ବାରବାଟୀ ଟି-୨୦: ବିକ୍ରି ହୋଇଗଲା ସବୁ ଟିକେଟ, ନିରାଶ ହେଲେ କ୍ରିକେଟପ୍ରେମୀ

ଆସନ୍ତା ଜୁନ୍‌ ୧୨ ତାରିଖରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚ୍‌ ପାଇଁ ଆଜି ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା । ତେବେ ଗୋଟିଏ ଦିନରେ ଶେଷ ହୋଇଗଲା ସବୁ ଟିକେଟ୍ ।

କଟକ: ଆସନ୍ତା ଜୁନ୍‌ ୧୨ ତାରିଖରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚ୍‌ ପାଇଁ ଆଜି ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା । ସକାଳ ୯ଟାରେ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା । ତେବେ ଗୋଟିଏ ଦିନରେ ଶେଷ ହୋଇଗଲା ସବୁ ଟିକେଟ୍ ।

Barabati T20

ଆଜି ୯ଟି କାଉଣ୍ଟରେ ସମସ୍ତ ୧୨ ହଜାର ୯୩ଟି ଟିକେଟ ବିକ୍ରି ହୋଇ ସାରିଛି । ଫଳରେ ଆସନ୍ତାକାଲି ପାଇଁ ଆଉ ଟିକେଟ୍ ବାକି ନାହିଁ । ଏହି ୯ଟି କାଉଣ୍ଟର ମଧ୍ୟରେ ସାତଟି ପୁରଷ ଓ ୨ଟି ମହିଳାଙ୍କ ସ୍ବତନ୍ତ୍ର ଭାବେ କାଉଣ୍ଟର ରହିଥିଲା। ସନ୍ଧ୍ୟା ୬ଟାରେ କାଉଣ୍ଟରରେ ସରିଲା ଅଫଲାଇନ ଟିକେଟ। ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ତେବେ ଟିକେଟ୍ ପାଇଁ ଗତକାଲି ରାତିରୁ ଲାଗିଥିଲା ଲମ୍ବା ଲାଇନ୍ । ଆଉ ଆଜି ଟିକେଟ୍ କାଉଣ୍ଟ ଖୋଲିଲା ବେଳେକୁ ଠେଲାପେଲା, ଧକ୍କାମୁକ୍କା ଭଳି ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଥିଲା । କିଛି ମହିଳା ଧାଡିଭାଙ୍ଗି ପଶିଯାଉଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖି ଆଉକିଛି ମହିଳା ଟିକେଟ ନେବାପାଇଁ ବ୍ୟାରିକେଡ ବାହାରେ ଆଉଏକ ଲାଇନ କରିଥିଲେ । ଏହାକୁ ନେଇ ମହିଳାଙ୍କ ଭିତରେ ଧସ୍ତାଧସ୍ତି ଓ ଠେଲାପେଲା ହେବାରୁ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଲାଠିଚାର୍ଜ କରିଥିଲା ।

ଜୁନ୍‌ ୧୨ ତାରିଖରେ ମ୍ୟାଚ୍‌ ହେବାକୁଥିବା ଥିବାବେଳେ ଜୁନ୍‌ ୧ ତାରିଖ ଅନଲାଇନ ୫ହଜାର ଟିକେଟ ବିକ୍ରି ହୋଇଥିଲା। ଜୁନ୍‌ ୭ ଓ ୮ ତାରିଖ ମଙ୍ଗଳବାର ଓ ବୁଧବାର ଓସିଏ ଅନୁବନ୍ଧିତଙ୍କ ପାଇଁ ଓସିଏ ସମ୍ମିଳନୀକକ୍ଷରେ ଅଫଲାଇନରେ ୮ ହଜାର ଟିକେଟ ବିକ୍ରି କରାଯାଇଥିଲା। ସେହିପରି ଆଜି ସାଧାରଣ ଲୋକଙ୍କ ପାଇଁ ବାରବାଟୀ ଷ୍ଟାଡ଼ିୟମ ପରିସରରେ ୯ଟି କାଉଣ୍ଟରରେ ଟିକେଟ ବିକ୍ରି କରାଯାଇଥିଲା। ସକାଳ ୯ଟାରୁ ଟିକେଟ କାଉଣ୍ଟର ଖୋଲିଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା କାଉଣ୍ଟରରେ ୧୨ ହଜାର ୯୩ଟି ଟିକେଟ ବିକ୍ରି କରାଯାଇଥିବା ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+