ଏସିଆ କପ୍ 2022କୁ ଆଉ 6 ଦିନ: ଜାଣନ୍ତୁ, ଟୁର୍ଣ୍ଣାମେଣ୍ଟର ପୂରା ଫର୍ମାଟ୍
ଏସିଆ କପର 15 ତମ ସଂସ୍କରଣ ଅଗଷ୍ଟ 27ରୁ ସେପ୍ଟେମ୍ବର 11 ପର୍ଯ୍ୟନ୍ତ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ଟେଷ୍ଟ ମ୍ୟାଚ ଖେଳୁଥିବା 5ଟି ଦେଶ ବ୍ୟତୀତ ଏକ ସହଯୋଗୀ ଦଳ ଯୋଗ୍ୟତା ପର୍ଯ୍ୟାୟରୁ ମୁଖ୍ୟ ରାଉଣ୍ଡକୁ ଉନ୍ନୀତ ହେବ ।
Asia Cup 2022: ଏସିଆ କପର 15 ତମ ସଂସ୍କରଣ ଅଗଷ୍ଟ 27ରୁ ସେପ୍ଟେମ୍ବର 11 ପର୍ଯ୍ୟନ୍ତ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ଟେଷ୍ଟ ମ୍ୟାଚ ଖେଳୁଥିବା 5ଟି ଦେଶ ବ୍ୟତୀତ ଏକ ସହଯୋଗୀ ଦଳ ଯୋଗ୍ୟତା ପର୍ଯ୍ୟାୟରୁ ମୁଖ୍ୟ ରାଉଣ୍ଡକୁ ଉନ୍ନୀତ ହେବ । 1984ରେ ଏସିଆ କପ୍ ଆରମ୍ଭରୁ, ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟର 14ଟି ସଂସ୍କରଣ ଅନୁଷ୍ଠିତ ହୋଇଛି । 2018ରେ ୟୁଏଇରେ ଖେଳା ଯାଇଥିବା ଟୁର୍ଣ୍ଣାମେଣ୍ଟର ଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ଭାରତ ଟାଇଟଲ ଜିତିଥିଲା । 90 ଦଶକର କ୍ରିକେଟ୍ କ୍ୟାଲେଣ୍ଡର ପରଠାରୁ ଏହି ଟୁର୍ଣ୍ଣାମେଣ୍ଟର କୌଣସି ନିର୍ଦ୍ଧିଷ୍ଟ ଭେନ୍ୟୁ ରହିନାହିଁ ।

କ୍ୱାଲିଫାୟର ଦଳ ସହ ଚୀର ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନକୁ ଗ୍ରୁପ୍-ଏ ରେ ସ୍ଥାନିତ କରାଯାଇଛି। ଗ୍ରୁପ୍-ବି ରେ ଆଫଗାନିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ସ୍ଥାନ ପାଇଛନ୍ତି । ଉଭୟ ଗୋଷ୍ଠୀର ଦୁଇଟି ଦଳ ଶ୍ରେଷ୍ଠ 4 ରାଉଣ୍ଡରେ ପ୍ରବେଶ କରିବେ । ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟ ପରେ ଏଥର ୟୁଏଇ ଏସିଆ କପ୍ ଆୟୋଜନ ହେବାକୁ ଯାଉଛି । ଏସିଆ କପର ଏହା ହେଉଛି 15 ତମ ସଂସ୍କରଣ ।
ଏସିଆ କପରେ ଭାଗ ନେଉଥିବା ସମସ୍ତ 6ଟି ଦଳ 15 ଜଣ ସଦସ୍ୟଙ୍କୁ ନେଇ ଚୟନ କରାଯାଇ ଥିବାବେଳେ 3 ଖେଳାଳିଙ୍କୁ ରିଜର୍ଭରେ ରଖାଯାଇଛି। ପ୍ରତ୍ୟେକ ଦଳ ଗ୍ରୁପ୍ ପର୍ଯ୍ୟାୟରେ ଦୁଇଟି ମ୍ୟାଚ୍ ଖେଳିବେ ଏବଂ ସେମାନଙ୍କ ଗ୍ରୁପର ଯେକୈଣସି ଦୁଇଟି ଦଳ ପରବର୍ତ୍ତୀ ରାଉଣ୍ଡ ଯଥା ସୁପର 4 ପାଇଁ ଯୋଗ୍ୟତା ଅର୍ଜନ କରିବେ ।
ଡିଫେଣ୍ଡିଂ ଚାମ୍ପିଅନ ଭାରତୀୟ ଦଳ ଏସିଆ କପ୍ ପାଇଁ 15 ଜଣିଆ ଦଳ ଘୋଷଣା କରିଛି । ଏହି ଦଳର ଭାର ରୋହିତ ଶର୍ମା ଏବଂ ଉପ-ଅଧିନାୟକ କେଏଲ୍ ରାହୁଲ କାନ୍ଧରେ ରହିଛି । ଭାରତର ଦଳ ବହୁତ ଶକ୍ତିଶାଳୀ ଦେଖାଯାଉଛି । ତେବେ ଆହତ କାରଣରୁ ଜସପ୍ରୀତ ବୁମରା ଦଳରେ ସ୍ଥାନ ପାଇ ନାହାଁନ୍ତି ।
ପାକିସ୍ତାନ ଦଳର ନେତୃତ୍ୱ ନେଉଛନ୍ତି ବାବର ଆଜାମ, ଯିଏ କି ଫର୍ମରେ ଅଛନ୍ତି ଏବଂ ଉପ-ଅଧିନାୟକ ଅଛନ୍ତି ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍। ଗତ ମାସରେ ଶ୍ରୀଲଙ୍କା ବିପକ୍ଷରେ ଶେଷ ଟେଷ୍ଟ ଖେଳିଥିବା ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦି ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି ।
ଅଧିନାୟକ ଭାବରେ ଏସିଆ କପ୍ ପାଇଁ ବାଂଲାଦେଶ ଦଳକୁ ଫେରିଛନ୍ତି ଶାକିବ ଅଲ ହାସନ। ଆହତ କାରଣରୁ ଷ୍ଟାର ଖେଳାଳି ଲିଟନ୍ ଦାସ ଦଳର ଏକ ଅଂଶ ହୋଇପାରି ନାହାଁନ୍ତି। ତେବେ ଦଳରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ବାଂଲାଦେଶକୁ ଚାମ୍ପିଅନ୍ କରିପାରିବେ। ଏହି ଖେଳାଳିମାନେ ହେଲେ କ୍ୟାପଟେନ ଶାକିବ, ମୁଶଫିକୁର ରହୀମ, ଶବବୀର ରହମାନ, ଇବାଦତ ହୁସେନ୍ ଏବଂ ମହମ୍ମଦ ସୈଫୁଦ୍ଦିନ ରହିଛନ୍ତି ।
ଏସିଆ କପରେ ଷ୍ଟାର ଅଲରାଉଣ୍ଡର ମହମ୍ମଦ ନବୀଙ୍କ ନେତୃତ୍ୱରେ ଆଫଗାନିସ୍ତାନ ନେତୃତ୍ୱ ନେବ। ଆୟର୍ଲାଣ୍ଡ ଗସ୍ତ ପରେ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ସାମିହୁଲ୍ଲା ସିନ୍ୱାରୀଙ୍କ ସ୍ଥାନରେ ଦଳରେ ଶାରଫୁଦ୍ଦିନ ଆଶରଫଙ୍କୁ ସ୍ଥାନ ଦିଆଯାଇଛି। ଶିନୱାରୀ ବର୍ତ୍ତମାନ ରିଜର୍ଭ ଖେଳାଳି ତାଲିକାରେ ରହିବେ। ନାବି ନେତୃତ୍ୱାଧୀନ ଦଳ ଅଗଷ୍ଟ 27 ରେ ଦୁବାଇର ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।












Click it and Unblock the Notifications