ଅଲରାଉଣ୍ଡର ଅକ୍ସର ପଟେଲ ଆହତ: ତାଙ୍କ ସ୍ଥାନରେ ବିଶ୍ୱକପ ସ୍ୱାର୍ଡ଼ରେ କିଏ ମାରିବ ଏଣ୍ଟ୍ରୀ ?
ନୂଆଦିଲ୍ଲୀ: ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଖେଳୁଛି ଟିମ ଇଣ୍ଡିଆ । ପ୍ରଥମ ଦୁଇଟି ମ୍ୟାଚରେ ବିଜୟୀ ହୋଇ ଭାରତ ସିରିଜକୁ ନିଜ କବଜାରେ କରିସାରିଛି । ତେବେ ଏହାର ତୃଥୀୟ ତଥା ଶେଷ ମ୍ୟାଚ 27 ତାରିଖରେ ଖେଳା ଯିବାକୁ ଥିବା ବେଳେ ଏହାକୁ ନେଇ ଏକ ବଡ଼ ଘୋଷଣା କରାଯାଇଛି । ଆହତ ହୋଇଥିବା ଷ୍ଟାର ଅଲରାଉଣ୍ଡର ଅକ୍ସର ପଟେଲ ଏହି ମ୍ୟାଚରୁ ମଧ୍ୟ ବାଦ୍ ପଡ଼ିଛନ୍ତି ।

ଅକ୍ସର ଏସିଆ କପ୍ 2023 ସମୟରେ ଆହତ ହୋଇଥିଲେ । ସମ୍ପ୍ରତି ସେ ଏନସିଏରେ ରିହାବ କରୁଛନ୍ତି । ଏଭଳି ପରିସ୍ଥିତିରେ ବିଶ୍ୱକପ ପୂର୍ବରୁ ଅକ୍ସର ଫିଟ୍ ଅଛି କି ନାହିଁ ତାହା ଦେଖିବାକୁ ପଡ଼ିବ । ଅଫ ସ୍ପିନର ଆର ଅଶ୍ୱିନଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ସୁଯୋଗ ଦିଆଯାଇଛି । ସେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ବିଶ୍ୱକପ ପାଇଁ ଦଳରେ ସ୍ଥାନ ପାଇବା ପାଇଁ ଦୌଡ଼ରେ ଅଛନ୍ତି ।
କ୍ରିକବଜ୍ ରିପୋର୍ଟ ଅନୁଯାୟୀ ଅକ୍ସର ପଟେଲଙ୍କ ଅନୁପସ୍ଥିତି ଆର ଅଶ୍ୱିନଙ୍କ ପାଇଁ ଦ୍ୱାର ଖୋଲିଛି । ସେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ 4 ୱିକେଟ୍ ନେଇଛନ୍ତି । ଦ୍ୱିତୀୟ ମ୍ୟାଚରେ ଅଶ୍ୱିନ 3 ୱିକେଟ୍ ନେଇଥିଲେ। ତେବେ ବିଶ୍ୱକପ ପୂର୍ବରୁ ଅକ୍ସର ଫିଟ୍ ହୋଇପାରନ୍ତି ବୋଲି ସୂତ୍ରରୁ ପ୍ରକାଶ। ତାଙ୍କୁ ବିଶ୍ୱକପ୍ର ୱାର୍ମ ଅପ୍ ମ୍ୟାଚରେ ଖେଳୁଥିବା ଦେଖିବାକୁ ମିଳିବ । 30 ସେପ୍ଟେମ୍ବରରେ ଗୁଆହାଟୀରେ ହେବାକୁ ଥିବା ପ୍ରଥମ ୱାର୍ମ ଅପ୍ ମ୍ୟାଚରେ ଭାରତୀୟ ଦଳକୁ ଇଂଲଣ୍ଡ ସହ ମୁହାଁମୁହିଁ ହେବ ।
ତେବେ ଅକ୍ସର ପଟେଲ ବିଶ୍ୱକପ ପୂର୍ବରୁ ସୁସ୍ଥ ହୋଇପାରନ୍ତି ବୋଲି ଆଶା କରାଯାଉଛି । ଯଦି ଅକ୍ସର ସୁସ୍ଥ ହୁଅନ୍ତି, ତେବେ ଅଶ୍ୱୀନ ବିଶ୍ୱକପରେ ସୁଯୋଗ ହରାଇବେ । କିନ୍ତୁ ଅକ୍ସର ପଟେଲ ଆହତ ଯୋଗୁଁ ଉଚିତ ସମୟରେ ସୁସ୍ଥ ନହେଲେ ତାଙ୍କ ସ୍ଥାନରେ ବିଶ୍ୱକପ ପାଇଁ ସୁଯୋଗ ପାଇବେ ଅଶ୍ୱୀନ । ତେବେ ଏହି ତାଲିକାରେ ୱାଶିଂଟନ ସୁନ୍ଦର ଅଶ୍ୱୀନଙ୍କ ପ୍ରତିଦ୍ୱନ୍ଦୀ ହୋଇଥିଲେ ମଧ୍ୟ ଅଭିଜ୍ଞତା ଏବଂ ଫର୍ମ ଦୃଷ୍ଟିରୁ ଅଶ୍ୱୀନ ଦୌଡ଼ରେ ଖୁବ ଆଗରେ ରହିଛନ୍ତି ।












Click it and Unblock the Notifications