ଆଇପିଏଲ ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ବାଦ ପଡିଲେ କେଏଲ ରାହୁଲ
KL Rahul Out of WTC Final: ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଆଇପିଏଲ୍ ୨୦୨୩ ସହ ଆସନ୍ତା ମାସରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରୁ ବାଦ୍ ପଡ଼ିଛନ୍ତି ।
ଲକ୍ଷ୍ନୌ ସୁପର ଜିଆଣ୍ଟସ୍ର ଅଧିନାୟକ ରାହୁଲଙ୍କୁ ଦୁଇ ଦିନ ତଳେ ଫିଲ୍ଡିଂ ସମୟରେ ଆଘାତ ଲାଗିଥିଲା ଏବଂ ଏହାପରଠୁ ତାଙ୍କ ପାଇଁ ଖେଳିବା କଷ୍ଟକର ହୋଇ ପଡିଥିଲା । ବର୍ତ୍ତମାନ ରାହୁଲ ନିଜେ ଘୋଷଣା କରିଛନ୍ତି ଯେ ସେ ଉଭୟ ଟୁର୍ନାମେଣ୍ଟରେ ଖେଳି ପାରିବେ ନାହିଁ ।

ରାହୁଲ ନିଜେ ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ କରି ସେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ଓ ଭାରତ ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ୍ ଖେଳିପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି । ମେ' ୧ ତାରିଖରେ ରାହୁଲ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ। ତାଙ୍କ ଜଙ୍ଘରେ ସମସ୍ୟା ସୃଷ୍ଟି ହୋଇଥିଲେ । ଏବେ ଏହାର ସର୍ଜରୀ ହେବ । ତେଣୁ ସେ କିଛି ମାସ କ୍ରିକେଟରୁ ଦୂରେଇ ରହିବେ ବୋଲି ରାହୁଲ କହିଛନ୍ତି ।
ରାହୁଲ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ "ମେଡିକାଲ ଟିମ ସହ ଅନେକ ବିଚାର ଓ ଆଲୋଚନା ପରେ ଶେଷରେ ଏହା ନିର୍ଯାସ ବାହାରିଛି ଯେ ଖୁବଶୀଘ୍ର ମୋ ଜଙ୍ଘର ସର୍ଜରୀ ହେବ। ମୋର ଫୋକସ ଏବେ ରିହାବ ଓ ସୁସ୍ଥ ହେବା ଉପରେ ରହିବ। ଏବେ ମୋ ପାଇଁ ନିଷ୍ପତ୍ତି ନେବା ବେଷ୍ଟ କଷ୍ଟକର। କିନ୍ତୁ ମୁଁ ପୂରା ଫିଟ ହେବାର ଅଧିକାର ମଧ୍ୟ ରଖିଛି।












Click it and Unblock the Notifications