Get Updates
Get notified of breaking news, exclusive insights, and must-see stories!

ହେଲା ଆକ୍ସନ : ପାକିସ୍ତାନ କ୍ରିକେଟ୍ କୁ ଟଙ୍କା ଦେବନି ICC

ଆସନ୍ତା ୧୫ ତାରିଖରେ ଖେଳାଯିବାକୁ ଥିବା ଭାରତ-ପାକ୍ ମ୍ୟାଚର ମୋଟ୍ ଭାଲ୍ୟୁ ୨୫୦ ମିଲିୟନ ଡଲାର (୨୨୦୦ରୁ ଊର୍ଦ୍ଧ୍ୱ କୋଟି) ଆକଳନ କରାଯାଇଛି । ଯଦି ଏହି ମ୍ୟାଚ ଖେଳା ନଯାଉଛି, ତେବେ ଆୟୋଜକ ଶ୍ରୀଲଙ୍କା ଏବଂ ଆଇସିସି ଘୋର କ୍ଷତି ସହିବେ । ଯଦି ୧୫ ତାରିଖ ମ୍ୟାଚ ଖେଳାନଯାଏ ତେବେ ପାକିସ୍ତାନ ବିପକ୍ଷରେ ଆଇସିସିର ପ୍ରସାରଣ ସହଯୋଗୀ ଜିଓ ଷ୍ଟାର ଆଇନଗତ କାର୍ଯ୍ୟାନୁଷ୍ଠାତ ଗ୍ରହଣ କରିବ ।

Pakistan cricket

କେବଳ ସେତିକି ନୁହେଁ, ଆଇସିସି ପିସିବିକୁ ବାର୍ଷିକ ଯେଉଁ ଆର୍ଥିକ ଅନୁଦାନ (୩୫ ମିଲିୟନ ଡଲାର) ଦେଉଛି ତାହା ବନ୍ଦ କରିଦେବ । ପିସିବିର ସେମିତି ନିଜସ୍ୱ ରୋଜଗାର କିଛି ନାହିଁ । ଆଇସିସି ଅନୁଦାନରେ ଚଳୁଛି । ତେଣୁ ଅନୁଦାନ ବନ୍ଦ ହୋଇଗଲେ ପାକ୍ କ୍ରିକେଟ୍ର ମେରୁଦଣ୍ଡ ଆର୍ଥିକ ଦୃଷ୍ଟିରୁ ସଂପୂର୍ଣ୍ଣ ଦୋହଲି ପଡ଼ିବ ।

ଶେହବାଜଙ୍କ ବଡ ବୟାନ

ପାକ୍ ପ୍ରଧାନମନ୍ତ୍ରୀ ଶେହଓ୍ୱାଜ ସରିଫ ଦୁଇ ଦେଶର କ୍ରିକେଟ୍ ମ୍ୟାଚକୁ ନେଇ ମୁହଁ ଖୋଲିଥିଲେ । ସେ କହିଥିଲେ ଯେ, ସେମାନେ ଭାରତ ସହ ଖେଳିବେନି । ଏନେଇ ନେଇଥିବା ନିଷ୍ପତ୍ତିରେ ଦଳ କାଏମ ରହିବ । କାରଣ କ୍ରିକେଟ ପଡିଆରେ ହେଉଥିବା ରାଜନୀତିକୁ ସେମାନେ ପସନ୍ଦ କରନ୍ତି ନାହିଁ । ସବୁ ଭାବିଚିନ୍ତି ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ବାଂଲାଦେଶ ସହ ସେମାନେ ରହିଛନ୍ତି ଏବଂ ଆଗକୁ ରହିବେ । ପାକ୍ ଯେଉଁ ନିଷ୍ପତ୍ତି ନେଇଛି ତାହା ଠିକ୍ ।

୧୫ରେ ଭାରତ-ପାକ୍ ମହା ମୁକାବିଲା

ସୂଚନାଯୋଗ୍ୟ, ଆସନ୍ତା ୧୫ ତାରିଖରେ ଭାରତ ଏବଂ ପାକିସ୍ତାନ କଲୋମ୍ବୋରେ ମୁହାଁମୁହିଁ ହେବେ । ଏଥିପାଇଁ ସବୁ ପ୍ରସ୍ତୁତି ସରିଛି । କେବଳ ପିସିବିର ନିଷ୍ପତ୍ତି ପରିବର୍ତ୍ତନକୁ ସମସ୍ତେ ଅପେକ୍ଷା କରିଛନ୍ତି । ପାକ୍ ଦଳ ବୟକଟ ଇଣ୍ଡିଆରୁ ଓହରିବ ବୋଲି ଆଇସିସି ଏବଂ ଫ୍ୟାନ୍ସ ଆଶା କରୁଛନ୍ତି । ଏହାପୂର୍ବରୁ ବାଂଲାଦେଶ ଟି୨୦ ବିଶ୍ୱକପ୍ ଖେଳିବନି ବୋଲି କହିଥିଲା । ସୁରକ୍ଷା କରାଣ ଦର୍ଶାଇ ସେ ଭାରତ ଆସିବାକୁ ମନା କରିଦେଇଥିଲା । ତା ଜାଗାରେ ସ୍କଟଲ୍ୟାଣ୍ଡକୁ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+