ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ ପାକିସ୍ତାନ, ବୋଲିଙ୍ଗ କରିବ ଭାରତ

ଚାମ୍ପିୟନ୍‌ ଟ୍ରଫି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛି ପାକିସ୍ତାନ। ବୋଲିଙ୍ଗ କରିବ ଭାରତ । ପାରମ୍ପରିକ ପ୍ରତିଦ୍ବନ୍ଦୀ ତଥା ଦୁଇ ଏସୀୟ ମହାଶକ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ । ଦୀର୍ଘ ୮ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫିରେ ମୁହାଁମୁହିଁ ହେଉଛନ୍ତି ଭାରତ ପାକିସ୍ତାନ ।

Champions Trophy 2025

୨୦୧୭ ପରାଜୟର ପ୍ରତିଶୋଧ ନେବାକୁ ଭାରତ ଲକ୍ଷ୍ୟ ରଖିଛି । ୨୦୧୭ରେ ଶେଷଥର ପାଇଁ ଖେଳାଯାଇଥିଲା ଚାମ୍ପିଅନ୍ସ ଟ୍ରଫି। ଭାରତ ଓ ପାକିସ୍ତାନ ମଧ୍ୟରେ ଟାଇଟଲ୍ ଟକ୍କର ହୋଇଥିବା ବେଳେ ବାଜି ମାରି ନେଇଥିଲା ପାକିସ୍ତାନ। ଏଥର କିନ୍ତୁ ଭାରତର ପଲ୍ଲା ଭାରି ରହିଛି । କାରଣ ବାଂଲାଦେଶ ବିପକ୍ଷରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ ଆଜିର ମ୍ୟାଚ ଜିତି ସେମିଫାଇନାଲ ପାଇଁ ଜାଗା ପକ୍କା କରିବାକୁ ଚେଷ୍ଟା କରିବ। ସେପଟେ ନ୍ୟୁଜିଲାଣ୍ଡଠାରୁ ପ୍ରଥମ ମ୍ୟାଚ୍‌ ହାରି ଚାପରେ ଅଛନ୍ତି ପାକିସ୍ତାନ ଖେଳାଳି । ପରାଜିତ ହେଲେ ସେମିଫାଇନାଲ ଦୌଡ଼ରୁ ବିଦା ହୋଇପାରେ ଦଳ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+