ଗୋଟିଏ ଓଭରରେ ୪୬ ରନ୍, ଖାଲି ଛକା-ଚୌକା ବର୍ଷା: ଦେଖନ୍ତୁ ଭିଡିଓ
46 Runs in One Over: ଗୋଟେ ପଟେ ସାରା ଦେଶରେ ଆଇପିଏଲ କ୍ରେଜ୍ ଜାରି ରହିଛି । ଟୁର୍ଣ୍ଣାମେଣ୍ଟରେ ବିଶାଳ ସ୍କୋର କରୁଛନ୍ତି ଟିମ୍ । ଅନ୍ୟପଟେ ସୋସିଆଲ ମିଡିଆରେ ଏକ ଟି-୨୦ ମ୍ୟାଚର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଗୋଟିଏ ଓଭରରେ ୪୬ ରନ୍ ସ୍କୋର କରାଯାଇଛି ।
ବାସ୍ତବରେ କୁଏତାରେ ଚାଲିଥିବା କେସିସି ଫ୍ରେଣ୍ଡ୍ସ ମୋବାଇଲ ଟି-୨୦ ଚାମ୍ପିୟନ୍ସ ଟ୍ରଫି ୨୦୨୩ର ଗୋଟିଏ ମ୍ୟାଚ୍ରେ ଓଭରରୁ ୪୬ ରନ ସ୍କୋର କରାଯାଇଛି । ଏନସିଏମ ଇନଭେଷ୍ଟମେଣ୍ଟ ଓ ଟାଲି ସିସି ମଧ୍ୟରେ ମ୍ୟାଚ୍ ଚାଲିଥିଲା । ଏହି ସମୟରେ ଏନସିଏମର ବାସୁ ଟାଲି ଟିମ୍ର ହରମନଙ୍କ ଓଭରରୁ ୪୬ ରନ ଆଦାୟ କରିଛନ୍ତି ।

ଓଭରର ପ୍ରଥମ ବଲ ହରମନ ନୋରୁ ଆରମ୍ଭ କରିଥିଲେ । ନୋ-ବଲ ସହ ଏହା ଛକା ହୋଇଥିଲା । ଏହାପରେ ସେ ବାଇରେ ୪ ରନ ଦେଇଥିଲେ । ଏହାର ଅର୍ଥ ଗୋଟିଏ ବଲରେ ୧୧ ରନ ମିଳିଥିଲା । ଏହାର ପରବର୍ତ୍ତୀ ୫ଟି ବଲରେ ବାସୁ ୫ଟି ଛକା ମାରିଥିଲେ । ଏହା ମଧ୍ୟରେ ମଧ୍ୟ ଗୋଟିଏ ନୋ ବଲ ଥିଲା । ତେଣୁ ଅତିରିକ୍ତ ଫ୍ରି ହିଟ୍ ବଲରେ ସେ ପୁଣି ଗୋଟିଏ ଚୌକା ମାରିଥିଲେ । ଏପରି ଭାବେ ସେ ଗୋଟିଏ ଓଭରରୁ ମୋଟ ୪୬ ରନ ଆଦାୟ କରିଥିଲେ ।
Getting 46 runs in an over is not possible right? Right? Wrong! Watch this absolute bonkers over now.
— FanCode (@FanCode) May 3, 2023
.
.#KCCT20 pic.twitter.com/PFRRivh0Ae
ତେବେ ଆପଣଙ୍କୁ କହିରଖୁ କି, ଦିନିକିଆ ଏବଂ ଟି-୨୦ ଇଣ୍ଟରନ୍ୟାସନାଲରେ ଏକ ଓଭରରେ ସର୍ବାଧିକ ୩୬ ରନ୍ ସଂଗ୍ରହର ରେକର୍ଡ ଥିବାବେଳେ ଟେଷ୍ଟ କ୍ରିକେଟରେ ୩୫ ରନ୍ ସଂଗ୍ରହ ହୋଇପାରିଛି । ଦିନିକିଆ କ୍ରିକେଟରେ ଦକ୍ଷିଣ ଆଫ୍ରିକାର ହର୍ଷଲେ ଗିବ୍ବସ ୨୦୦୬ରେ ଓ ୨୦୨୧ରେ ଆମେରିକାର ଜସକରନ ମାଲହୋତ୍ରା ଏହି କାରନାମ କରିଛନ୍ତି ।
ସେହିପରି ଟେଷ୍ଟ କ୍ରିକେଟରେ ଭାରତର ଜଶପ୍ରୀତ ବୁମରା ଗୋଟିଏ ଓଭରରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ ନିଜ ନାଁରେ ରଖିଛନ୍ତି । ସେ ୨୦୨୨ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟର ଗୋଟିଏ ଓଭରରେ ୩୫ ରନ ଆଦାୟ କରିଥିଲେ । ଅନ୍ୟପଟେ ଟି-୨୦ କ୍ରିକେଟରେ ମଧ୍ୟ ଓଭରକୁ ୩୬ ରନ ଦୁଇ ଥର ଦେଖିବାକୁ ମିଳିଛି । ୨୦୦୭ରେ ଯୁବରାଜ ସିଂହ ଓ ୨୦୨୧ରେ କାଏରନ ପୋଲାର୍ଡ ୬ ବଲରେ ୬ ଛକା ମାରିଥିଲେ।












Click it and Unblock the Notifications