୭୯ ତମ ସ୍ବାଧୀନତା ଦିବସ : ଶୁଭେଚ୍ଛା ଜଣାଇଲେ ବିରାଟ କୋହଲି ଏବଂ ରୋହିତ ଶର୍ମା
ଆଜି ସମଗ୍ର ଦେଶ ୭୯ ତମ ସ୍ବାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ବିରାଟ କୋହଲି ଏବଂ ରୋହିତ ଶର୍ମା । ସୋସିଆଲ ମିଡିଆରେ ଭାବୁକ ପୋଷ୍ଟ ସେୟାର କରିଛନ୍ତି ।
ବିରାଟ କୋହଲି ଲେଖିଛନ୍ତି, ଆଜି ଆମେ ସ୍ବାଧୀନତାର ସହିତ ହସିପାରୁଛେ କାରଣ ସେମାନେ ଆମ ସହିତ ରହିଛନ୍ତି । ମୁଁ ଆମ ହିରୋମାନଙ୍କ ତ୍ୟାଗ ପାଇଁ ସାଲ୍ୟୁଟ କରୁଛି । ଭାରତୀୟ ଭାବେ ଗର୍ବ ମଧ୍ୟ କରୁଛି, ଜୟ ହିନ୍ଦ୍ ।
ସେହିପରି ରୋହିତ ଶର୍ମା ମଧ୍ୟ ସ୍ପେଶାଲ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି । ରୋହିତ ଶର୍ମା ବାରବଡୋସରେ ଟି୨୦ ବିଶ୍ବକପ ଜିତିଥିବା ବେଳେ ତ୍ରିରଙ୍ଗା ଧରିଥିବାର ଫଟୋ ସେୟାର କରିଛନ୍ତି ।

ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଦିନିକିଆ କ୍ୟାରିଅରକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । କିନ୍ତୁ ବିସିସିଆଇ ଏ ଦୁଇ ଜଣଙ୍କୁ ନେଇ ତୁରନ୍ତ କୌଣସି ନିଷ୍ପତ୍ତି ନେବାକୁ ଚାହୁଁନାହିଁ । ବିରାଟ କୋହଲି ଏବଂ ରୋହିତ ଶର୍ମା ଦୁହେଁ ଟେଷ୍ଟ ଏବଂ ଟି୨୦ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି । ଏଥିପାଇଁ ଦୁହେଁ କେବଳ ଦିନିକିଆ ପାଇଁ ଉପଲବ୍ଧ ରହିବେ ।
ବିରାଟ କୋହଲି ଏବଂ ରୋହିତ ଶର୍ମା ଅଗଷ୍ଟରେ ପୁଣିଥରେ ମଇଦାନକୁ ଫେରିଥାନ୍ତେ, କିନ୍ତୁ ବାଂଲାଦେଶ ଗସ୍ତ ସ୍ଥଗିତ ହେବା ଯୋଗୁଁ ଫ୍ୟାନ୍ସଙ୍କ ଅପେକ୍ଷା ବଢିଯାଇଛି । ଟିମ୍ ଇଣ୍ଡିଆ ଦିନିକିଆ ସିରିଜ ୧୯ରୁ ୨୫ ଅଗଷ୍ଟରେ ଖେଳିବ । ଅଷ୍ଟ୍ରେଲିଆ ଗସ୍ତ କରିବା ଟିମ୍ ଇଣ୍ଡିଆ । କିନ୍ତୁ ଅଷ୍ଟ୍ରେଲିଆ ଗସ୍ତ ପରେ ଦୁହେଁ ଦିନିକିଆ ଖେଳିବେ କି ନାହିଁ, ତାହାକୁ ନେଇ ଦ୍ବନ୍ଦ୍ବ ଲାଗିରହିଛି ।












Click it and Unblock the Notifications