ଅଭିଷେକ, ସ୍ମୃତି ମାସର ଶ୍ରେଷ୍ଠ ଖେଳାଳି

ଭାରତର ତାରକା ବ୍ୟାଟର୍‌ ଅଭିଷେକ ଶର୍ମା ଓ ସ୍ମୃତି ମନ୍ଧାନା ସେପ୍ଟେମ୍ବର ମାସର ଆଇସିସି ଶ୍ରେଷ୍ଠ ‌ଖେଳାଳି ପୁରସ୍କାର ଜିତିଛନ୍ତି। ଅଭିଷେକ ଏସିଆ କପ୍‌ରେ ଏବଂ ସ୍ମୃତି ଅଷ୍ଟ୍ରେଲିଆ ବିପକ୍ଷ ମହିଳା ଦିନିକିଆ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନ ପାଇଁ ଗୁରୁବାର ଉଭୟଙ୍କୁ ଆଇସିସି ମାସର ଶ୍ରେଷ୍ଠ ଖେଳାଳି ବିବେଚିତ କରିଛି। ଅଭିଷେକ ଏହି ମାସରେ ୭ ମ୍ୟାଚ୍‌ରେ ୪୪.୮୫ ହାର ଏବଂ ୨୦୦ ଷ୍ଟ୍ରାଇକ୍‌ରେଟ୍‌ରେ ୩୧୪ ରନ୍‌ କରିଥିଲେ। ‌ଏହି ୨୫ ବର୍ଷୀୟ ଯୁବକ ମଧ୍ୟ ଏସିଆ କପ୍‌ରେ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ହେବା ସହ ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାରେ ସର୍ବାଧିକ ପଏଣ୍ଟ୍‌ ହାସଲ କରିବାର ଗୌରବ ପାଇଥିଲେ। ସେ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦୌଡ଼ରେ ଥିବା ନିଜ ଦଳୀୟ ସାଥୀ କୁଲଦୀପ ଯାଦବ ଓ ଜିମ୍ବାୱେର ବ୍ରାଏନ୍‌ ବେନେଟ୍‌ଙ୍କୁ ପଛରେ ପକାଇଥିଲେ।

Abhishek Sharma and Smriti Mandhana

ଅନ୍ୟପକ୍ଷରେ ମହିଳା ତାରକା ସ୍ମୃତି, ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ଶୃଙ୍ଖଳାର ୩ ମ୍ୟାଚ୍‌ରେ ଯଥାକ୍ରମେ ୫୮, ୧୧୭, ୧୨୫ ରନ୍‌ କରିଥିଲେ। ଏହି ମାସରେ ଭାରତୀୟ ମହିଳା କ୍ରିକେଟ୍‌ ଦଳର ଉପଅଧିନାୟିକା ସ୍ମୃତି ୪ ମ୍ୟାଚ୍‌ ଖେଳି ୭୭ ହାର ଏବଂ ୧୩୫.୬୮ ଷ୍ଟ୍ରାଇକ୍‌ରେଟ୍‌ରେ ୩୦୮ ରନ୍‌ କରିଥିଲେ। ପୁରସ୍କାର ଦୌଡ଼ରେ ଥିବା ଦକ୍ଷିଣ ଆଫ୍ରିକାର ତାଜମିନ୍‌ ବ୍ରିଟ୍‌ସ ଏବଂ ପାକିସ୍ତାନର ସିଦ୍ରା ଅମିନଙ୍କୁ ସେ ପଛରେ ପକାଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+