Get Updates
Get notified of breaking news, exclusive insights, and must-see stories!

Jay Shah: ଜୟ ଶାହା ICC ଚେୟାରମ୍ୟାନ ହେବା ପରେ ପାକିସ୍ତାନକୁ ଝଟ୍‌କା

ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହାଙ୍କୁ ଗତ ମାସ ଶେଷରେ ଆଇସିସିର ଚେୟାରମ୍ୟାନ ଭାବରେ ନିର୍ବାଚିତ କରାଯାଇଛି । ସେ ୧ଡିସେମ୍ବର ୨୦୨୪ରେ ତାଙ୍କ ପଦ ଗ୍ରହଣ କରିବେ। ଜୟ ଶାହା ବିନା ପ୍ରତିଦ୍ୱନ୍ଦିତାରେ ଆଇସିସି ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ତାଙ୍କ ବିଷୟରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ ନାକଭି ଖୋଲାଖୋଲି ଭାବେ ଶାହା ଆଇସିସି ଚେୟାରମ୍ୟାନ ହେବା ଏବଂ ଏସୀୟ କ୍ରିକେଟ ପରିଷଦର ପରବର୍ତ୍ତୀ ବୈଠକକୁ ନେଇ ଆଲୋଚନା କରିଛନ୍ତି।

ନକଭି କହିଛନ୍ତି ଯେ ଜୟ ଶାହା ଅଧ୍ୟକ୍ଷ ହେବା ନେଇ କୌଣସି ଚିନ୍ତା ନାହିଁ। ଜିଓ ନ୍ୟୁଜ ଅନୁଯାୟୀ, ନକଭି ଗଣମାଧ୍ୟମକୁ କହିଛନ୍ତି ଯେ ଆମେ ଜୟ ଶାହାଙ୍କ ସହ ଯୋଗାଯୋଗରେ ଅଛୁ, ତାଙ୍କର ଆଇସିସି ଚେୟାରମ୍ୟାନ ହେବାକୁ ନେଇ କୌଣସି ଚିନ୍ତା ନାହିଁ। ଏସିସି ବୈଠକ ସେପ୍ଟେମ୍ବର ୮ ଏବଂ ୯ରେ ହେବ। ନକଭି ନିଶ୍ଚିତ କରିଛନ୍ତି ଯେ ସେ ଏହି ସଭାରେ ଯୋଗଦେବେ ନାହିଁ। ସେ କହିଛନ୍ତି ମୁଁ ସଭାରେ ଯୋଗ ଦେଇ ପାରିବି ନାହିଁ। ଏଥିରେ ସଲମାନ ନାସିର ଅଂଶଗ୍ରହଣ କରିବେ। ବୈଠକରେ ନୂତନ ଅଧ୍ୟକ୍ଷଙ୍କ ସହ ଜଡିତ ମାମଲା ଚୂଡାନ୍ତ ହେବ।

JaY Shah

ଆଇସିସିର ନେତୃତ୍ୱ ନେଉଥିବା ଜୟ ଶାହା ହେଉଛନ୍ତି ସବୁଠାରୁ କନିଷ୍ଠ ବ୍ୟକ୍ତି। ସେ ଜଗମୋହନ ଡାଲମିଆ, ଶରଦ ପାୱାର, ଏନ ଶ୍ରୀନିବାସନ ଏବଂ ଶଶାଙ୍କ ମନୋହରଙ୍କ ଭଳି ଭାରତୀୟଙ୍କ ସହ ଯୋଗ ଦେଇଛନ୍ତି ଯେଉଁମାନେ ଅତୀତରେ ଆଇସିସିର ନେତୃତ୍ୱ ନେଇଥିଲେ। ଆସନ୍ତା ବର୍ଷ ପାକିସ୍ତାନ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବ। କରାଚି ଜାତୀୟ ଷ୍ଟାଡିୟମ, ଲାହୋରର ଗଦ୍ଦାଫି ଷ୍ଟାଡିୟମ ଏବଂ ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଏହି ବଡ କାର୍ଯ୍ୟକ୍ରମ ପାଇଁ ନବୀକରଣ କାର୍ଯ୍ୟ ଚାଲିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+