Get Updates
Get notified of breaking news, exclusive insights, and must-see stories!

ଟୋକିଓ ଅଲିମ୍ପିକ୍ସ : ଅଦିତି ଅଶୋକ ଗଲ୍ଫରେ ରଚିଲେ ଇତିହାସ

ଭାରତୀୟ କ୍ରୀଡ଼ା ଇତିହାସରେ ଗଲ୍ଫରେ ଅଦିତି ଅଶୋକ ଶ୍ରେଷ୍ଠ ପ୍ରଦର୍ଶନକାରୀ ଅଲିମ୍ପିଆନ୍ ହୋଇପାରିଛନ୍ତି

ଟୋକିଓ : ଭାରତୀୟ କ୍ରୀଡ଼ା ଇତିହାସରେ ଗଲ୍ଫରେ ଅଦିତି ଅଶୋକ ଶ୍ରେଷ୍ଠ ପ୍ରଦର୍ଶନକାରୀ ଅଲିମ୍ପିଆନ୍ ହୋଇପାରିଛନ୍ତି । ଦେଶବାସୀଙ୍କ କଳ୍ପନା ବାହାରେ ଅଲିମ୍ପିକ୍ 2020 ରେ ଏହା ସମ୍ଭବ କରି ଦେଖାଇଛନ୍ତି ଅଦିତି । ମହିଳା ବ୍ୟକ୍ତିଗତ ଷ୍ଟ୍ରୋକ୍ ଖେଳର ପ୍ରଥମ ତିନି ରାଉଣ୍ଡରେ ଟପ୍ -3 ରହିଥିବା ଅଦିତି ଅନ୍ତିମ ରାଉଣ୍ଡରେ ମାତ୍ର ଗୋଟିଏ ଷ୍ଚ୍ରୋକରେ ଏୌତିହାସିକ ଗଲ୍ଫ ପଦକରୁ ବଞ୍ଚିତ ହୋଇଥିଲେ । ଭାରତର ପାଇଁ ଏହା ପ୍ରଥମ ଅଲିମ୍ପିକ୍ ଗଲ୍ଫ ପଦକ ହୋଇଥାନ୍ତା । ବ୍ରୋଞ୍ଜ ପଦକ ଜିତିଥିବା ନ୍ୟୁଜିଲ୍ୟାଣ୍ଡର ଲାଡିଆ ଏବଂ ଅଦିତିଙ୍କ ମଧ୍ୟରେ କେବଳ ଗୋଟିଏ ପଏଣ୍ଟର ପାର୍ଥକ୍ୟ ଥିଲା ।
ଅଦିତିଙ୍କର ଦ୍ୱିତୀୟ ଅଲିମ୍ପିକ୍ସ

ଅଦିତି ଅଶୋକ
ଅଦିତିଙ୍କ ଟୋକିଓ 2020 ଅଭିଯାନ ତାଙ୍କର ଦ୍ୱିତୀୟ ଅଲିମ୍ପିକ୍ ଥିଲା ଏବଂ ପ୍ରତ୍ୟେକ ଦୃଷ୍ଟିରୁ ଏୌତିହାସିକ ଥିଲା । ସେ ରିଓରେ 41 ତମ ସ୍ଥାନ ହାସଲ କରିଥିଲେ ଏବଂ ଟୋକିଓରେ ପ୍ରଥମ ତିନି ରାଉଣ୍ଡ ପାଇଁ ସେ ମଧ୍ୟ ଶ୍ରେଷ୍ଠ ତିନିରେ ଥିଲେ, ଯାହା ଅନ୍ୟ କୌଣସି ଭାରତୀୟ ଗଲ୍ଫର୍ ପୂର୍ବରୁ ହାସଲ କରିନଥିଲେ । ଏହା ନିଶ୍ଚିତ ଭାବରେ ଭାରତୀୟ ଗଲ୍ଫରେ ଏକ ବଡ଼ ମାଇଲଖୁଣ୍ଟ ।
ରିଓରେ ସବୁ ଠାରୁ କନିଷ୍ଠ ଇତିହାସ
ବେଙ୍ଗାଲୁରୁର ଅଦିତି ଅଶୋକ, 23 ବର୍ଷ ବୟରେ ରିଓ ଅଲିମ୍ପିକ୍ସ ଖେଳରେ ଅଂଶଗ୍ରହଣ କରିବାରେ ସର୍ବକନିଷ୍ଠ ଗଲ୍ଫର୍ (ପୁରୁଷ କିମ୍ବା ମହିଳା) ହୋଇ ଇତିହାସ ସୃଷ୍ଟି କରିଥିଲେ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+