୨୧୧ ବଲ୍ରେ ୪୬୬ ରନ୍: ପୁଣି ବଡ଼ ରେକର୍ଡ କଲେ ଏହି ଯୁବ କ୍ରିକେଟର
ଭାରତର ଉଦୀୟମାନ ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୫ରେ ସବୁଠାରୁ ଚର୍ଚ୍ଚିତ ଖେଳାଳି ଥିଲେ। ମାତ୍ର ୧୪ ବର୍ଷ ବୟସରେ, ସେ ଏପରି ପ୍ରଦର୍ଶନ କରିଥିଲେ ଯାହା କ୍ରିକେଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ତାଙ୍କର ଟି-୨୦ ରେକର୍ଡ ଜଣେ ବିସ୍ଫୋରକ ଅନ୍ତର୍ଜାତୀୟ ଖେଳାଳିଙ୍କ ତୁଳନାରେ କମ୍ ନୁହେଁ।
୪୬୬ରନ, ୪୪ଛକା, ୩୬ଚୌକା - ବୈଭବଙ୍କ ବିସ୍ଫୋରକ ରେକର୍ଡ ବୈଭବ ସୂର୍ଯ୍ୟବଂଶୀ କେବଳ ୧୧ ଟି -୨୦ମ୍ୟାଚ ଖେଳିଛନ୍ତି, କିନ୍ତୁ ଏହି ମ୍ୟାଚଗୁଡିକରେ ସେ ୨୧୧ ବଲରେ ୪୬୬ ରନ କରିଛନ୍ତି। ଏଥିରେ ୩୬ ଚୌକା ଏବଂ ୪୪ ଛକା ସାମିଲ। ୨୨୦.୮୫ର ଘାତକ ଷ୍ଟ୍ରାଇକ ରେଟ୍ରେ ବ୍ୟାଟିଂ କରିଛନ୍ତି। ଏହି ସଂଖ୍ୟାଗୁଡ଼ିକ ଦର୍ଶାଉଛି ଯେ ଯେତେବେଳେ ବି ବୈଭବ କ୍ରିଜରେ ଥାଆନ୍ତି, ମ୍ୟାଚ ଏକପାଖିଆ ହୋଇଯାଏ।
UAE ବିପକ୍ଷରେ ତାଙ୍କର ବିସ୍ଫୋରକ ଶତକ ମାତ୍ର ୩୨ ବଲରେ ଆସିଥିଲା। ଏହା ପରେ ସେ ୪୨ ବଲରୁ ୧୪୪ ରନ କରି ମ୍ୟାଚର ମୋଡ଼ ବଦଳାଇ ଦେଇଥିଲେ। ଏହି ଇନିଂସ ତାଙ୍କୁ ବିଶ୍ୱ କ୍ରିକେଟ ମାନଚିତ୍ରରେ ସ୍ଥାନ ଦେଇଥିଲା। ସେ ଟି-୨୦ ଫର୍ମାଟରେ ଦୁଇଟି ଶତକ ହାସଲ କରିଥିବା ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ହୋଇଥିଲେ। ଏହି ରେକର୍ଡ ପୂର୍ବରୁ ଫ୍ରାନ୍ସର ଗୁସ୍ତାଭ ମ୍ୟାକନଙ୍କ ନାମରେ ଥିଲା, ଯିଏ ୧୮ ବର୍ଷ ବୟସରେ ଏହି ସଫଳତା ହାସଲ କରିଥିଲେ। ବୈଭବ ମାତ୍ର ୧୪ ବର୍ଷ ୨୩୨ ଦିନରେ ଏହାକୁ ଭାଙ୍ଗିଥିଲେ।

-
ଭାରତୀୟ ସେନାକୁ ସ୍ୱଦେଶୀ ପ୍ରହାର ଲାଇଟ୍ ମେସିନ୍ ଗନର ପ୍ରଥମ ବ୍ୟାଚ୍ ପ୍ରଦାନ କଲା ଆଦାନୀ ଡିଫେନ୍ସ -
IPL 2026 : ଗୌହାଟୀରେ ଚେନ୍ନାଇ ବନାମ ରାଜସ୍ଥାନ, ଫୋକସରେ ବୈଭବ-ସଞ୍ଜୁ-ଜାଡେଜା, ଖେଳିବେନି ଧୋନୀ -
IPL 2026: ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ବ୍ୟାଟିଂ କରିବ KKR, ସୂର୍ଯ୍ୟ ପ୍ଲେଇଙ୍ଗ XIରୁ ଆଉଟ୍ -
ଜେଏଏଲ୍ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ବେଦାନ୍ତର ଆପତ୍ତି, ଅଦାନି ପ୍ରସ୍ତାବକୁ ଆଇନସମ୍ମତ ବୋଲି ମାନ୍ୟତା ଦେଲେ କୋର୍ଟ ଓ CoC -
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ, ସବୁ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା -
APSEZ ର ବଡ଼ ପଦକ୍ଷେପ: ଭାରତର ପ୍ରଥମ Port of Refuge ଆରମ୍ଭ






Click it and Unblock the Notifications