ଅଭିଶେଖ ଶର୍ମାଙ୍କ ଦ୍ରୁତତମ ଶତକ, ବିଜୟ ଟ୍ରାକକୁ ଫେରିଲା ଏସଆରଏଚ

ଲଗାତାର 4ଟି ମ୍ୟାଚରେ ହାରିବା ପରେ ଆପିଏଲରେ ଦ୍ବିତୀୟ ବିଜୟର ସ୍ବାଦ ଚାଖିଲା ଏସଆରଏଚ । ଘରୋଇ ଗ୍ରାଉଣ୍ଡରେ ଫର୍ମକୁ ଫେରିଲା ଦଳ । ପୂର୍ବ ପରି ବିସ୍ଫୋରକ ବ୍ୟାଟିଂ କରି ବିପକ୍ଷ ଦଳର ବୋଲରଙ୍କୁ ଘାଇଲା କଲେ ବ୍ୟାଟର । ତୃତୀୟ ଭାରତୀୟ ଭାବେ ଆଇପିଏଲରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ କଲେ ଅଭିଶେଖ ଶର୍ମା । ଆଇପିଏଲର 27ତମ ମୁକାବିଲାରେ ପଞ୍ଜାବ କିଙ୍ଗ୍ସକୁ 8 ଓ୍ବିକେଟରେ ପରାସ୍ତ କରିଛି ହାଇଦ୍ରାବାଦ ।

ଟସ ଜିତିବା ପରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ 20 ଓଭରରେ 6 ଓ୍ବିକେଟ ହରାଇ 245 ରନ କରିଥିଲା । ଜାବାବରେ ହାଇଦ୍ରାବଦ 18.3 ଓଭରରେ 2 ଓ୍ବିକେଟ ହରାଇ 247 ରନ କରିଥିଲା । ହାଇଦ୍ରାବଦର ଚଳିତ ଆଇପିଏଲରେ ଏହା ଦ୍ବିତୀୟ ବିଜୟ । ପଏଣ୍ଟ ଟେବୁଲ ଶେଷରେ ଥିବା ହାଇଦ୍ରାବାଦ ଷଷ୍ଠ ମ୍ୟାଚରେ ବିଜୟ ହେବା ପରେ ଅଷ୍ଟମ ସ୍ଥାନକୁ ଉଠିଛି । ପଞ୍ଜାବର ଆଇପିଏଲରେ ଏହା ଦ୍ବିତୀୟ ପରାଜୟ ।

Abhishek Sharma s fastest century SRH back on winning track

ତୃତୀୟ ଭାରତୀୟ ଭାବେ ଅଭିଶେଖଙ୍କ ଦ୍ରୁତତମ ଶତକ

ବିସ୍ଫୋରକ ବ୍ୟାଟିଂ କରି ହାଇଦ୍ରାବାଦର ଓପନର ଆଜି ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି । ତୃତୀୟ ଭାରତୀୟ ଭାବେ ଆଇପିଏଲ ଇତିହାସରେ ସେ ଦ୍ରୁତତମ ଶତକ ହାସଲ କରିଛନ୍ତି । 40 ବଲରେ ଶତକ ହାସଲ କରିଥିଲେ ଅଭିଶେଖ । ଏହା ପୂର୍ବରୁ ଚେନ୍ନାଇ ବିପକ୍ଷ ମ୍ୟାଚରେ ପଞ୍ଜାବ କିଙ୍ଗ୍ସର ପ୍ରିୟାଂଶ ଆର୍ଯ୍ୟ 39ବଲରେ ଶତକ ହାସଲ କରି ଆଇପିଏଲରେ ଦ୍ବିତୀୟ ଭାରତୀୟ ଭାବେ ଦ୍ରୁତତମ ଶତକ ହାସଲ କରିଥିଲେ । ୟୁସୁଫ ପଠାନଙ୍କ ନାମରେ ପ୍ରଥମ ଭାରତୀୟ ଭାବେ IPLରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ଅଛି । ସେ 2010 ମସିହାରେ ମୁମ୍ବାଇରେ ମାତ୍ର 37 ବଲ୍‌ରେ ଏହି ଶତକ ହାସଲ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+