ଟିମ୍ ଇଣ୍ଡିଆକୁ ବଡ ଝଟକା , ଏହି ମ୍ୟାଚରୁ ବାଦ ପଡିପାରନ୍ତି ଶାମି !
ନୂଆଦିଲ୍ଲୀ : ଜାନୁୟାରୀ 25 ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ 5 ଟେଷ୍ଟ ମ୍ୟାଚ୍ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ ବଡ ଅସୁବିଧାରେ ପଡିଥିବା ଜଣାପଡିଛି | ଷ୍ଟାର ବୋଲର ମହମ୍ମଦ ଶାମି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍ ନୁହଁନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ସମସ୍ତ ମ୍ୟାଚ୍ରେ ମହମ୍ମଦ ଶାମି ଅଂଶଗ୍ରହଣ କରିପାରିବେ ନାହିଁ। ମହମ୍ମଦ ଶାମି ଏହି ସିରିଜର ସମସ୍ତ ମ୍ୟାଚରୁ ବାଦ ପଡିଥିବାର ମଧ୍ୟ ସମ୍ଭାବନା ରହିଛି ।

ଇନସାଇଡ୍ ସ୍ପୋର୍ଟସର ରିପୋର୍ଟ ଅନୁଯାୟୀ, ମହମ୍ମଦ ଶାମି ଫିଟ୍ ହେବା ପାଇଁ ଅଧିକ ସମୟ ଲାଗୁଛି । ଦକ୍ଷିଣ ଆଫ୍ରିକା ଗସ୍ତରୁ ମହମ୍ମଦ ଶାମିଙ୍କୁ ବିଶ୍ରାମ ଦିଆଯାଇଥିବା ଦାବି କରାଯାଇଥିଲା। କିନ୍ତୁ ପରେ ସୂଚନା ସାମ୍ନାକୁ ଆସିଥିଲା ଯେ ମହମ୍ମଦ ଶାମି ଆଘାତ ପାଇଁ ODI ବିଶ୍ୱକପରେ ଭାଗ ନେଇଥିଲେ। ତେବେ ଆହତ ହୋଇଥିଲେ ମଧ୍ୟ ମହମ୍ମଦ ଶାମି ବିଶ୍ୱକପରେ ବୋଲିଂ ପାଇଁ ରେକର୍ଡ ସୃଷ୍ଠି କରିଥିଲେ । ସହ ହଇଚଇ ସୃଷ୍ଟି କରିଥିଲେ ଏବଂ ଟୁର୍ନାମେଣ୍ଟରେ ସର୍ବାଧିକ ୱିକେଟ୍ ନେଇଥିଲେ ।
ଇଂରାଜୀ ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ ମହମ୍ମଦ ଶାମି ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରେ ଅଂଶଗ୍ରହଣ କରିବେ ନାହିଁ। ଖବରକାଗଜ ଦାବି କରିଛି ଯେ ଶାମି ଏପର୍ଯ୍ୟନ୍ତ ବୋଲିଂ ଆରମ୍ଭ କରିନାହାଁନ୍ତି ଏବଂ ତାଙ୍କୁ ଫିଟନେସ୍ ପ୍ରମାଣ କରିବାକୁ ଜାତୀୟ କ୍ରିକେଟ୍ ଏକାଡେମୀ ଯିବାକୁ ପଡିବ। ସେ ଏନସିଏରେ ନିଜର ଫିଟନେସ୍ ପ୍ରମାଣ କରିବେ |












Click it and Unblock the Notifications