Get Updates
Get notified of breaking news, exclusive insights, and must-see stories!

ଭାରତୀୟ ମହିଳା ହକି ଦଳରେ ୪ ଓଡ଼ିଆ

ଭାରତୀୟ ମହିଳା ହକି ଦଳର ଆର୍ଜେଣ୍ଟିନା ଗସ୍ତରେ ସ୍ଥାନ ପାଇଛନ୍ତି ୪ ଓଡ଼ିଆ ହକି ଖେଳାଳି ।

ଭୁବନେଶ୍ୱର: ନୂଆ ବର୍ଷ ଆରମ୍ଭରୁ ଓଡିଶା କ୍ରୀଡା ପାଇଁ ଆସିଛି ଖୁସି ଖବର । ଭାରତୀୟ ମହିଳା ହକି ଦଳର ଆର୍ଜେଣ୍ଟିନା ଗସ୍ତରେ ସ୍ଥାନ ପାଇଛନ୍ତି ୪ ଓଡ଼ିଆ ହକି ଖେଳାଳି । ହକି ଇଣ୍ଡିଆ ପକ୍ଷରୁ ୨୫ ଜଣିଆ ମହିଳା ଦଳ ଆର୍ଜେଣ୍ଟିନା ଟୁର୍ ପାଇଁ ଘୋଷଣା କରାଯାଇଛି । କରୋନା କାଳରେ ଦେଶ ବାହାରେ ଭାରତୀୟ ମହିଳା ହକି ଦଳର ଏହା ପ୍ରଥମ ମ୍ୟାଚ୍ ।

Odia Hockey Players

ତେବେ ସେହି 4 ଓଡିଆ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୨୫ ଜଣିଆ ଭାରତୀୟ ମହିଳା ହକି ଦଳର ନେତୃତ୍ୱ ନେଉଛନ୍ତି ରାନୀ ରାମପାଲ । ଏହି ଟିମରେ ୪ ଓଡ଼ିଆ ଝିଅ ଦୀପ୍ ଗ୍ରେସ୍ ଏକ୍କା, ଲିଳୀମା ମିଞ୍ଜ, ନମିତା ଟପ୍ପୋ ଓ ରଶ୍ମିତା ମିଞ୍ଜ ସାମିଲ୍ ଅଛନ୍ତି ।

ଭାରତୀୟ ମହିଳା ହକି ଟିମ୍ ଆର୍ଜେଣ୍ଟିନା ବିପକ୍ଷରେ ଜାନୁଆରୀ ୧୭ରେ ଓ ୧୯ ତାରିଖରେ ୨ଟି ଖେଳିବ । ସେହିଭଳି ଆର୍ଜେଣ୍ଟିନା-ବି ଟିମ୍ ବିରୋଧରେ ଜାନୁଆରୀ ୨୨ ଓ ୨୪ରେ ୨ଟି ମ୍ୟାଚ୍ ଖେଳିବ ଭାରତ । ଜାନୁଆରୀ ୨୬, ୨୮, ୩୦ ଓ ୩୧ ତାରିଖରେ ଭାରତ-ଆର୍ଜେଣ୍ଟିନା ମଧ୍ୟରେ ୪ଟି ମ୍ୟାଚ୍ ଖେଳାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+