ଦଳାଚକଟା ଘଟଣା ; RCB ମାର୍କେଟିଂ ମୁଖ୍ୟଙ୍କ ସହ ୪ ଗିରଫ

ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ଆରସିବି(ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ)ର ମାର୍କେଟିଂ ମୁଖ୍ୟ ନିଖିଲ ସୋସଲେଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ନିଖିଲଙ୍କୁ ଶୁକ୍ରବାର ସକାଳେ ବେଙ୍ଗାଲୁରୁ ବିମାନବନ୍ଦରରୁ ଗିରଫ କରାଯାଇଛି। ନିଖିଲ ମୁମ୍ବଇ ପଳାଇଯିବାକୁ ଉଦ୍ୟମ କରୁଥିବା ସମୟରେ ପୁଲିସ ଖବର ପାଇ ବିମାନବନ୍ଦରରୁ ତାଙ୍କୁ ଗିରଫ କରିଛି।

RCB

ଗତ ଗୁରୁବାର ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏହି ଦଳାଚକଟା ଘଟଣା ପାଇଁ ପୁଲିସକୁ ଦାୟୀ କରି କମିଶନରଙ୍କ ସମେତ ୬ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ। ଏହା ସହିତ ଆରସିବି ପ୍ରତିନିଧି, ଆୟୋଜକ ପରିଚାଳନାବୃନ୍ଦ ଏବଂ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ସଂଘ(କେଏସସିଏ) ପଦାଧିକାରୀଙ୍କୁ ଗିରଫ କରିବାକୁ ନିର୍ଦେଶ ଦେଇଥିଲେ। ଏହା ପରେ ଆରସିବି ମାର୍କେଟିଂ ମୁଖ୍ୟଙ୍କୁ ଗିରଫ କରିଛି ପୁଲିସ। ପରେ ଅନ୍ୟ ପଦାଧିକାରୀଙ୍କୁ ଗିରଫ କରାଯିବା ସମ୍ଭାବନା ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ଗତ ୪ ତାରିଖରେ ଆରସିବି ଆଇପିଏଲ ଟ୍ରଫି ହାସଲ କରିବା ପରେ ଏମ. ଚିନ୍ନାସ୍ଵାମୀ ଷ୍ଟାଡିଅମରେ ବିଜୟ ପରେଡ ଆୟୋଜନ କରାଯାଇଥିଲା। ଏହାକୁ ଦେଖିବା ଲାଗି ଷ୍ଟାଡିଅମ ବାହାରେ ୩ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ପୁଲିସ ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ହେବାରୁ ଦଳାଚକଟା ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୫୦ରୁ ଅଧିକ ଲୋକ ଆହତ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+