ଦୁଇଟି ମ୍ୟାଚରୁ ବାସନ୍ଦ ହେଲେ ଅଲଜାରି ଯୋଶେଫ, ଅଧିନାୟକଙ୍କ ସହ ଝଗଡ଼ା କରି ପଡ଼ିଆ ଛାଡ଼ିଥିଲେ

ୱେଷ୍ଟଇଣ୍ଡିଜ୍ ତାରକା ଫାଷ୍ଟ ବୋଲର ଆଲଜାରୀ ଜୋସେଫଙ୍କୁ ଦୁଇଟି ମ୍ୟାଚ୍ ପାଇଁ ବାସନ୍ଦ କରାଯାଇଛି। ଲାଇଭ୍ ମ୍ୟାଚ୍ ସମୟରେ ଗ୍ରାଉଣ୍ଡ ଛାଡିବାର କାର୍ଯ୍ୟକଳାପ ଉପରେ ନଜର ରଖି ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ଅଲଜାରୀଙ୍କୁ ବାରଣ କରିଥିଲା। ଅଧିନାୟକଙ୍କ ଉପରେ ଅସନ୍ତୁଷ୍ଟ ହେବା ପରେ ୱେଷ୍ଟଇଣ୍ଡିଜ୍ ଦ୍ରୁତ ବୋଲର ପଡ଼ିଆ ଛାଡି କିଛି ସମୟ ଡଗଆଉଟରେ ବସିଥିବାର ନଜର ଆସିଥିଲେ।

ମ୍ୟାଚ୍‌ ଅଧାରେ ଅଧିନାୟକଙ୍କ ସହ ଝଗଡ଼ା କରି ପଡ଼ିଆ ଛାଡ଼ିଥିଲେ ୱେଷ୍ଟଇଣ୍ଡିଜ୍‌ର ଷ୍ଟାର ଦ୍ରୁତ ବୋଲର ଅଲଜାରି ଯୋଶେଫ । ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଏପରି ଘଟଣା ଘଟିଛି । ଅଧିନାୟକ ଶାଇ ହୋପଙ୍କ ଉପରେ ରାଗି ଯୋଶେଫ ରାଗରେ ପଡ଼ିଆ ଛାଡ଼ିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ଇଂଲଣ୍ଡ ଇନିଂସର ୪ର୍ଥ ଓଭରରେ ପୂରା ଘଟଣା ଘଟିଛି। ଯୋଶେଫ ବୋଲିଂ ବେଳେ ଫିଲ୍ଡିଂ ସେଟ୍‌କୁ ନେଇ ଅଧିନାୟକ ହୋପଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହାପରେ ସେ ପଡ଼ିଆ ଛାଡ଼ିଥିଲେ। ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଯୋଶେଫଙ୍କ ଆଚରଣରେ ସମସ୍ତେ ଚକିତ ହୋଇଛନ୍ତି।

ଯୋଶେଫ ଉକ୍ତ ଓଭରରେ କୌଣସି ରନ ଦେଇ ନଥିବା ବେଳେ ଇଂଲଣ୍ତର ଜଣେ ବ୍ୟାଟରଙ୍କୁ ଆଉଟ କରିଥିଲେ। ତଥାପି ସେ ହୋପଙ୍କ ଫିଲ୍ଡ ପ୍ଲେସମେଣ୍ଟକୁ ନେଇ ଖୁସି ନଥିଲେ। ସେ ପଡ଼ିଆ ମଧ୍ୟରେ ଏହାକୁ ନେଇ ଆକ୍ରମଣାତ୍ମକ ଆଭିମୁଖ୍ୟ ମଧ୍ୟ ପ୍ରଦର୍ଶନ କରିଥିଲେ।

ହୋପଙ୍କ ଉପରେ ରାଗି ଯୋଶେଫ ପଡ଼ିଆ ବାହାରକୁ ଚାଲି ଯାଇଥିଲେ। ଏଥିସହ ସାଥୀ ଖେଳାଳି ହାୟଡେନ ୱାଲଶଙ୍କ ସହ ଡଗ ଆଉଟରେ କଥା ହୋଇଥିଲେ। ଏଥିଯୋଗୁ ଇଣ୍ଡିଜ ଟିମ ଗୋଟିଏ ଓଭର ୧୦ ଜଣଙ୍କୁ ନେଇ ଫିଲ୍ଡିଂ କରିଥିଲା। ଏହାପରେ ଯୋଶେଫଙ୍କ ରାଗ ଥଣ୍ଡା ହୋଇଥିଲା ଓ ସେ ପୁଣି ପଡ଼ିଆକୁ ଫେରିଥିଲେ।

ମ୍ୟାଚ୍‌ କଥା ବିଚାରକୁ ନେଇ ଭ୍ରମଣକାରୀ ଇଂଲଣ୍ଡ ୮ ୱିକେଟ ହରାଇ ୨୬୩ ରନ କରିଥିଲା। ଏହାର ଜବାବରେ ବ୍ରାଣ୍ଡନ କିଙ୍ଗ ଓ କେ କାର୍ଟୀଙ୍କ ଶତକ ବଳରେ ଇଣ୍ଡିଜ ଟିମ ୮ ୱିକେଟରେ ମ୍ୟାଚ୍‌ ଜିତି ସିରିଜ କବଜା କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+