ଆସନ୍ତା ବର୍ଷ ମହିଳା ଏସିଆ କପ୍ ଫୁଟବଲ ଆୟୋଜନ କରିବ ଭାରତ
ଭାରତ ଆସନ୍ତା ବର୍ଷ ୨୦୨୨ରେ ମହିଳା ଏସିଆ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ। ଜାନୁଆରୀ 20ରୁ ଫେବୃଆରୀ 6, 2022 ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବେ ।
ନୂଆଦିଲ୍ଲୀ: ଭାରତ ଆସନ୍ତା ବର୍ଷ ୨୦୨୨ରେ ମହିଳା ଏସିଆ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ। ଜାନୁଆରୀ 20ରୁ ଫେବୃଆରୀ 6, 2022 ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବେ । ଏନେଇ ସୂଚନା ଦେଇଛି ଏସିଆନ ଫୁଟବଲ୍ କନଫେଡେରେସନ୍ ।

ଏହି ଟୁର୍ଣ୍ଣାମେଣ୍ଟରେ ଏସିଆର ଶ୍ରେଷ୍ଠ 12 ଟି ଦଳ (ପୂର୍ବ ସଂସ୍କରଣରେ 8ରୁ ଅଧିକ) ମଧ୍ୟରେ ଖେଳାଯିବ । 4ଟି ଗୋଷ୍ଠୀର ତିନିଟି ଦଳ ଗଠିତ ହେବେ । ସର୍ବନିମ୍ନ 25 ଟି ମ୍ୟାଚ୍ 18 ଦିନ ମଧ୍ୟରେ ଖେଳାଯିବ ଏବଂ 8ଟି ଦଳ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ ।
ଏହି ଟୁର୍ନାମେଣ୍ଟ ୨୦୨୩ ଫିଫା ମହିଳା ବିଶ୍ବକପର ଯୋଗ୍ୟତା ଟୁର୍ନାମେଣ୍ଟ ହେବ। ମହିଳା ବିଶ୍ବକପରେ ୩୨ଟି ଟିମ୍ ଭାଗନେବେ, ଯେଉଁଥିରେ ସହ-ଆୟୋଜକ ଅଷ୍ଟ୍ରେଲିଆ ଟିମ୍ ସହିତ ୫ଟି ଏସୀୟ ଟିମ୍ ରହିବେ। ଏଏଫସି ମହିଳା ଏସିଆ କପ୍ ୨୦୨୨ର ଯୋଗ୍ୟତା ପର୍ଯ୍ୟାୟ ୨୦୨୨ ସେପ୍ଟେମ୍ବର ୧୩ରୁ ୨୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଗତ ଥରର ସର୍ବୋଚ୍ଚ ରାଙ୍କିଂ ପ୍ରାପ୍ତ ଟିମ୍ ଜାପାନ, ଅଷ୍ଟ୍ରେଲିଆ ଏବଂ ଚୀନ ବ୍ୟତୀତ ଭାରତକୁ ଆୟୋଜକ ଭାବେ ସ୍ବତଃ ପ୍ରବେଶ ମିଳିଛି।












Click it and Unblock the Notifications