୫୮ ବର୍ଷ ପରେ ବ୍ୟାଡମିଣ୍ଟନରେ ଭାରତକୁ ମିଳିଲା ସ୍ୱର୍ଣ୍ଣ ପଦକ
ନୂଆଦିଲ୍ଲୀ: ଦୀର୍ଘ ୫୮ ବର୍ଷ ଅପେକ୍ଷାରେ ପଡିଲା ପୂର୍ଣ୍ଣଚ୍ଛେଦ । ବ୍ୟାଡମିଣ୍ଟନ ଏସିଆ ଚାମ୍ପିୟନସିପରେ ଭାରତକୁ ମିଳିଛି ଐତିହାସିକ ସ୍ୱର୍ଣ୍ଣ ପଦକ । ପୁରୁଷ ଡବଲ୍ସରେ ଭାରତ ପାଇଁ ସାତ୍ତ୍ୱିକ ସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ସ୍ୱର୍ଣ୍ଣ ଜିତିଛନ୍ତି ।
୨୦୨୨ ବିଶ୍ୱ ଚାମ୍ପିଅନସିପ୍ ବ୍ରୋଞ୍ଜ ପଦକ ବିଜେତା ଦ୍ବୟ ରୋମାଞ୍ଚକର ଫାଇନାଲରେ ମାଲେସିଆର ଓଙ୍ଗ ୟେ ସିନ୍ ଏବଂ ଟିଓ ୟେ ୨୧-୧୬, ୧୭-୨୧, ୧୯-୨୧ କୁ ପରାସ୍ତ କରି ଏହି ଚମତ୍କାର ବିଜୟ ହାସଲ କରିଛନ୍ତି । ଦୀନେଶ ଖାନ୍ନା ଏକମାତ୍ର ଭାରତୀୟ ଯିଏକି ଏସିଆ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଲକ୍ଷ୍ନୌରେ ପୁରୁଷ ଏକକ ଫାଇନାଲରେ ଥାଇଲ୍ୟାଣ୍ଡର ସାଙ୍ଗୋବ ରତ୍ନୁସର୍ନଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଥିଲେ ।

ବର୍ତ୍ତମାନ ବିଶ୍ୱ ଶଟଲର ରାଙ୍କିଙ୍ଗର ୬ନଂ ସ୍ଥାନରେ ଥିବା ଚିରାଗ ଓ ସାତ୍ତ୍ୱିକଙ୍କୁ ୮ମରେ ଥିବା ସିନ ଓ ୟି ଜବରଦସ୍ତ ଟକ୍କର ଦେଇଥିଲା। ଦୁବାଇର ଅଲନାସିର କ୍ଲବର ଶେଖ ରଶିଦ ବିନ ହାମଦାନ ଇଣ୍ଡୋର ହଲ୍ରେ କଡ଼ା ଟକ୍କାର ବି ଦେଖିବାକୁ ମିଳିଥିଲା । ପ୍ରଥମ ସେଟକୁ ହାରି ଚାପରେ ଥିବା ଭାରତୀୟ ଯୋଡ଼ି ଦ୍ୱିତୀୟ ସେଟ୍ରେ ୭-୧୩ରେ ପଛରେ ଥିଲେ । କିନ୍ତୁ ସେଠାରୁ କମବ୍ୟାକ୍ କରି ଦ୍ୱିତୀୟ ସେଟ୍କୁ ୨୧-୧୭ରେ ଜିତିଥିଲେ। ଏହାପରେ ୨୧-୧୯ରେ ତୃତୀୟ ତଥା ନିର୍ଣ୍ଣାୟକ ସେଟକୁ ମଧ୍ୟ ଦଖଲ କରିଥିଲେ । ୧ ଘଣ୍ଟା ୭ ମିନିଟ୍ ଧରି ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା। କିନ୍ତୁ ୫୮ ବର୍ଷ ପରେ ଭାରତ ସ୍ୱର୍ଣ୍ଣ ଜିତିଥିଲା ।
Proud of @satwiksairaj and @Shettychirag04 for scripting history by becoming the first Indian Men's Doubles pair to win the Badminton Asia Championships Title. Congratulations to them and wishing them the very best for their future endeavours. pic.twitter.com/i0mES2FuIL
— Narendra Modi (@narendramodi) April 30, 2023
ଏସିଆ ଚାମ୍ପିଅନସିପରେ ପୁରୁଷ ଡବଲ୍ସରେ ଭାରତର ପୂର୍ବ ଶ୍ରେଷ୍ଠ ପ୍ରଦର୍ଶନ ୧୯୭୧ ମସିହାରେ ଦିପୁ ଘୋଷ ଏବଂ ରମଣ ଘୋଷଙ୍କ ଦ୍ୱାରା ବ୍ରୋଞ୍ଜ ପଦକ ଶେଷ ହୋଇଥିଲା । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଉଭୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ସ୍ୱର୍ଣ୍ଣିମ ସଫଳତା ପରେ ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ ଦୁଇ ଖେଳାଳିଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି । ଗତବର୍ଷ ଏହି ଭାରତୀୟ ଯୋଡ଼ି ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ଜିତିଥିଲେ ।












Click it and Unblock the Notifications