ବାପାଙ୍କୁ ଏମିତି ଭଲ ପାଉଥିଲେ ହାର୍ଦ୍ଦିକ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପାଣ୍ଡ୍ୟା ବ୍ରଦର୍ସ ଓ ତାଙ୍କ ବାପଙ୍କ ଅନେକ ଫଟୋ ଏବଂ ଭିଡିଓ ଘୂରି ବୁଲୁଛି । ଯାହାକୁ ଦେଖିଲେ ଆପଣ ମଧ୍ୟ ଭାବପ୍ରବଣ ହୋଇପଡିବେ ।

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିତା ହିମାଂଶୁ ପାଣ୍ଡ୍ୟାଙ୍କ ଦେହାନ୍ତ ହୋଇଯାଇଛି । ଇତିମଧ୍ୟରେ ହାର୍ଦ୍ଦିକ ଓ ତାଙ୍କ ଭାଇ କୃଣାଲ ପାଣ୍ଡ୍ୟା ତାଙ୍କ ବାପାଙ୍କୁ ନେଇ ସୋସିଆଲ ମିଡିଆରେ କିଛି ଇମୋସନାଲ ପୋଷ୍ଟ ମଧ୍ୟ କରିଛନ୍ତି । ଆହୁରୀ ମଧ୍ୟ ସୋସିଆଲ ମିଡିଆରେ ପାଣ୍ଡ୍ୟା ବ୍ରଦର୍ସ ଓ ତାଙ୍କ ବାପଙ୍କ ଅନେକ ଫଟୋ ଏବଂ ଭିଡିଓ ଘୂରି ବୁଲୁଛି । ଯାହାକୁ ଦେଖିଲେ ଆପଣ ମଧ୍ୟ ଭାବପ୍ରବଣ ହୋଇପଡିବେ । ତେବେ ଏମିତି ଏକ ଭିଡିଓ ଆମ ହାତରେ ଲାଗିଛି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିତା

ଭିଡିଓଟି କେଉଁ ସମୟର ଜଣାପଡିନାହିଁ । ଘରେ ଶୋଇଥିବା ବେଳେ ପିତା ହିମାଂଶୁ ପାଣ୍ଡ୍ୟାଙ୍କୁ ହାର୍ଦ୍ଦିକ ପଛ ଆଡୁ ଆଲିଙ୍ଗନ କରୁଛନ୍ତି । ଆଉ ପରେ ପିତା ହିମାଂଶୁ ଉଠି ପୁଅକୁ ମଧ୍ୟ ଅତି ଶ୍ରଦ୍ଧାରେ କୋଳେଇ ନେଉଥିବା ଭିଡିଓଟିରେ ଦେଖିବାକୁ ମିଳିଛି ।

ସୂଚନାଥାଉ କି, ଗତ ଶନିବାର ପାଣ୍ଡ୍ୟା ବ୍ରଦର୍ସଙ୍କ ପିତା ହିମାଂଶୁ ପାଣ୍ଡ୍ୟାଙ୍କ ହୃଦ୍‌ଘାତ ହେତୁ ଦେହାନ୍ତ ହୋଇଥିଲା । ପରେ ସେହିଦନ ଦୁଇ ଭାଇ ବଡୋଦରା ସ୍ଥିତ ସଂଶ୍ମାନରେ ପିତାଙ୍କ ଅନ୍ତିମ ସଂସ୍କାର କରିଥିଲେ। ଅନ୍ତିମ ସଂସ୍କାରରେ ଉଭୟେ ନିଜକୁ ସମ୍ଭାଳି ପାରିନଥିବା ଦେଖିବାକୁ ମିଳିଥିଲା । ବରୋଦା ଟିମ୍‌ ପାଇଁ ସୟିଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫି‌ ଖେଳୁଥିଲେ କୃଣାଲ । ବାପାଙ୍କ ଦେହାନ୍ତ ଖବର ଶୁଣିବା ପରେ ସେ ଘର ଅଭିମୁଖେ ବାହାରି ଆସିଥିଲେ । ଅପରପକ୍ଷେ ହାର୍ଦ୍ଦିକ ପାଣ୍ଡ୍ୟା ଇଂଲଣ୍ଡ ବିପକ୍ଷରେ ଘରୋଇ ସିରିଜ୍ ଖେଳିବା‌ ପାଇଁ ଅଭ୍ୟାସ ସେସନ ଛାଡି ଆସିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+