ଏସିଆ କପ୍‌ ୨୦୨୫: ଭାରତ-ପାକିସ୍ତାନ ମଧ୍ୟରେ ଆଜି ଫାଇନାଲ୍‌ ମୁକାବିଲା

ଏସିଆ କପ ଫାଇନାଲରେ ଆଜି ମୁହାଁମୁହଁ ହେବେ ଦୁଇ ପାରମ୍ପାରିକ ପ୍ରତିନ୍ଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ । ଦୁବାଇରେ ଆଜି ରାତି ୮ଟାରେ ମ୍ୟାଚ ଆରମ୍ଭ ହେବ । ନବମ ଥର ଲାଗି ଏସିଆ କପ ଚାମ୍ପିଅନ ଲକ୍ଷ୍ୟରେ ଅଛି ଟିମ୍ ଇଣ୍ଡିଆ । ଏଥର ପୂରା ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜେୟ ରହିଛି । ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ମ୍ୟାଚ ଜିତିସାରିଛି । ଲିଗ୍ ଏବଂ ସୁପର ଫୋରରେ ପାକିସ୍ତାନକୁ ବି ଧୂଳି ଚଟାଇଛି ଟିମ୍ ଇଣ୍ଡିଆ । ଟୁର୍ଣ୍ଣାମେଣ୍ଟ ଗୁଡିକରେ ମୁଖ୍ୟତଃ ଫାଇନାଲ ମୁକାବିଲା ପୂର୍ବରୁ ଦୁଇଦେଶ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥାନ୍ତି । ଟ୍ରଫି ସହ ଅଧିନାୟକଙ୍କ ଫଟୋ ସୁଟ୍‌ ବି ହୋଇଥାଏ । ଦୁଇ ଦେଶର ସମ୍ପର୍କ ଯାହା ଫଟୋସୁଟ ହୋଇନାହିଁ । ତେବେ ଭାରତୀୟ ଟିମ୍ ଆଜିର ମ୍ୟାଚ ପାଇଁ ଖାସ ରଣନୀତି ତିଆରି କରିଛି । ଦୀର୍ଘ ୪୧ ବର୍ଷ ପରେ ଭାରତ-ପାକିସ୍ତାନ ଏସିଆ କପ ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି। ମ୍ୟାଚ ହେବାକୁ ଆଉ ମାତ୍ର କିଛି ଘଣ୍ଟା ପରେ ହେବାକୁ ଥିବାରୁ ଦୁଇ ଦେଶର କ୍ରିକେଟପ୍ରେମୀଙ୍କ ମଧ୍ୟରେ କାଲିର ଖେଳକୁ ନେଇ ଉତ୍ସାହ ବଢିଛି ।

India vs Pakistan final

ଚିର ଶତ୍ରୁ ଦଳକୁ ଲଗାତାର ତୃତୀୟ ଥର ହରାଇ ୧୪୫ କୋଟି ଭାରତୀୟଙ୍କୁ ଆଗୁଆ ଦଶହରା ଭେଟି ଦେବାର ଆଶାରେ ଅଛି। ଆଜି ରାତି ୮ଟାରୁ ଭାରତୀୟ କ୍ରିକେଟ୍ ଦଳ ଏହି ବହୁ ପ୍ରତୀକ୍ଷିତ ମହାଲଢ଼େଇକୁ ଓହ୍ଲାଇବ। ଅଭିଷେକ ଶର୍ମା-ସାହିନ ଶାହ ଆଫ୍ରିଦି, ଶୁବମନ୍ ଗିଲ୍‌-ହାରିସ୍ ରୌଫ, ମହମ୍ମଦ ନୱାଜ-ହାର୍ଦିକ ପାଣ୍ଡ୍ୟାଙ୍କ ଭଳି କେତେକ ବ୍ୟକ୍ତିଗତ ଲଢ଼େଇ ବି ପ୍ରଶଂସକଙ୍କ ମନ ଜିତିବ। ଭାରତ ନବମ ଥର ଏବଂ ପାକିସ୍ତାନ ତୃତୀୟ ଥର ଏସିଆ କପ୍ ଟ୍ରଫି ଜିତିବା ପାଇଁ ଲଢ଼ିବେ। ଭାରତର ଏହା ଦ୍ବାଦଶ ଏବଂ ପାକିସ୍ତାନର ଷଷ୍ଠ ଏସିଆ କପ୍ ଫାଇନାଲ୍ ହେବ। ୨୦୦୭ ମସିହାର ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍ ପରଠାରୁ ଭାରତ-ପାକିସ୍ତାନ ଏହି ଫର୍ମାଟ୍‌ରେ ୧୫ ଥର ଲଢ଼ିଛନ୍ତି। ସେଥିମଧ୍ୟରୁ ଭାରତ ୧୨ଟି ଏବଂ ପାକିସ୍ତାନ ମାତ୍ର ୩ଟି ଜିତିଛି। ତେବେ ପାକିସ୍ତାନ ୩ଟିରୁ ୨ଟି ବିଜୟ ଦୁବାଇରେ ପାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+