ଇମର୍ଜିଂ ଟି-୨୦ ଏସିଆ କପ୍: ୭ ରନରେ ପାକିସ୍ତାନକୁ ହରାଇଲା ଭାରତ

ପାକିସ୍ତାନକୁ ହରାଇଲା ଭାରତ । ଇମର୍ଜିଂ ଟି-୨୦ ଏସିଆ କପରେ ୭ ରନରେ ଜିତିଲା ଭାରତ । ଲଢ଼େଇ କରି ହାରିଲା ପାକିସ୍ତାନ ।ଇମର୍ଜି- ଟି-୨୦ ଏସିଆ କପରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୮ ୱିକେଟ ହରାଇ ୧୮୩ ରନ୍ ସଂଗ୍ରହ କରିଥିଲା । ଅଧିନାୟକ ତିଲକ ବର୍ମା ସର୍ବାଧିକ ୪୪ ରନ୍ ସଂଗ୍ରହ କରିଥିଲେ ।

ସେହିପରି ଅଭିଷେକ ଶର୍ମା ୨୨ଟି ବଲରୁ ୩୫ ରନ୍ ସଂଗ୍ରହ କରିଥିଲେ । ପାକିସ୍ତାନ ପକ୍ଷରୁ ସୁଫିୟାନ ମୁକିମ ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ । ତେବେ ଆଜିର ମ୍ୟାଚରେ ଦେଖିବାକୁ ମିଳିଥିଲା କଡ଼ା ଟକ୍କର । ଦୁଇ ଦେଶର ଖେଳାଳି ପରସ୍ପର ସହ ମୁହାଁମୁହିଁ ହୋଇଥିଲେ । ଆଜିର ମ୍ୟାଚରେ ପାକିସ୍ତାନ କଡ଼ା ସଂଘର୍ଷ କରିଥିଲେ ହେଁ ମାତ୍ର ୭ ରନ୍ ପାଇଁ ପଛରେ ପଡ଼ିଯାଇଥିଲା ।

ACC Men s T20 Emerging Teams Asia Cup

ତେବେ ଆଜିର ମ୍ୟାଚରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଥିଲା । ସାଧାରଣ ଭାବେ ଭାରତ ଓ ପାକିସ୍ତାନ ମ୍ୟାଚ ଦେଖିବାକୁ ବିଶ୍ୱର କ୍ରୀଡ଼ାପ୍ରେମୀଙ୍କ ମଧ୍ୟ ବଡ଼ ଉତ୍ସାହ ପରିଲକ୍ଷିତ ହୋଇଥାଏ । ମ୍ୟାଚର ଅନ୍ତିମ ବଲ ନ ପଡ଼ିବା ପର୍ଯ୍ୟନ୍ତ କିଏ ବିଜେତା ହେବ ତାହା କହିବା ଅସମ୍ଭବ ହୋଇପଡ଼ିଥାଏ । ତେବେ ଆଜି ଭାରତୀୟ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଓ ପାକିସ୍ତାନୀ ବୋଲର ସୁଫିୟାନ ମୁକିମଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା ।

ପାୱରପ୍ଲେର ପରବର୍ତ୍ତୀ ଓଭରରେ ଅଭିଷେକ ସୁଫିୟାନଙ୍କ ଓଭରର ପ୍ରଥମ ବଲରେ ଆଉଟ୍ ହୋଇଥିଲେ । ବଡ଼ ଶଟ୍ ମାରିବାକୁ ଯାଇ ଅଭିଷେକ ଆଉଟ୍ ହୋଇଯାଇଥିଲେ । ତେବେ ୱିକେଟ ପଡ଼ିବା ପରେ ପାଭିଲିୟନ ଆଡ଼କୁ ଯିବାକୁ ସୁଫିୟାନ ଇସାରା କରିଥିଲେ । ଏହି ହରକତକୁ ନେଇ ଅଭିଷେକ ରାଗି ଯାଇଥିଲେ ଓ ସେ ସୁଫିୟାନଙ୍କୁ ଜବାବ ଦେଇଥିବା ଦେଖାଯାଇଥିଲା । ଏହାପରେ ଅମ୍ପାୟାର ହସ୍ତକ୍ଷେପ କରି ଦୁହିଁଙ୍କୁ ଶାନ୍ତ କରାଇଥିଲେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+