Get Updates
Get notified of breaking news, exclusive insights, and must-see stories!

ଭାଙ୍ଗିଲା ସବୁ ରେକର୍ଡ: ଗୋଟିଏ ଓଭରରେ ୬ ଛକା, ୨୦ ଓଭରରେ ୩୦୮ ରନ, ୫୫ ବଲରୁ ୧୬୫ ରନ୍

ଭାଙ୍ଗିଲା ଗୋଟିଏ ପରେ ଗୋଟିଏ ରେକର୍ଡ । ବଦୋନିଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରିୟାଂଶ ନିର୍ମମ ପ୍ରହାର । ୨୦ ଓଭରରେ ୩୦୮ ରନର ବିଶାଳ ସ୍କୋର । ଭାରତୀୟ କ୍ରିକେଟରେ ପ୍ରତିଭାଙ୍କ ଅଭାବ ନାହିଁ । ଜଣେ ମହାନ ଖେଳାଳିଙ୍କ ଅବସର ବେଳକୁ ଅନ୍ୟ ଜଣେ ଯୁବ ନିଜ ପ୍ରତିଭାରେ ବସ୍ମିଭୂତ କରିଥାନ୍ତି । ପୂରା ଇନିଂସରେ ଗର୍ଜିଲା ବ୍ୟାଟ୍ ।

ଆଇପିଏଲରେ ଲକ୍ଷ୍ନୌ ପାଇଁ ଦମ ଦେଖାଇଥିବା ଖେଳାଳି ଏବେ ଦିଲ୍ଲୀ ପ୍ରିମିୟର ଲିଗରେ ଏବେ ଧାମଲ କରିଛନ୍ତି । ଦିଲ୍ଲୀ ପ୍ରିମିୟର ଲିଗରେ ନର୍ଥ ଦିଲ୍ଲୀ ଷ୍ଟ୍ରାଇକର୍ସ ଏବଂ ସାଉଥ୍ ଦିଲ୍ଲୀ ସୁପରଷ୍ଟାର୍ସ ମଧ୍ୟର ମୁକାବିଲାରେ ଟି-୨୦ କ୍ରିକେଟର ଅନେକ ରେକର୍ଡ ଭାଙ୍ଗି ଚୁରମାର ହୋଇଛି । ସାଉଥ୍ ଦିଲ୍ଲୀ ସୁପରଷ୍ଟାର୍ସ ଟି-୨୦ କ୍ରିକେଟ୍ ଇତିହାସର ଦ୍ୱିତୀୟ ସର୍ବବୃହତ ସ୍କୋରର ରେକର୍ଡ ନିଜ ନାଁରେ କରିଛି । ଟିମ୍ ୨୦ ଓଭରରେ ୫ ୱିକେଟ୍ ହରାଇ ୩୦୮ ରନ୍ କରିଛି ।

DPL

ମ୍ୟାଚରେ ଦୁଇଟି ଶତକ । ଗୋଟିଏ ଓଭରରେ ୬ ଛକା । ଗୋଟିଏ ଇନିଂସରେ ଜଣେ ବ୍ୟାଟରଙ୍କ ବ୍ୟାଟରୁ ୧୯ ଛକା ଏବଂ ପୂରା ଇନିଂସରେ ୩୧ ଛକା । ହାଇ ସ୍କୋରିଂ ଗେମର ସବୁ ମଜା ଥିଲା ଏହି ଇନିଂସରେ । ସାଉଥ୍ ଦିଲ୍ଲୀ ସୁପରଷ୍ଟାର୍ସର ପାଇଁ କ୍ୟାପ୍ଟେନ୍ ଆୟୁଷ ବଦୋନି ଏବଂ ଓପନର ପ୍ରିୟାଂଶ ଆର୍ୟା ବିସ୍ଫୋରକ ବ୍ୟାଟିଂ । ବଦୋନି ମୈଦାନକୁ ଓହ୍ଲାଇବା ସହ ଛକା ବର୍ଷା କରିଥିଲେ । ବିରୋଧୀ ଟିମର ବୋଲରଙ୍କ ମନୋବଳ ଭାଙ୍ଗି ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ଶତକ ହାସଲ କଲେ । ତେବେ ଏତିକିରେ ଥମି ନଥିଲା ତାଙ୍କ ବ୍ୟାଟ୍ । ଆଉଟ୍ ହୋଇ ଫେରିଲା ବେଳକୁ ୩୦୦ ଷ୍ଟ୍ରାଇକ୍ ରେଟ୍ରେ ୫୫ ବଲରୁ ବଦୋନି କରିଥିଲେ ୧୬୫ ରନ୍ । ଏହି ଧୂଆଁଧାର ଇନିଂସରେ ୧୯ ଛକା ଏବଂ ୮ ଚୌକା ସାମିଲ ରହିଛି । ଏହାସହ ଟି-୨୦ କ୍ରିକେଟରେ କୌଣସି ଫ୍ରାଞ୍ଚାଇଜି ଲିଗରେ ଭାରତୀୟ ଭାବେ ସବୁଠୁ ବଡ଼ ବ୍ୟକ୍ତିଗତ ରନ୍ କରିଛନ୍ତି ।

ଆୟୁଷଙ୍କ ସହ ଏହି ମ୍ୟାଚରେ ଓପନର ପ୍ରିୟାଂଶ ଆର୍ୟା ମଧ୍ୟ ୫୦ ବଲରେ ଧୂଆଁଧାର ୧୨୦ ରନ କରିଥିଲେ । ଏଥିରେ ୧୦ ଚୌକା ଏବଂ ୧୦ ଛକା ସାମିଲ ରହିଛି । ପ୍ରିୟାଂଶଙ୍କ ଏହି ଇନିଂସରେ ଗୋଟିଏ ଓଭରରେ ୬ ଛକା ମଧ୍ୟ ରହିଛି । ଟି-୨୦ରେ ଏପରି କରିବାରେ ଯୁବରାଜ ସିଂଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ହୋଇଛନ୍ତି । ସାଉଥ୍ ଦିଲ୍ଲୀ ସୁପରଷ୍ଟାର୍ସର ବିଶାଳ ସ୍କୋରର ଜବାବରେ ନର୍ଥ ଦିଲ୍ଲୀ ଷ୍ଟ୍ରାଇକର୍ସ ୧୯୮ ରନରେ ସୀମିତ ହୋଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+