ଆଫଗାନିସ୍ତାନ ଜିତିବା ପରେ ପୁଣି ନାଚିଲେ ଇରଫାନ ପଠାନ୍‌, ଦେଖନ୍ତୁ ଭିଡ଼ିଓ, ହେଲେ ଆପତ୍ତି ଉଠାଇଲେ ରଶିଦ?

୨୦୨୩ ବିଶ୍ୱକପ୍‌ ସମୟରେ ପାକିସ୍ତାନକୁ ଆଫଗାନିସ୍ତାନ ହରାଇବା ପରେ ନାଚିଥିଲେ ଭାରତୀୟ କ୍ରିକେଟର ଇରଫାନ ପଠାନ । ଏବେ ପୁଣି ଥରେ ଇରଫାନ ସେଭଳି ଆଉ ଏକ ନାଚୁଥିବାର ଭିଡିଓ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି। କାରଣ ସେ ଆଫଗାନିସ୍ତାନ ଇଂଲଣ୍ଡକୁ ପରାଜିତ କରିବା ପରେ ଖୁସି ମନାଇଛନ୍ତି। ହେଲେ ଏହି ଭିଡିଓକୁ ନେଇ ଆଫଗାନିସ୍ତାନ କ୍ରିକେଟର ରଶିଦ ଖାନ୍‌ ଆପତ୍ତି ଉଠାଇଛନ୍ତି।

ତେବେ ରଶିଦଙ୍କ ଆପତ୍ତି ଏହା ଯେ ତାଙ୍କୁ ସାଙ୍ଗରେ ନ ନେଇ ଇରଫାନ ଏହି ନୃତ୍ୟ କରିଛନ୍ତି। ସେ ଇଂଲଣ୍ଡକୁ ପରାଜିତ କରିବା ପରେ ଇରଫାନଙ୍କ ଭିଡିଓରେ ପ୍ରତିକ୍ରିୟା ରଖି କହିଛନ୍ତି ସେ ଭାଇଜାନ୍‌ ମୋ ବିନା ନୃତ୍ୟ। ଠିକ୍‌ ନୁହେଁ। ଆମକୁ ଲଗାତାର ଭାବେ ସମର୍ଥନ ଦେଉଥିବାରୁ ଧନ୍ୟବାଦ ବୋଲି ସେ କହିଛନ୍ତି ।

Irfan Pathan danced again

୨୬ ଫେବୃଆରୀରେ ଲାହୋରରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚକୁ ଆଫଗାନିସ୍ତାନ ୮ ରନରେ ଜିତିନେଇଥିଲା। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଇବ୍ରାହିମ ଜାଦ୍ରାନଙ୍କ ୧୭୭ ରନର ବଡ଼ ଇନିଂସ ବଳରେ ୫୦ ଓଭରରେ ୩୨୫ ରନ କରିଥିଲା। ଜବାବରେ, ଇଂଲଣ୍ଡ ଜୋ ରୁଟଙ୍କ ଶତକ ସତ୍ତ୍ୱେ ୩୨୬ ରନ ପିଛା କରି କରି ନ ପାରି ୩୧୭ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+