ବାଂଲାଦେଶକୁ ହରାଇ ସେମିଫାଇନାଲରେ ପ୍ରବେଶ କଲା ଆଫଗାନିସ୍ତାନ

ଟି -୨୦ ବିଶ୍ଵକପ ରେ ଇତିହାସ ସୃଷ୍ଟି କଲା ଆଫଗାନିସ୍ତାନ । ଦଳ ସେମିଫାଇନାଲ୍‌ ରାସ୍ତା ସଫା କରିଛି । ପ୍ରଥମ ଥର ଏହି ଟିମ୍‌ ବିଶ଼୍ବକପ୍‌ ସେମିଫାଇନାଲ୍‌ ଖେଳିବାକୁ ଯାଉଛି । ଆଫଗାନିସ୍ତାନ କ୍ରିକେଟ୍‌ ଟିମ୍‌ ପାଇଁ ଏହା ଐତିହାସିକ ମୁହୂର୍ତ୍ତ ।

T-20 World Cup

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ବିଜୟ ହାସଲ କରିଛି ଦଳ । ଫଳରେ ସେମିଫାଇନାଲ୍‌ରେ ସାଉଥ୍‌ ଆଫ୍ରିକାକୁ ଭେଟିବାକୁ ଯାଉଛି ଆଫଗାନିସ୍ତାନ । ଏହି ମ୍ୟାଚ୍‌ ୨୭ ଜୁନ୍‌ ସକାଳ ୬ଟା ସମୟରେ ଖେଳାଯିବ ।

ସୂଚନା ଥାଉକି, ଆଫଗାନିସ୍ତାନ ଟିମ୍‌ ଗ୍ରୁପ୍‌ ଷ୍ଟେଜ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲା । ଫଳରେ ଦଳ ସୁପର ୮ରେ ପହଞ୍ଚି ଥିଲା । ୪ଟି ମ୍ୟାଚ୍‌ରୁ ୩ଟିରେ ଜିତ୍‌ ହାସଲ କରି ସୁପର ୮ ଟିକେଟ୍‌ ପାଇଥିଲା । କିନ୍ତୁ ସୁପର ୮ରେ ଦଳ ନ୍ୟୁଜ୍‌ଲ୍ୟାଣ୍ଡ ଭଳି ଶକ୍ତିଶାଳୀ ଟିମ୍‌କୁ ହରାଇ ସମସ୍ତଙ୍କୁ ଚମକାଇ ଦେଇଥିଲା । ଏହାଛଡ଼ା ସୁପର ୮ରେ ଅଷ୍ଟ୍ରେଲିଆ ଭଳି ଦଳକୁ ହରାଇ ବିଶ଼୍ବ କ୍ରିକେଟ୍‌ର ଦୃଷ୍ଟି ଆକର୍ଷଣ କରିଥିଲା । କଙ୍ଗାରୁ ଦଳକୁ ହରାଇ ସେମିଫାଇନାଲ୍‌ ରେସ୍‌ରେ ଯୋଡ଼ି ହୋଇଥିଲା ଦଳ ।

ଅନ୍ୟପଟେ, ସେଣ୍ଟ ଲୁସିଆସ୍ଥିତ ଡାରେନ ସାମି ଜାତୀୟ କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଟି୨୦ କ୍ରିକେଟ ବିଶ୍ୱକପର ଶେଷ ସୁପର-୮ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୨୪ ରନ୍‌ରେ ପରାସ୍ତ କରି ଭାରତ ଅପରାଜେୟ ଭାବେ ସେମିଫାଇନାଲରେ ପହଞ୍ଚିଛି।

ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ଭାରତ ବ୍ୟାଟିଂ କରିଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ଦମ୍‌ଦାର ୯୨ ରନ୍‌ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ୍‌ ହରାଇ ୨୦୫ ରନ୍‌ କରିଥିଲେ। ଯବାବରେ ଅଷ୍ଟ୍ରେଲିଆ ୨୦ ଓଭରରେ ୭ ଉଇକେଟ ହରାଇ ୧୮୧ ରନ୍‌ କରିବାରେ ସକ୍ଷମ ହୋଇଥିଲା।

ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୋଲରଙ୍କ ମିଳିତ ଅବଦାନ ବଳରେ ଭାରତ ଟି୨୦ କ୍ରିକେଟ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+