ଛାଡପତ୍ର ପରେ କ୍ରିକେଟର ୟୁଜଭେନ୍ଦ୍ର ଚହଲ ପୁଣି ପଟିଲେ ପ୍ରେମରେ !
Yuzvendra Chahal With Mystery Girl: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ଯେଉଁଠି ଅନୁଷ୍କା ଶର୍ମା ମଧ୍ୟ ସ୍ୱାମୀ ବିରାଟ କୋହଲିଙ୍କୁ ସମର୍ଥନ କରିବାକୁ ପହଞ୍ଚିଛନ୍ତି । ତେବେ ଏହି ମ୍ୟାଚ୍ ସମୟର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କୁ ଜଣେ ମହିଳାଙ୍କ ସହ ଦେଖିବା ପାଇଁ ମିଳୁଛି ।

ଏପରି ଭିଡିଓ ଭାଇରାଲ ହେବା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ୟୁଜଭେନ୍ଦ୍ରଙ୍କ ସହିତ ବସିଥିବା ଏହି ଯୁବତୀ ଜଣକ କିଏ ।
ନିକଟରେ ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ତଥା ଲୋକପ୍ରିୟ କୋରିଓଗ୍ରାଫର-ୟୁଟ୍ୟୁବର୍ ଧନଶ୍ରୀ ବର୍ମାଙ୍କୁ ଛାଡପତ୍ର ହୋଇଛି । ଛାଡପତ୍ର ପରଠାରୁ ଦୁହେଁ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ କ୍ରିକେଟ୍ ମ୍ୟାଚ୍ର ମିଷ୍ଟ୍ରି ଗାର୍ଲ ସହିତ ୟୁଜଭେନ୍ଦ୍ରଙ୍କ ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ।
ୟୁଜଭେନ୍ଦ୍ରଙ୍କ ଏହି ଫଟୋଗୁଡ଼ିକୁ ଦେଖି ଲାଗୁଛି ବର୍ତ୍ତମାନ କ୍ରିକେଟର ନିଜ ଜୀବନରେ ଆଗକୁ ବଢିବା ଆରମ୍ଭ କରିଛନ୍ତି ।ଅନେକ ୟୁଜର୍ସ ଦାବି କରୁଛନ୍ତି ଯେ ସେ ପୁଣି ଥରେ ପ୍ରେମରେ ପଡ଼ିଯାଇଛନ୍ତି। କିଛି ଲୋକ ଏହି ରହସ୍ୟମୟ ଝିଅଟିକୁ ନୂଆ ଭାବୀର ଟ୍ୟାଗ୍ ମଧ୍ୟ ଦେବା ଆରମ୍ଭ କରି ଦେଇଛନ୍ତି ।
ପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ୟୁଭିଙ୍କ ସହ ନଜର ଆସୁଥିବା ମହିଳା ଜଣକ ହେଲେ ପ୍ରଭାବଶାଳୀ YouTuber ଏବଂ ରେଡିଓ ଜକି RJ ମହାଭାଶ।
ପୂ୍ର୍ବରୁ ଅନେକ ଥର ୟୁଜଭେନ୍ଦ୍ରଙ୍କ ସହ ଆରଜେ ମହାଭାଶଙ୍କୁ ଦେଖିବାକୁ ମିଳିଛି । ଯାହା ପରେ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ହେଲେ ଉକ୍ତ ସମୟରେ ଏହି ଚର୍ଚ୍ଚାକୁ ମିଥ୍ୟା ବୋଲି କହିଥିଲେ RJ ମହାଭାଶ ।
ଏବେ କ୍ରିକେଟ୍ ମ୍ୟାଚ୍ ରୁ ଉଭୟଙ୍କ ଫଟୋ ଭିଡିଓ ଭାଇରାଲ ହେବା ପରେ ପୁଣି ଉଭୟଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଦୁହେଁ ମ୍ୟାଚ୍ ଦେଖୁଥିବା ସମୟରେ ହସି ହସି ପରସ୍ପର ସହିତ କଥାବାର୍ତ୍ତା ହେଉଥିବାର ଦେଖିବା ପାଇଁ ମିଳିଥିଲା ।












Click it and Unblock the Notifications