ଅହମ୍ମଦାବାଦ ମ୍ୟାଚ୍ ଜିତି ସିରିଜ୍ କ୍ଲିନ୍ ସୁଇପ କଲା ଭାରତ
ଅହମ୍ମଦାବାଦ ମ୍ୟାଚ୍ ଜିତି ସିରିଜ୍ କ୍ଲିନ୍ ସୁଇପ କଲା ଭାରତ । ୩-୦ରେ ସିରିଜ୍ କ୍ଲିନ୍ ସୁଇପ୍ କଲା ଟିମ୍ ଇଣ୍ଡିଆ । ଆନ୍ତିମ ODIରେ ଇଂଲଣ୍ଡକୁ ୧୪୨ ରନ୍ରେ ମାତ୍ ଦେଲା ଭାରତ । ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମୁକାବିଲାରେ ଭାରତ ଦମଦାର ପ୍ରଦର୍ଶନ କରିଛି।

ଅହମଦାବାଦ୍ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ଭାରତୀୟ ବ୍ୟାଟର ଓ ବୋଲରମାନେ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି। ଭାରତ ଏହି ମ୍ୟାଚ୍ରେ ବିଶାଳ ବିଜୟ ହାସଲ କରିଛି। ୩୫୭ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟଟିଂ କରିଥିବା ବିଦେଶୀ ଟିମ୍ ୧୪୨ ରନ୍ରେ ପରାସ୍ତ ହୋଇଛନ୍ତି। ଇଂଲଣ୍ଡ ଟିମ୍ ୩୪.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୪ ରନ୍ କରିପାରିଛି।












Click it and Unblock the Notifications