ଡେବ୍ୟୁ ମ୍ୟାଚରେ ଇତିହାସ ରଚିଲେ ଆକାଶଦୀପ, ଗାଭାସ୍କର କଲେ ପ୍ରଶଂସା
ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଆଜିଠାରୁ ରାଞ୍ଚିରେ ଆରମ୍ଭ ହୋଇଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରୁଛି। ଏହି ମ୍ୟାଚ୍ରେ ଆକାଶ ଦୀପ ସିଂ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ । ବେଙ୍ଗଲ ପାଇଁ ଘରୋଇ କ୍ରିକେଟ୍ ଖେଳୁଥିବା ଏହି ଖେଳାଳିଙ୍କୁ ଜସପ୍ରୀତ ବୁମ୍ରାଙ୍କ ସ୍ଥାନରେ ଏହି ମ୍ୟାଚ୍ ଖେଳିବାର ସୁଯୋଗ ମିଳିଥିଲା।

ଲଞ୍ଚ ସୁଦ୍ଧା ଇଂଲଣ୍ଡ ୨୪.୧ ଓଭରରେ ୫ ୱିକେଟ୍ ହରାଇ ୧୧୨ ରନ୍ କରିଛି। ଏହି ୫ଟି ୱିକେଟ୍ରୁ ୩ଟି ୱିକେଟ୍ ନେଇଛନ୍ତି ଆକାଶ ଦୀପ। ଇଂଲଣ୍ଡ ୧୦୦ ରନ୍ କରିବା ପୂର୍ବରୁ ୩ଟି ୱିକେଟ୍ ହରାଇଥିଲା। ଦଳର ପ୍ରମୁଖ ବ୍ୟାଟର ଜ୍ୟାକ୍ କ୍ରଉଲୀ, ବେନ୍ ଡକେଟ୍ ଓ ଓଲି ପପ୍ ଆଉଟ୍ ହୋଇଥିଲେ। ଆଉ ଏହି ସମସ୍ତ ବ୍ୟାଟରଙ୍କୁ ଆଉଟ୍ କରିଥିଲେ ଆକାଶ ଦୀପ।
ଆକାଶଙ୍କ ପ୍ରଥମ ଶିକାର ହୋଇଥିଲେ ବେନ୍ ଡକେଟ୍। ଆକାଶଙ୍କ ବଲ୍ରେ ଧ୍ରୁବଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ବେନ୍ ଡକେଟ୍। ସେ ୨୧ଟି ବଲ୍ରୁ ଗୋଟିଏ ଚୌକା ସହାୟତାରେ ୧୧ ରନ୍ କରିଥିଲେ।
୯.୨ ଓଭରରେ ଆଉଟ୍ ହୋଇଥିଲେ ବେନ୍ ଡକେଟ୍। ସେହି ଓଭରରେ ଇଂଲଣ୍ଡକୁ ଆଉ ଏକ ଝଟକା ଲାଗିଥିଲା। ଆଉଟ୍ ହୋଇଥିଲେ ଓଲି ପପ୍। ସେ ଖାତା ଖୋଲି ପାରି ନଥିଲେ। ବେନ୍ ଡକେଟ୍ ଆଉଟ୍ ହୋଇ ଯିବା ପରେ କ୍ରିଜ୍କୁ ଆସିଥିବା ଓଲି ପପ୍ଙ୍କୁ ଏଲ୍ବିଡବ୍ଲ୍ୟୁ କରିଥିଲେ ଆକାଶ ଦୀପ। ଦୁଇଟି ବଲ୍ ଖେଳିଥିବା ଓଲି ପପ୍ କୌଣସି ରନ୍ ନ କରି ପ୍ୟାଭିଲିୟନକୁ ଫେରି ଯାଇଥିଲେ।
ମ୍ୟାଚ୍ରେ ମନ୍ତବ୍ୟ ଦେଉଥିବା ସୁନୀଲ ଗାଭାସ୍କର ଆକାଶଦୀପଙ୍କୁ ହୃଦୟରୁ ପ୍ରଶଂସା କରିଥିଲେ। ସେ ଏହାକୁ ଏକ ସ୍ୱପ୍ନର ଡେବ୍ୟୁ ବୋଲି ମଧ୍ୟ କହିଛନ୍ତି। ଗାଭାସ୍କର କହିଛନ୍ତି ଯେ କୌଣସି କ୍ରିକେଟର ସ୍ୱପ୍ନ ଦେଖୁଥିବା 'ଆକାଶଦୀପ ଏହାକୁ ପୁରାଣ କରିଛନ୍ତି। ଜଣେ ବ୍ୟାଟ୍ସମ୍ୟାନ୍ ତାଙ୍କର ପ୍ରଥମ ମ୍ୟାଚ୍ ରେ ଏକ ପଚାଶ କିମ୍ବା ଶତକ ହାସଲ କରିବାକୁ ଚାହୁଁଛନ୍ତି | ସେହିଭଳି ବୋଲର ଡେବ୍ୟୁ ମ୍ୟାଚରେ ଯଥାଶୀଘ୍ର ୱିକେଟ୍ ନେବାକୁ ଚାହୁଁଛନ୍ତି। ଆକାଶ ଦୀପ ମଧ୍ୟ ସମାନ କାର୍ଯ୍ୟ କରିଛନ୍ତି ।












Click it and Unblock the Notifications