For Quick Alerts
Turn On Notification  
For Daily Alerts
Oneindia App Download

3 ମାସରେ 3 କିମ୍ବଦନ୍ତୀ କ୍ରିକେଟରଙ୍କୁ ହରାଇଲାଣି ଅଷ୍ଟ୍ରେଲିଆ

ଦୁଇ ମାସ ବ୍ୟବଧାନରେ ଦୁଇ ଜଣ କିମ୍ବଦନ୍ତି କ୍ରିକେଟରଙ୍କୁ ହରାଇବା ପରେ ଆଜି ପୁଣି ଏକ ଦୁଃଖଦ ଖବର ଆସିଛି ଅଷ୍ଟ୍ରେଲିଆ ପାଇଁ ।

|

ନୂଆଦିଲ୍ଲୀ: ଅସମୟରେ ଅଷ୍ଟ୍ରେଲିଆ କ୍ରିକେଟ୍ । 3 ମାସରେ ହରାଇଲାଣି 3 କିମ୍ବଦନ୍ତୀ କ୍ରିକେଟରଙ୍କୁ । ଦୁଇ ମାସ ବ୍ୟବଧାନରେ ଦୁଇ ଜଣ କିମ୍ବଦନ୍ତି କ୍ରିକେଟରଙ୍କୁ ହରାଇବା ପରେ ଆଜି ପୁଣି ଏକ ଦୁଃଖଦ ଖବର ଆସିଛି ଅଷ୍ଟ୍ରେଲିଆ ପାଇଁ ।

Andrew Symonds

ଗତ ମାର୍ଚ୍ଚରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତି କ୍ରିକେଟର ସେନ୍‌ ୱାର୍ଣ୍ଣଙ୍କୁ ଦେଶ ହରାଇଥିବା ବେଳେ ଏବେ ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କୁ ହରାଇଛି । ଶନିବାର ଦିନ ଏକ କାର ଦୁର୍ଘଟଣାରେ ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ସେନ ୱାର୍ଣ୍ଣ ଏବଂ ରୋଡ ମାର୍ଶଙ୍କର ମୃତ୍ୟୁ ହୋଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହୃଦଘାତ ହେତୁ ଉଭୟ ୱାର୍ଣ୍ଣ ଏବଂ ମାର୍ଶଙ୍କର ମୃତ୍ୟୁ ଘଟିଥିଲା । ମାର୍ଚ୍ଚ 4 ତାରିଖରେ ଉଭୟ ଭେଟେରାନଙ୍କ ମୃତ୍ୟୁ ହୋଇଥିଲା। ମାର୍ଶଙ୍କ ମୃତ୍ୟୁ ପରେ ୱାର୍ଣ୍ଣଙ୍କ ମୃତ୍ୟୁ ଖବର ସନ୍ଧ୍ୟାରେ ପହଞ୍ଚିଥିଲା ।

ତେବେ ଗତକାଲି ଅର୍ଥାତ ଶନିବାର ରାତିରେ କାର୍ ଚଳାଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ସାଇମଣ୍ଡସ । ମାତ୍ର ୪୬ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ହୋଇଛି । ଶନିବାର ରାତି ୧୦.୩୦ ସମୟରେ ହାର୍ଭେ ରେଞ୍ଜ ରୋଡରେ କାରରେ ଯିବା ବେଳେ ଏକ ବ୍ରିଜ ନିକଟରେ ତାଙ୍କ କାର ଓଲଟି ପଡିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା, ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସାମଣ୍ଡ୍‌ସ ଦୁଇ ଥର ବିଶ୍ୱକପ ବିଜୟୀ ଦଳରେ ପ୍ରତିନିଧିତ୍ୱ କରିଛନ୍ତି । ତାଙ୍କର ଅକାଳ ମୃତ୍ୟୁରେ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ଗଭୀର ଶୋକ ବ୍ୟକ୍ତ କରିଛି ।

Andrew Symonds

ତେବେ ଆସନ୍ତୁ ନଜର ପକାଇବା 3 କିମ୍ବଦନ୍ତୀଙ୍କ କ୍ରିକେଟ କ୍ୟାରିଅର ଉପରେ...

ଆଣ୍ଡ୍ର୍ୟୁ ସାଇମଣ୍ଡସ

ଅଲରାଉଣ୍ଡର ସାଇମଣ୍ଡସ 198ଟି ଦିନିକିଆରେ 5088 ରନ୍ ସଂଗ୍ରହ କରିଛନ୍ତି । ଏହି ସମୟ ମଧ୍ୟରେ ସେ 6ଟି ଶତକ ଓ30 ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହା ସହିତ ସେ 133 ୱିକେଟ୍ ନେଇଛନ୍ତି। ସେହିପରି 26 ଟି ଟେଷ୍ଟ ମ୍ୟାଚରେ ସାଇମଣ୍ଡସ୍ 1462 ରନ୍ ସଂଗ୍ରହ କରିଛନ୍ତି ଏବଂ ଏହି ଫର୍ମାଟରେ 24 ୱିକେଟ୍ ନେଇଛନ୍ତି ।

ସେନ ୱାର୍ଣ୍ଣ

ଥାଇଲାଣ୍ଡର ଏକ ଭିଲ୍ଲାରେ ୱାର୍ଣ୍ଣଙ୍କର ମୃତ୍ୟୁ ହୋଇଥିଲା । ୱାର୍ଣ୍ଣ ତାଙ୍କର ଯାଦୁକରୀ ସ୍ପିନ୍ ପାଇଁ ଜଣାଶୁଣା । ସେ 145 ଟେଷ୍ଟ ମ୍ୟାଚରେ 708 ୱିକେଟ୍ ନେଇଥିଲେ। ଯାହା ଏକ ବଡ଼ ସଫଳତା । ଏହା ସହିତ ସେ 194 ଟି ଦିନିକିଆରେ 293 ୱିକେଟ୍ ନେଇଥିଲେ । ସେ ଟେଷ୍ଟ କ୍ରିକେଟରେ 37 ଥର 5 କିମ୍ବା ଅଧିକ ୱିକେଟ୍ ନେଇଛନ୍ତି। 10 ଥର ସେ ଦଶଟି ୱିକେଟ୍ ନେଇଥିବା ସଫଳତା ହାସଲ କରିଛନ୍ତି ।

ରୋଡ୍ ମାର୍ଶ

ମାର୍ଶ ମଧ୍ୟ ବିସ୍ଫୋରକ ବ୍ୟାଟର ତଥା ୱିକେଟକିପର ଭାବେ ଜଣାଶୁଣା । ମାର୍ଚ୍ଚ 4 ରେ ତାଙ୍କର ଦେହାନ୍ତ ହୋଇଥିଲା। ସେ 96 ଟି ଟେଷ୍ଟ ମ୍ୟାଚରେ 3633 ରନ୍ ସଂଗ୍ରହ କରିଛନ୍ତି । ଏହି ସମୟରେ 3ଟି ଶତକ ଏବଂ 16 ଅର୍ଦ୍ଧଶତକ ହାସଲ କରିଥିଲେ । ସେ 92 ଟି ଦିନିକିଆରେ 1225 ରନ୍ ସଂଗ୍ରହ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
After Marsh-Warne Now Andrew Symonds Died: Australia Lost 3 Legendary Cricketers in Last 3 Months
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X