ଆଇପିଏଲ ଫାଇନାଲ: କଣ କହୁଛି ଅହମ୍ମଦାବାଦ୍ ପାଣିପାଗ ? ଆଜି ବି ବର୍ଷାରେ ଧୋଇଯିବ କି ମ୍ୟାଚ ?

IPL 2023 Final, Ahmedabad Weather: ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗର ରିଜର୍ଭ ଦିନରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଶଂସକମାନେ ଉତ୍ସାହର ସହିତ ମ୍ୟାଚକୁ ଅପେକ୍ଷା କରିଛନ୍ତି। ଧୋନିଙ୍କୁ ଦେଖିବା ପାଇଁ ବହୁ ଲୋକ ଦୂର ସ୍ଥାନରୁ ଅହମ୍ମଦାବାଦକୁ ଆସିଛନ୍ତି ଏବଂ ରେଳ ଷ୍ଟେସନରେ ରାତି ବିତାଇଛନ୍ତି ।

ତେବେ ଆଜି ମଧ୍ୟ ପାଣିପାଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଆକ୍ୟୁ ୱେଦର ରିପୋର୍ଟ ଅନୁଯାଇ, ଆଜି ସନ୍ଧ୍ୟାରେ ମଧ୍ୟ ବଜ୍ରପାତ ସହ ପାଗ ମେଘୁଆ ରହବ" । ବଜ୍ରପାତର ସମ୍ଭାବନା 24% ରହିଛି । ପ୍ରାୟ ଅଧ ଘଣ୍ଟା ଧରି ବର୍ଷା ପାଇଁ ପୂର୍ବାନୁମାନ କରାଯାଇଛି । ସେହିପରି ୱେଦର ଡଟ୍ କମ୍ ପୂର୍ବାନୁମାନ କରିଛି ଯେ ମ୍ୟାଚ ସମୟରେ ଏହି ମେଘୁଆ ପାଗ ବଦଳିଯିବ ।

Ahmedabad Weather

ଏଠାରେ କହିରଖୁ କି, ରିଜର୍ଭ ଡେ'ରେ ମ୍ୟାଚ୍‌ର କୌଣସି ନିୟମରେ ପରିବର୍ତ୍ତନ ହେବ ନାହିଁ । ଆଇପିଏଲର ପ୍ରତିଟି ମ୍ୟାଚ୍‌ ଭଳି ସମାନ ସ୍ଥିତିରେ ଖେଳାଯିବ । ଯଦି କାଲି ଭଳି ବର୍ଷା ହୁଏ ଏବଂ ମ୍ୟାଚ୍‌ ଆରମ୍ଭ ହେବାରେ ବିଳମ୍ବ ହୁଏ, ତେବେ ଅମ୍ପାୟାର ମ୍ୟାଚ୍‌ ଆରମ୍ଭ କରିବା ପାଇଁ ରାତି ୯.୪୫ ମିନିଟ୍‌ ଯାଏଁ ଅପେକ୍ଷା କରିବେ । ଏହି ସମୟ ମଧ୍ୟରେ ମ୍ୟାଚ୍‌ ଆରମ୍ଭ ହେଲେ ସମ୍ପୂର୍ଣ୍ଣ ୨୦ ଓଭର୍‌ ଖେଳାଯିବ । ଯଦି ବି ଏହି ସମୟ ଅତିକ୍ରମ କରିଯାଏ । ତେବେ ୫ ଓଭର ମ୍ୟାଚ୍‌ ଖେଳାଯିବାର ନିୟମ ରହିଛି । ଏହାର ମଧ୍ୟ ସମୟ ସୀମା ରାତି ୧୧ଟା ୫୬ ମିନିଟ୍‌ ରହିଛି । ଯଦି ତାହା ବି ସମ୍ଭବ ନ ହୁଏ, ରାତି ୧ଟା ୨୦ ମିନିଟ୍‌ ମଧ୍ୟରେ ସୁପର ଓଭର୍‌ ଖେଳାଯିବାର ନିୟମ ରହିଛି ।

ମ୍ୟାଚ୍‌ଟି ସମ୍ପୂର୍ଣ୍ଣ ଭାବେ ଯଦି ବାତିଲ ହୁଏ, ତେବେ ଗୁଜରାଟ ଟାଇଟନ୍ସ ଙ୍କୁ ବିଜୟୀ ଘୋଷଣା କରାଯିବ । କାହିଁକି ନା ଗୁଜରାଟ ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ରହିଛି । ଲିଗର ୧୪ଟି ମ୍ୟାଚରୁ ୧୦ଟିରେ ବିଜୟ ହାସଲ କରି ୨୦ ପଏଣ୍ଟରେ ଟେବୁଲ୍‌ ଟପ୍ପର ରହିଛି । ମ୍ୟାଚକୁ ନେଇ ଫ୍ୟାନ୍ସ, ବେଶ୍‌ ଉତ୍ସାହିତ ରହିଛନ୍ତି ।

ସୂଚନାଥାଉ କି, ଗତକାଲି ଅହମ୍ମଦାବାଦ ଲଗାଣ ବର୍ଷା ଫଳରେ ମ୍ୟାଚ ପାଇଁ ଟସ୍ ସୁଦ୍ଧା ପଡିପାରି ନଥିଲା । ଫଳରେ ଆଇପିଏଲ ନିୟମ ଅନୁଯାଇ ଫାଇନାଲ ମ୍ୟାଚ ଏବେ ରିଜର୍ଭ ଡେ'କୁ ଘୁଞ୍ଚିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+