ତୃତୀୟ ଟେଷ୍ଟ: ନାକେଦମ୍ କଲେ ନାଥନ, ୧୬୩ ରନରେ ଅଲଆଉଟ୍ ଟିମ ଇଣ୍ଡିଆ, ଅଷ୍ଟ୍ରେଲିଆ ଆଗରେ ୭୬ ରନ ବିଜୟ ଲକ୍ଷ୍ୟ
ଭାରତ ବନାମ ଅଷ୍ଟ୍ରେଲିଆ, ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚର ଭାରତର ଦ୍ୱିତୀୟ ଇଂନିସ ୧୬୩ ରନରେ ସୀମିତ ରହିଛି । ଏଥିସହିତ ପ୍ରଥମ ପାଳି ଆଧାରରେ ଅଷ୍ଟ୍ରେଲିଆ ଆଗରେ ମାତ୍ର ୭୬ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ଇନ୍ଦୋର: ସ୍ଥାନୀୟ ହୋଲକର ଷ୍ଟାଡ଼ିୟମରେ ଖେଳା ଯାଉଥିବା ଭାରତ ବନାମ ଅଷ୍ଟ୍ରେଲିଆ, ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚର ଭାରତର ଦ୍ୱିତୀୟ ଇଂନିସ ୧୬୩ ରନରେ ସୀମିତ ରହିଛି । ଏଥିସହିତ ପ୍ରଥମ ପାଳି ଆଧାରରେ ଅଷ୍ଟ୍ରେଲିଆ ଆଗରେ ମାତ୍ର ୭୬ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଭାରତୀୟ ଇନିଂସକୁ ଧ୍ୱଂସ କରିବାରେ ଅତିଥି ବୋଲର ନାଥନ୍ ଲିୟନଙ୍କ (8 ୱିକେଟ୍ ଅକ୍ତିଆର) ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
କ୍ରମାଗତ ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତୀୟ ବ୍ୟାଟିଂ ଫ୍ଲପ୍ ସାବ୍ୟସ୍ତ ହୋଇଥିଲା । ୨ୟ ଇନିଂସରେ ବି ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ବିଫଳ ହୋଇଥିଲେ । ତେବେ ଚେତେଶ୍ବର ପୂଜାରା ସତର୍କତାର ସହ ଖେଳି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ସର୍ବାଧିକ ୫୯ରନ କରିଥିବାବେଳେ ଶ୍ରେୟସ ଆସର ୨୬ରନ କରିଥିଲେ । ହେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇପାରି ନଥିଲେ । ଫଳରେ ଭାରତ ୬୦ ଓଭର ୩ଟି ବଲ ଖେଳି ୧୬୩ ରନରେ ଅଲଆଉଟ ହୋଇଯାଇଥିଲା ।
ଏହାପୂର୍ବରୁ ଆଜି ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୯୭ ରନରେ ଅଲଆଉଟ୍ ହୋଇଥିଲା । ଗତକାଲି ପ୍ରଥମ ଇନିଂସରେ ଭାରତ ୧୦୯ ରନରେ ଅଲ ଆଉଟ ହୋଇଥିଲା । ଫଳରେ ପ୍ରଥମ ଇନିଂସ ଆଧରରେ ମାତ୍ର ୮୮ ରନରେ ଆଗୁଆ ରହିଥିଲା ଅଷ୍ଟ୍ରେଲିଆ।












Click it and Unblock the Notifications