସେ ଜର୍ମାନୀ ବିପକ୍ଷ ସେମିଫାଇନାଲରେ ଖେଳିପାରି ନ ଥିଲେ। ଭାରତ ଏହି ମ୍ୟାଚରେ ହାରି ଯାଇଥିଲା। ଅମିତ ରେଡ କାର୍ଡ ପାଇବାଭଳି ସେମିତି କିଛି ଅପରାଧ କରି ନ ଥିଲେ ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି। ସେ ହେଉଛନ୍ତି ଭାରତୀୟ ଦଳର ପ୍ରଥମ ରଶର। ପେନାଲ୍ଟି କର୍ନର ଶୁଟ୍‌ ବେଳେ ତାହାକୁ ପ୍ରତିରୋଧ କରିବାରେ ରଶରଙ୍କର ବଡ଼ ଭୂମିକା ଥାଏ। ଅମିତ ଥିଲେ ହୁଏତ ଭାରତ ସେମିଫାଇନାଲରେ ହାରି ନ ଥାନ୍ତା ଏବଂ ପଦକର ରଙ୍ଗ ଭିନ୍ନ ହୋଇଥାନ୍ତା ବୋଲି ମତପ୍ରକାଶ ପାଇଛି। କାରଣ ସ୍ପେନ ବିପକ୍ଷ ବ୍ରୋଞ୍ଜ ପଦକ ମୁକାବିଲାରେ ପେନାଲ୍ଟି କର୍ନର ଶୁଟ ସମୟରେ ରକ୍ଷଣଭାଗରେ ଗୋଲକିପର ପି.ଆର. ଶ୍ରୀଜେଶଙ୍କ ସହ ପାହାଡ଼ ସଦୃଶ ଦଣ୍ଡାୟମାନ ହୋଇଥିଲେ ଅମିତ। ଭାରତକୁ ବ୍ରୋଞ୍ଜ ପଦକ ଜିତାଇବାରେ ତାଙ୍କର ବଡ଼ ଭୂମିକା ରହିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+