ବିଶ୍ବ ରେକର୍ଡ଼ କଲା ଇଂଲଣ୍ଡ: ୧୪୭ ବର୍ଷର ଟେଷ୍ଟ କ୍ରିକେଟର ଇତିହାସରେ ୫ ଲକ୍ଷ ରନ କଲା ପୂରଣ
ଟେଷ୍ଟ କ୍ରିକେଟରେ ବିସ୍ଫୋରକ ବ୍ୟାଟିଂ କରୁଥିବା ଇଂଲଣ୍ଡ ଏବେ ପ୍ରତିଟି ମ୍ୟାଚ୍ରେ ରେକର୍ଡ ପରେ ରେକର୍ଡ କରି ଚାଲିଛି । ତେବେ ଦଳ ନାଁରେ ଆଉ ଏକ ବିଶ୍ୱ ରେକର୍ଡ ଯୋଡ଼ି ହୋଇଯାଇଛି। ୧୪୭ ବର୍ଷର ଟେଷ୍ଟ କ୍ରିକେଟର ଇତିହାସରେ ଯାହା ଘଟି ନଥିଲା, ବେନ ଷ୍ଟୋକ୍ସଙ୍କ ଇଂଲଣ୍ଡ ଏବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ କରି ଦେଖାଇଛି।
ୱେଲିଙ୍ଗଟନରେ ଖେଳା ଯାଉଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଇଂଲଣ୍ଡ ୫୩୩ ରନର ଲିଡ ହାସଲ କରିଥିଲା । ୪ ଜଣ ଇଂଲିଶ ବ୍ୟାଟର ୫୦ରୁ ଅଧିକ ରନ କରି ପୂରା ଇନିଂସରେ ନିଜର ଦବଦବା ଦେଖାଇଛନ୍ତି। ପ୍ରଥମ ଇନିଂସରେ ଇଂଲଣ୍ଡ ୨୮୦ ରନରେ ଅଲଆଉଟ ହେବା ପରେ ନ୍ୟୁଜିଲ୍ୟାଣ୍ଡକୁ ୧୨୫ ରନରେ ରୋକି ଦେଇଥିଲା।

ତେବେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଇଂଲଣ୍ଡ ତା'ର ଦ୍ୱିତୀୟ ଇନିଂସରେ ୫ ୱିକେଟ ହରାଇ ୩୭୮ ରନ କରିନେଇଛି। ଏହି ମ୍ୟାଚ୍ରେ ଟେଷ୍ଟ କ୍ରିକେଟର ୧୪୭ ବର୍ଷ ଇତିହାସ ମଧ୍ୟରେ ପ୍ରଥମ ଦଳ ଭାବେ ଇଂଲଣ୍ଡ ୫୦୦,୦୦୦ ରନ ପୂରଣ କରିଛି । ଇଂଲଣ୍ଡ ନିଜର ୧୦୮୨ ତମ ଟେଷ୍ଟ ମ୍ୟାଚ୍ରେ ଏପରି ରେକର୍ଡ ହାସଲ କରିଛି।
ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ କରିଥିବା ତାଲିକାର ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆ ରହିଛି। ଅଷ୍ଟ୍ରେଲିଆ ଏଯାଏ ୪,୨୮,୮୬୮ ରନ କରିଛି। ୨,୭୮,୭୫୧ ରନ ସହ ଭାରତ ତାଲିକାର ତୃତୀୟ ସ୍ଥାନରେ ଅଛି।












Click it and Unblock the Notifications