ତୃତୀୟ ଟେଷ୍ଟ: ୧୯୭ ରନରେ ଅଲଆଉଟ ହେଲା ଅଷ୍ଟ୍ରେଲିଆ
ଭାରତ ବନାମ ଅଷ୍ଟ୍ରେଲିଆ , ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୯୭ ରନରେ ଅଲ ଆଉଟି ହୋଇଯାଇଛି ।

ଇନ୍ଦୋର: ସ୍ଥାନୀୟ ହୋଲକର ଷ୍ଟାଡ଼ିୟମରେ ଖେଳା ଯାଉଥିବା ଭାରତ ବନାମ ଅଷ୍ଟ୍ରେଲିଆ , ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୯୭ ରନରେ ଅଲ ଆଉଟି ହୋଇଯାଇଛି । ଗତକାଲି ପ୍ରଥମ ଇନିଂସରେ ଭାରତ ୧୦୯ ରନରେ ଅଲ ଆଉଟ ହୋଇଥିଲା । ଫଳରେ ପ୍ରଥମ ଇନିଂସ ଆଧରରେ ମାତ୍ର ୮୮ ରନରେ ଆଗୁଆ ରହିଛି ଅଷ୍ଟ୍ରେଲିଆ।
ଖେଳର ଦ୍ୱିତୀୟ ଦିନର ଆରମ୍ଭରୁ ଅଷ୍ଟ୍ରେଲିଆ ତାର ଅସମାପ୍ତ ଇଂନିସ ଆରମ୍ଭ କରିଥିଲା। ତେବେ ଖେଳର ପ୍ରଥମାର୍ଦ୍ଧରେ ହିଁ ଅଷ୍ଟ୍ରେଲିଆ ଆଉଟ ହୋଇଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ ଖ୍ୱାଜା ସର୍ବାଧିକ ୬୦ ରନ୍ କରିଥିବା ବେଳେ ଟିମ୍ ଇଣ୍ଡିଆ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ୱିକେଟ୍ ନେଇଛନ୍ତି ।
ଦ୍ୱିତୀୟ ଦିନରେ ଭାରତୀୟ ବୋଲର ସେମାନଙ୍କର ଚମକ ଦେଖାଇଥିଲେ। ବୋଲିଂ ବିଭାଗରେ ପୁଣି ଚମକିଛନ୍ତି ରବିନ୍ଦ୍ର ଜାଡେଜା ଓ ଅଶ୍ୱିନୀ । ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ବ୍ୟାଟିଂ ଲାଇନ୍ ଅପ୍କୁ ଖୁବଶୀଘ୍ର ପାଭିଲିୟନ୍ ଫେରାଇବାରେ ସକ୍ଷମ ହୋଇଥିଲେ । ରବିନ୍ଦ୍ର ଜାଡେଜା ମୋଟ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଉମେଶ ଯାଦବ ଏବଂ ରବିଚନ୍ଦ୍ରନ ଅଶ୍ୱିନୀ ୩ଟି ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।
ସେହିପରି କଙ୍ଗାରୁ ଦଳ ପକ୍ଷରୁ ଉସମାନ ଖ୍ୱାଜା ୬୦ ରନ କରିଥିବା ବେଳେ ମାର୍ଣ୍ଣସ ଲାବୁସଚେଞ୍ଜ ୩୧, ଷ୍ଟିଭେନ ସ୍ମିଥ ୨୬, କ୍ୟାମେରନ ଗ୍ରୀନ ୨୧, ପିଟର ହ୍ୟାଣ୍ଡସକମ ୧୯ ରନ କରିଥିଲେ।












Click it and Unblock the Notifications