୧୨୮ ବର୍ଷ ପରେ ଅଲିମ୍ପିକ୍ସରେ ସାମିଲ ହେଲା କ୍ରିକେଟ୍
Olympics 2028: ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ବହୁତ ଖାସ ହେବା ପାଇଁ ଯାଉଛି । ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ ହେବାକୁ ଯାଉଛି । କ୍ରିକେଟ ଖେଳ ଶେଷ ଥର ପାଇଁ ୧୯୦୦ ମସିହାରେ ଅଲିମ୍ପିକ୍ସରେ ଖେଳାଯାଇଥିଲା । ୨୦୨୮ ଅଲିମ୍ପିକ୍ସର ଆୟୋଜକମାନେ ନିଶ୍ଚିତ କରିଛନ୍ତି ଯେ ମ୍ୟାଚ୍ଗୁଡ଼ିକ ଟି-୨୦ ଫର୍ମାଟରେ ଖେଳାଯିବ।

ସେହିପରି ପୁରୁଷ କ୍ରିକେଟ ହେଉ କି ମହିଳା କ୍ରିକେଟ, ବିଶ୍ୱର କେବଳ ୬ ଟି କ୍ରିକେଟ ଦଳ ୨୦୨୮ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ। ଏନେଇ ଅଲମ୍ପିକ୍ସରେ କ୍ରିକେଟ ପାଇଁ ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ନିୟମ ପ୍ରସ୍ତୁତ କରିଛି ।
ଯଦି ଆମେରିକା ଅଲିମ୍ପିକ୍ସ ୨୦୨୮ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସିଧାସଳଖ ପ୍ରବେଶ କରେ ତେବେ ଯୋଗ୍ୟତା ପାଇଁ କେବଳ ୫ଟି ସ୍ଥାନ ଖାଲି ରହିବ। ଯଦି ଦଳଗୁଡ଼ିକ ରାଙ୍କିଙ୍ଗ ଆଧାରରେ ଯୋଗ୍ୟତା ଅର୍ଜନ କରନ୍ତି, ତେବେ ବର୍ତ୍ତମାନ ପୁରୁଷ ଟି-୨୦ରେ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ବିଶ୍ୱର ଶ୍ରେଷ୍ଠ-୫ ଦଳ। ମହିଳା ଟି-୨୦ ଦଳର ରାଙ୍କିଙ୍ଗରେ ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପ୍ରଥମ ପାଞ୍ଚ ସ୍ଥାନରେ ଅଛନ୍ତି।












Click it and Unblock the Notifications